OR/Prabhupada 1001 - ସମସ୍ତଙ୍କ ହୃଦୟରେ କୃଷ୍ଣ ଚେତନା ସୁପ୍ତ ରୂପରେ ଅଛି: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 9: Line 9:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 1000 - Maya is Always Looking After the Opportunity, Loophole, how to Capture You Again|1000|Prabhupada 1002 - If I Love God for Some Profit, That is Business; That is Not Love|1002}}
{{1080 videos navigation - All Languages|Oriya|OR/Prabhupada 1000 - ମାୟା ସର୍ବଦା ସୁଯୋଗର ଖୋଜରେ ଅଛି, ଛିଦ୍ର, କିପରି ତୁମକୁ ପୁଣି ଧରିବ|1000|OR/Prabhupada 1002 - ମୁଁ ଯଦି କିଛି ଲାଭ ପାଇଁ ଭଗବାନଙ୍କୁ ଭଲ ପାଉଛି, ତାହା ବ୍ୟବସାୟ; ତାହା ପ୍ରେମ ନୁହଁ|1002}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:16, 25 April 2021



750713 - Conversation B - Philadelphia

ସ୍ୟାଣ୍ଡି ନିକ୍ସନ୍: ମୋର ପ୍ରଶ୍ନ ଗୁଡ଼ାଏ ଅଛି ଯାହା ... ମୁଁ ଏକ ପୁସ୍ତକରେ ଏକାଠି କରିବାକୁ ଯାଉଛି, ଆଧ୍ୟାତ୍ମିକ ଗୁରୁମାନଙ୍କ ଉପରେ ଯାହା ଆଜି ଆମେରିକୀୟମାନଙ୍କୁ ପ୍ରଭାବିତ କରିଛି ଅଥବା ପ୍ରଭାବିତ କରୁଛି । ଏକ ଛୋଟ ପ୍ରବନ୍ଧରେ ମଧ୍ୟ, ମୁଁ ସମାନ ଜିନିଷ ଗୁଡ଼ିକୁ ଏକାଠି ରଖିବାକୁ ଚାହେଁ । ନ୍ୟୁୟର୍କ ଟାଇମ୍ସ ମାଗାଜିନ ପାଇଁ, କେବଳ ସେହି ଅଳ୍ପ କେତୋଟି ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏବଂ ମୁଁ ମଧ୍ୟ ଫିଲାଡେଲଫିଆର ଏକ ପତ୍ରିକା ପାଇଁ ଏକ ପ୍ରବନ୍ଧ ପ୍ରସ୍ତୁତ କରୁଛି - ଉଚ୍ଚ ଚେତନାର ଦର୍ଶକ । ତେଣୁ ବିଶେଷ ଭାବରେ ଆମର ପୁସ୍ତକକୁ ଧ୍ୟାନରେ ରଖି, ଏହି ପ୍ରଶ୍ନଗୁଡ଼ିକ ହେଉଛି ଲୋକମାନଙ୍କୁ କୃଷ୍ଣ ଭାବାନାମୃତ ବିଷୟରେ ଜଣାଇବା । ତେଣୁ ବେଳେବେଳେ ମୁଁ ତୁମକୁ ପ୍ରଶ୍ନ ପଚାରିବାକୁ ଯାଉଛି, ଏବଂ ଅଧିକାଂଶ ସମୟରେ ମୁଁ ନିଜେ ସେଇ ଗୁଡିକର ଉତ୍ତର ଦେବାକୁ ସମର୍ଥ ହୋଇପାରେ, କିମ୍ବା ଏହା ଏକ ପ୍ରଶ୍ନ ହୋଇପାରେ ଯାହାର ଉତ୍ତର ମୁଁ ଜାଣେ, କିନ୍ତୁ ମୋତେ ଆପଣଙ୍କୁ ପଚାରିବାକୁ ପଡିବ ଯେପରି ... ଏହାଦ୍ଵାରା ମୁଁ ଏକ ମୂର୍ଖ ପରି ଲାଗିପାରେ, କିନ୍ତୁ ମୁଁ ତାହା କରିବାକୁ ଯାଉଛି ।

ପ୍ରଥମ ପ୍ରଶ୍ନ ବହୁତ ଲମ୍ବା ହୋଇପାରେ ... ମୋର ପନ୍ଦରଟି ପ୍ରଶ୍ନ ଅଛି । ଯଦି ମୁଁ ସେଗୁଡ଼ିକର ଉତ୍ତର ପାଇପାରିବି, ତେବେ ମୁଁ ବହୁତ ଭଲ ଅନୁଭବ କରିବି । ପ୍ରଥମଟି ଅତ୍ୟନ୍ତ ମୌଳିକ: କୃଷ୍ଣ ଭାବାନାମୃତ କ’ଣ?

ପ୍ରଭୁପାଦ: କୃଷ୍ଣର ଅର୍ଥ ହେଉଛି ଭଗବାନ, ଏବଂ ଆମେ ସମସ୍ତେ କୃଷ୍ଣ, ଭଗବାନଙ୍କ ସହିତ ସଂଯୁକ୍ତ । ଭଗବାନ ହେଉଛନ୍ତି ମୂଳ ପିତା । ତେଣୁ ଆମର କୃଷ୍ଣଙ୍କ ସହିତ ଅନ୍ତରଙ୍ଗ ସଂଯୋଗ ଅଛି । ତେଣୁ ଆମେ ଏହା ଭୁଲି ଯାଇଛୁ, କୃଷ୍ଣ କ’ଣ, ତାଙ୍କ ସହିତ ମୋର ସଂଯୋଗ କ’ଣ, ଜୀବନର ଲକ୍ଷ୍ୟ କ’ଣ? ଏହି ସମସ୍ତ ପ୍ରଶ୍ନ ସେଠାରେ ଅଛି । ଏବଂ ଯେତେବେଳେ ଜଣେ ଏପରି ପ୍ରଶ୍ନ ପ୍ରତି ଆଗ୍ରହୀ ହୁଏ, ତାଙ୍କୁ କୃଷ୍ଣ ସଚେତନ କୁହାଯାଏ ।

ସ୍ୟାଣ୍ଡି ନିକ୍ସନ୍: କୃଷ୍ଣ ଭାବାନାମୃତ କିପରି ବିକାଶ ହେଲା?

ପ୍ରଭୁପାଦ: କୃଷ୍ଣ ଭାବାନାମୃତ ମୂଳରୁ ସମସ୍ତଙ୍କ ହୃଦୟର ଅଛି, କିନ୍ତୁ ଭୌତିକ ବଦ୍ଧ ଜୀବନ ହେତୁ ସେ ଏହାକୁ ଭୁଲିଯାଇଛି । ତେଣୁ ହରେ କୃଷ୍ଣ-ମନ୍ତ୍ର ଜପ କରିବାର ଏହି ପ୍ରକ୍ରିୟା ହେଉଛି ସେହି ଚେତନାକୁ ପୁନର୍ଜୀବିତ କରିବା । ଏହା ପୂର୍ବରୁ ଅଛି । ଠିକ୍ କିଛି ଦିନ ପୂର୍ବରୁ ଏହି ଆମେରିକୀୟ, ୟୁରୋପୀୟ ବାଳକ ଏବଂ ବାଳିକା, ସେମାନେ ଜାଣି ନଥିଲେ କୃଷ୍ଣ କିଏ । କିନ୍ତୁ ବର୍ତ୍ତମାନ ଆପଣ ଗତକାଲି ଦେଖିଥିବେ କିପରି ସେମାନଙ୍କର ପୁରା ... ସେହି ଶୋଭାଯାତ୍ରା, ସମଗ୍ର ଶୋଭାଯାତ୍ରାରେ, ସେମାନେ କିପରି କୀର୍ତନ କରୁଥିଲେ ଏବଂ ଆନନ୍ଦରେ ନାଚୁଥିଲେ । ତେବେ ଆପଣ ଭାବୁଥିବେ ଏହା କୃତ୍ରିମ ଅଟେ? ନା। କୃତ୍ରିମ ଭାବରେ କେହି ଘଣ୍ଟା ଘଣ୍ଟା ଧରି କୀର୍ତନ ଓ ନୃତ୍ୟ କରିପାରିବେ ନାହିଁ । ଏହାର ଅର୍ଥ କୃଷ୍ଣ ଭାବାନାମୃତର ଜାଗରଣ । ଏହା ଥିଲା; ବାସ୍ତବିକ ପ୍ରକ୍ରିୟା ଦ୍ୱାରା, ଏହା ବର୍ତ୍ତମାନ ଜାଗ୍ରତ ହୋଇଛି । ତାହା ବ୍ୟାଖ୍ୟା କରାଯାଇଛି,

ନିତ୍ୟ-ସିଦ୍ଧ କୃଷ୍ଣ-ଭକ୍ତି ସଧ୍ୟ କବୁ ନୟ ।
ଶ୍ରବଣାଦି-ଶୁଦ୍ଧ-ଚିତ୍ତେ କରୟେ ଉଦୟ ॥
(ଚ.ଚ. ମଧ୍ୟ ୨୨.୧୦୭)

ସମସ୍ତଙ୍କ ହୃଦୟରେ କୃଷ୍ଣ ଚେତନା ସୁପ୍ତ ଅବସ୍ଥାରେ ଅଛି । ତେଣୁ ଯେତେବେଳେ ସେ ଭକ୍ତଙ୍କ ସଂସ୍ପର୍ଶରେ ଆସନ୍ତି, ସେତେବେଳେ ତାହା ଜାଗ୍ରତ ହୁଏ । ଯୌବନରେ ଝିଅ କିମ୍ବା ପୁଅ ଆକର୍ଷିତ ହେବା ପରି, ଏହା ପିଲାଟିରେ ଅଛି । ସେହି ଛୋଟ ପିଲା ଅବସ୍ଥାରେ, ଅଛି । ଏବଂ ଯେତେବେଳେ ସେ ଯୌବନରେ ଆସିବ, ସେତେବେଳେ ଏହା ଜାଗ୍ରତ ହେବ । ଏହା କୃତ୍ରିମ କିଛି ନୁହେଁ । ତେଣୁ ସଙ୍ଗତିରେ ଏହା ଜାଗ୍ରତ ହୁଏ । ଶକ୍ତି ସେଠାରେ ଅଛି, କିନ୍ତୁ ଭଲ ସଙ୍ଗତିରେ, କୃଷ୍ଣ ବିଷୟରେ ଶୁଣି, ଜଣେ କୃଷ୍ଣ ଭାବାନାମୃତର ସ୍ଥିତିକୁ ଜାଗ୍ରତ ହୁଏ । ସାଣ୍ଡି ନିକ୍ସନ୍: କୃଷ୍ଣ ଚେତନା ଏବଂ ଖ୍ରୀଷ୍ଟ ଚେତନା ମଧ୍ୟରେ ପାର୍ଥକ୍ୟ କ’ଣ?

ପ୍ରଭୁପାଦ: ଖ୍ରୀଷ୍ଟ ଚେତନା ମଧ୍ୟ କୃଷ୍ଣ ଚେତନା, କିନ୍ତୁ ଲୋକମାନେ ଖ୍ରୀଷ୍ଟିଆନ ଧର୍ମର ନୀତି ନିୟମ ଅନୁସରଣ କରନ୍ତି ନାହିଁ । ତେଣୁ ସେମାନେ ଜାଗ୍ରତ ହୁଅନ୍ତି ନାହିଁ । ଖ୍ରୀଷ୍ଟଙ୍କ ଆଦେଶ, ସେମାନେ ପାଳନ କରନ୍ତି ନାହିଁ । ତେଣୁ ସେମାନେ ଚେତନାର ମାନକୁ ଆସନ୍ତି ନାହିଁ ।

ସାଣ୍ଡି ନିକ୍ସନ୍: କୃଷ୍ଣ ଭାବାନାମୃତରେ କ’ଣ ଅନନ୍ୟ, ଯାହା ଏହାକୁ ଅନ୍ୟ ଧର୍ମଠାରୁ ପୃଥକ କରେ? ଏହା ଏକ ଧର୍ମ କି?

ପ୍ରଭୁପାଦ: ଧର୍ମର ଅର୍ଥ ହେଉଛି ମୁଖ୍ୟତ ଭଗବାନଙ୍କୁ ଜାଣିବା ଏବଂ ତାଙ୍କୁ ପ୍ରେମ କରିବା । ତାହା ହେଉଛି ଧର୍ମ। ଏବଂ ଭଗବାନଙ୍କୁ କେହି ଜାଣନ୍ତି ନାହିଁ, ଏବଂ ତାଙ୍କୁ ପ୍ରେମ କରିବା ବିଷୟରେ କ’ଣ କହିବା। ଭଗବାନଙ୍କୁ କିପରି ଜାଣିବା ଏବଂ ତାଙ୍କୁ କିପରି ଭଲ ପାଇବା ପାଇଁ କେହି ତାଲିମପ୍ରାପ୍ତ ନୁହଁନ୍ତି । ଚର୍ଚ୍ଚକୁ ଯାଇ ସେମାନେ ସନ୍ତୁଷ୍ଟ: "ହେ ଭଗବାନ, ଆମର ଦୈନନ୍ଦିନ ରୁଟି ଦିଅ।" ତାହା ମଧ୍ୟ ସମସ୍ତେ ଯାଆନ୍ତି ନାହିଁ । ତେଣୁ କମ୍ୟୁନିଷ୍ଟ କହିଛନ୍ତି ଯେ "ତୁମେ ଚର୍ଚ୍ଚକୁ ଯାଅ ନାହିଁ। ରୁଟି ଆମେ ଯୋଗାଇଦେବୁ।" ତେଣୁ ଗରିବ, ନିରୀହ ବ୍ୟକ୍ତି, ସେମାନେ ଅନ୍ୟତ୍ର ରୁଟି ପାଆନ୍ତି, ତେଣୁ ସେମାନେ ଚର୍ଚ୍ଚକୁ ଯାଆନ୍ତି ନାହିଁ । କିନ୍ତୁ ଭଗବାନ କ’ଣ ଏବଂ ତାଙ୍କୁ କିପରି ପ୍ରେମ କରିବେ ତାହା ବୁଝିବାକୁ କେହି ଗମ୍ଭୀର ନୁହଁନ୍ତି । କେହି ଗମ୍ଭୀର ନୁହଁନ୍ତି । ତେଣୁ ଭାଗବତରେ ଏହି ଧର୍ମକୁ ପ୍ରତାରଣା କରୁଥିବା ଧର୍ମ କୁହାଯାଉଛି। ମୁଁ କିଛି ଧର୍ମକୁ ସ୍ୱୀକାର କରେ, କିନ୍ତୁ ମୁଁ ଜାଣେ ନାହିଁ ଭଗବାନ କ’ଣ ଏବଂ ତାଙ୍କୁ କିପରି ଭଲ ପାଇବା । ତେଣୁ ସେହି ପ୍ରକାର ଧର୍ମ, ପ୍ରତାରଣା କରୁଥିବା ଧର୍ମ ।

ଧର୍ମର ଅର୍ଥ ହେଉଛି ଭଗବାନଙ୍କୁ ଜାଣିବା ଏବଂ ତାଙ୍କୁ ପ୍ରେମ କରିବା । କିନ୍ତୁ ସାଧାରଣତଃ, ଜଣେ ବ୍ୟକ୍ତି ଜାଣେ ନାହିଁ ଭଗବାନ କ’ଣ, ଏବଂ ତାଙ୍କୁ ପ୍ରେମ କରିବା ବିଷୟରେ କ’ଣ କହିବା? ତେଣୁ ଏହା ପ୍ରତାରଣା କରୁଥିବା ଧର୍ମ। ତାହା ଧର୍ମ ନୁହେଁ। କିନ୍ତୁ ଯେପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ଧର୍ମ ଆଧାରିତ, ଭଗବାନଙ୍କୁ ବୁଝିବାର ଯଥେଷ୍ଟ ସୁଯୋଗ ଅଛି, କିନ୍ତୁ ସେମାନେ ଏହାର ଯତ୍ନ ନେଉ ନାହାଁନ୍ତି । ଉଦାହରଣ ସ୍ୱରୂପ, ଆଦେଶ ହେଉଛି "ତୁମେ ହତ୍ୟା କରିବ ନାହିଁ ।" କିନ୍ତୁ ଖ୍ରୀଷ୍ଟିଆନ ଦୁନିଆରେ ସର୍ବୋତ୍ତମ କଂସେଇ ଘରର ରକ୍ଷଣାବେକ୍ଷଣ କରାଯାଏ । ତେବେ ସେମାନେ କିପରି ଈଶ୍ଵର ସଚେତନ ହୋଇପାରିବେ? ସେମାନେ ଆଜ୍ଞାଗୁଡ଼ିକୁ ଅବମାନନା କରନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହା ଆଦେଶ ଦେଇଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଏହା କେବଳ ଖ୍ରୀଷ୍ଟିଆନ ଧର୍ମରେ ନୁହେଁ। ପ୍ରତ୍ୟେକ ଧର୍ମ ଏହା ଚାଲିଛି । ଏହା କେବଳ ରବର ଷ୍ଟାମ୍ପ: "ମୁଁ ହିନ୍ଦୁ", "ମୁଁ ମୁସଲମାନ", "ମୁଁ ଖ୍ରୀଷ୍ଟିଆନ" । ଏବଂ ଈଶ୍ୱର କ’ଣ ଏବଂ ତାଙ୍କୁ କିପରି ପ୍ରେମ କରିବେ ତାହା ସେମାନଙ୍କ ମଧ୍ୟରୁ କେହି ଜାଣନ୍ତି ନାହିଁ ।