OR/Prabhupada 0980 - ଭୌତିକ ସମୃଦ୍ଧତା ଦ୍ୱାରା ଆମେ ସୁଖି ହୋଇପାରିବା ନାହିଁ, ତାହା ଏକ ସତ୍ୟ: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 9: Line 9:
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0979 - India's Condition is so Chaotic|0979|Prabhupada 0981 - Formerly Every Brahmana Used to Learn These Two Sciences, Ayur-veda & Jyotir-veda|0981}}
{{1080 videos navigation - All Languages|Oriya|OR/Prabhupada 0979 - ଭାରତର ଅବସ୍ଥା ବହୁତ ବିଶୃଙ୍ଖଳିତ|0979|OR/Prabhupada 0981 - ପୂର୍ବରୁ ପ୍ରତ୍ୟେକ ବ୍ରାହ୍ମଣ ଏହି ଦୁଇଟି ବିଜ୍ଞାନ ସାଧାରଣତଃ ଶିଖୁଥିଲେ, ଆୟୁର୍ବେଦ ଓ ଜ୍ୟୋତିର୍ବେଦ|0981}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 07:17, 19 September 2021



720905 - Lecture SB 01.02.06 - New Vrindaban, USA

ପ୍ରଦ୍ୟୁମ୍ନ: ଅନୁବାଦ: "ସମସ୍ତ ମାନବିକତା ପାଇଁ ସର୍ବୋଚ୍ଚ ବୃତ୍ତି ବା ଧର୍ମ । ଯାହା ଦ୍ଵାରା ଲୋକମାନେ ଭଗବାନଙ୍କ ପ୍ରତି ସ୍ନେହପୂର୍ଣ୍ଣ ଭକ୍ତି ସେବା ପାଇପାରିବେ । ଆତ୍ମକୁ ସଂପୂର୍ଣ୍ଣ ସନ୍ତୁଷ୍ଟ କରିବା ପାଇଁ ଏହିପରି ଭକ୍ତି ସେବା ଅବିଭକ୍ତ ଏବଂ ନିରବଚ୍ଛିନ୍ନ ହେବା ଆବଶ୍ୟକ ।

ପ୍ରଭୁପାଦ: ତେଣୁ ...

ସ ବୈ ପୁଂସାଂ ପରୋ ଧର୍ମୋ ୟତୋ ଭକ୍ତିର ଅଧୋକ୍ଷଯେ ଅହୈତୁକି ଅପ୍ରତିହତା ୟୟାତ୍ମା ସୁପ୍ରସୀଦତି (Vanisource:SB 1.2.6।ଭା. ୧.୨.୬)

ସମସ୍ତେ ତୃପ୍ତି ଚାହୁଁଛନ୍ତି, ଅତ୍ୟନ୍ତିକ୍ଷୁ । ସମସ୍ତେ ଅସ୍ତିତ୍ୱ ପାଇଁ, ଚରମ ସୁଖ ​​ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଏହି ଭୌତିକ ଜଗତରେ, ଯଦିଓ ସେମାନେ ଚିନ୍ତା କରୁଛନ୍ତି, ଭୌତିକ ସମ୍ପଦ ଦ୍ୱାରା ସେମାନେ ସନ୍ତୁଷ୍ଟ ହେବେ, କିନ୍ତୁ ତାହା ସତ୍ୟ ନୁହେଁ । ଉଦାହରଣ ସ୍ୱରୂପ ତୁମ ଦେଶରେ, ତୁମେ ଯଥେଷ୍ଟ ଭୌତିକ ପ୍ରଯୁର୍ଯ୍ୟତା ପାଇଛ । ଅନ୍ୟ ଦେଶ ଅପେକ୍ଷା, ତଥାପି ସନ୍ତୁଷ୍ଟ ନୁହଁ । ଭୌତିକ ଉପଭୋଗ ପାଇଁ ସମସ୍ତ ଭଲ ବ୍ୟବସ୍ଥା ସତ୍ତ୍ୱେ, ପର୍ଯ୍ୟାପ୍ତ ଖାଦ୍ୟ, ଯଥେଷ୍ଟ... ସୁନ୍ଦର ଆପାର୍ଟମେଣ୍ଟ, ମୋଟର କାର, ରାସ୍ତା, ଏବଂ ଯୌନ ସମ୍ବନ୍ଧ ସ୍ୱାଧୀନତା ପାଇଁ ବହୁତ ଭଲ ବ୍ୟବସ୍ଥା, ଏବଂ ପ୍ରତିରକ୍ଷା ପାଇଁ ଭଲ ବ୍ୟବସ୍ଥା - ସବୁକିଛି ସଂପୂର୍ଣ୍ଣ - କିନ୍ତୁ ତଥାପି, ଲୋକମାନେ ଅସନ୍ତୁଷ୍ଟ, ଓ ଦ୍ୱନ୍ଦ୍ୱରେ, ଏବଂ ଯୁବ ପିଢ଼ି, ସେମାନେ ହିପ୍ପି ଆଡକୁ ଯାଉଛନ୍ତି, ବିରୋଧି, କିମ୍ବା ଅସନ୍ତୁଷ୍ଟ କାରଣ ସେମାନେ ଖୁସି ନୁହଁନ୍ତି । ମୁଁ ଅନେକ ଥର ଉଦାହରଣ ଦେଇଛି ଯେ ଲସ୍ ଆଞ୍ଜେଲସରେ, ଯେତେବେଳେ ମୁଁ ବେଭର୍ଲି ହିଲ୍ସରେ ମୁଁ ସକାଳ ବୁଲିବାକୁ ଯାଉଥିଲି, ବହୁତ ସମ୍ମାନଜନକ ଘରୁ ଅନେକ ହିପ୍ପି ବାହାରକୁ ଆସୁଥିଲେ । ଏଥିରୁ ଜଣାପଡିଲା ଯେ ତାଙ୍କ ପିତା, ତାଙ୍କର ବହୁତ ସୁନ୍ଦର କାର୍ ମଧ୍ୟ ଥିଲା, କିନ୍ତୁ ପୋଷାକ ହିପି ଥିଲା । ତେଣୁ ତଥାକଥିତ ଭୌତିକ ବ୍ୟବସ୍ଥା ବିରୋଧରେ ଏକ ବିରୋଧ, ସେମାନେ ପସନ୍ଦ କରନ୍ତି ନାହିଁ ।

ବାସ୍ତବରେ ଆମେ ଭୌତିକ ସମୃଦ୍ଧତା ଦ୍ୱାରା ଖୁସି ହୋଇପାରିବା ନାହିଁ, ତାହା ଏକ ସତ୍ୟ । ଏହା ଶ୍ରୀମଦ୍-ଭାଗବତମ୍ ରେ ମଧ୍ୟ କୁହାଯାଇଛି । ପ୍ରହଲ୍ଲା ମହାରାଜ ତାଙ୍କ ନାସ୍ତିକ ପିତାଙ୍କୁ କୁହନ୍ତି... ତାଙ୍କ ପିତା ଥିଲେ ହିରଣ୍ୟକସ୍ୟୁପୁ । ହିରଣ୍ୟ ଅର୍ଥ ସୁନା ଏବଂ କସ୍ୟୁପୁ ଅର୍ଥ ନରମ ଶଯ୍ୟା, ତକିଆ । ତାହା ହେଉଛି ଭୌତିକ ସଭ୍ୟତା । ସେମାନେ ବହୁତ ନରମ ଶଯ୍ୟା, ଏବଂ ଶଯ୍ୟା ସାଥୀ ଚାହାଁନ୍ତି, ଏବଂ ପର୍ଯ୍ୟାପ୍ତ ବ୍ୟାଙ୍କ ବାଲାନ୍ସ, ଟଙ୍କା । ତାହା ହେଉଛି ହିରଣ୍ୟକସ୍ୟୁପୁର ଅନ୍ୟ ଏକ ଅର୍ଥ । ତେଣୁ ସେ ମଧ୍ୟ ଖୁସି ନଥିଲେ। ହିରଣ୍ୟକସ୍ୟୁପୁ ଖୁସି ନଥିଲା - ଅନ୍ତତଃ ପକ୍ଷେ ସେ ଖୁସି ନଥିଲେ, ତାଙ୍କ ପୁତ୍ର ପ୍ରହଲ୍ଲାଦ ପ୍ରଭୁଙ୍କର ଜଣେ ଭକ୍ତ ହେବାକୁ ଯାଉଥିଲେ, ଯାହା ତାଙ୍କୁ ପସନ୍ଦ ନଥିଲା। ତେଣୁ ସେ ତାଙ୍କ ପୁଅକୁ ପଚାରିଥିଲେ ଯେ "ତୁମେ କିପରି ଅନୁଭବ କରୁଛ"? ତୁମେ ଏକ ଛୋଟ ପୁଅ, ପିଲା, ତୁମେ କିପରି ଏତେ ଆରାମଦାୟକ ଅନୁଭବ କରୁଛ ମୋର ସମସ୍ତ ଧମକ ସତ୍ତ୍ୱେ । ତେବେ ତୁମର ପ୍ରକୃତ ସମ୍ପତ୍ତି କ’ଣ? ତେଣୁ ସେ ଉତ୍ତର ଦେଲେ, "ମୋର ପ୍ରିୟ ପିତା, ନ ତେ ବିଦୁଃ ସ୍ଵାର୍ଥ-ଗତିଂ ହି ବିଷ୍ଣୁଂ (ଭା. ୭.୫.୩୧) । ମୂର୍ଖ ବ୍ୟକ୍ତି, ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କର ସୁଖର ମୂଳ ଲକ୍ଷ୍ୟ ହେଉଛନ୍ତି ବିଷ୍ଣୁ, ପରମେଶ୍ୱର, ପରମ ଭଗବାନ । " ଦୁରାଶ୍ରୟା ୟେ ବହିର-ଅର୍ଥ-ମାନିନଃ (Vanisource:SB 7.5.31।ଭା. ୭.୫.୩୧)। ଦୁରାଶ୍ରୟା, ଦୁର, ଆଶା ବିରୁଦ୍ଧରେ ଆଶା, ସେମାନେ ଏପରି କିଛି ଆଶା କରୁଛନ୍ତି ଯାହା କେବେ ପୂରଣ ହେବ ନାହିଁ । ତାହା କ 'ଣ? ଦୁରାଶ୍ରୟା ୟେ ବହିର-ଅର୍ଥ-ମାନିନଃ।