OR/Prabhupada 0285 - ଏକମାତ୍ର ଭଲ ପାଇବାର ବସ୍ତୁ ହେଉଛନ୍ତି କୃଷ୍ଣ ଏବଂ ତାଙ୍କର ଭୂମି ବୃନ୍ଦାବନ

Revision as of 11:26, 13 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0285 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 30, 1968

ତେବେ କୃଷ୍ଣ ଗୋଚାରଣ ଭୂମିକୁ ଯାଉଥିଲେ, ଏବଂ ଗୋପୀମାନେ, ଘରେ... ସେମାନେ ବାଳିକା କିମ୍ଵା ମହିଳା ଥିଲେ । ସେମାନେ... ମହିଳା କିମ୍ଵା ବାଳିକାମାନଙ୍କୁ କାମ କରିବାର ଅନୁମତି ନ ଥିଲା । ତାହା ହେଉଛି ବୈଦିକ ପ୍ରଣାଳୀ । ସେମାନେ ଘରେ ରହିବା ଉଚିତ୍, ଏବଂ ସେମାନଙ୍କୁ ସୁରକ୍ଷା ଦେବା ଉଚିତ୍ ପିତା ଦ୍ଵାରା, ସ୍ଵାମୀ ଦ୍ଵରା, କିମ୍ଵା ବଡ଼ ପୁତ୍ର ଦ୍ଵାର । ସେମାନେ ବାହାରକୁ ଯିବା ପାଇଁ ହୋଇ ନ ଥିଲେ । ତେଣୁ ସେମାନେ ଘରେ ରହୁଥିଲେ । କିନ୍ତୁ କୃଷ୍ଣ ଥିଲେ, ଧର, ମାଇଲ ଦୂର ଗୋଚାରଣ ଭୂମିରେ, ଏବଂ ଗୋପୀମାନେ ଘରେ ଭାବୁଥିଲେ, "ଓ, କୃଷ୍ଣଙ୍କର ପାଦ କେତେ କୋମଳ । ବର୍ତ୍ତମାନ ସେ ଖଦଡା ଭୂମି ଉପରେ ଚାଲୁଥିବେ । ପଥର କଣିକା ତାଙ୍କୁ ଫୋଡି ହେଉଥିବ । ତେଣୁ ସେ କିଛି କଷ୍ଟ ଅନୁଭବ କରୁଥିବେ ।" ଏହିପରି ଭାବରେ ଚିନ୍ତାକରି, ସେମାନେ କାନ୍ଦୁଥିଲେ । ଟିକିଏ ଦେଖ । କୃଷ୍ଣ ମାଇଲ ଦୂରରେ ଅଛନ୍ତି, ଏବଂ କୃଷ୍ଣ କ'ଣ ଅନୁଭବ କରୁଛନ୍ତି, ସେମାନେ କେବଳ ତାହା ସେହି ଅନୁଭବ ବିଷୟରେ ଭାବୁଛନ୍ତି: "କୃଷ୍ଣ ସେପରି ଅନୁଭବ କରୁଥିବେ ।" ଏହା ହେଉଛି ପ୍ରେମ । ଏହା ହେଉଛି ପ୍ରେମ । ସେମାନେ କୃଷ୍ଣଙ୍କୁ ପଚାରୁ ନ ଥିଲେ, "ମୋର ପ୍ରିୟ କୃଷ୍ଣ, ତୁମେ ଗୋଚାରଣ ଭୂମିରୁ କ'ଣ ଅାଣିଛ? ତୁମର ପକେଟ କେମିତି ଅଛି? ମୋତେ ଦେଖିବାକୁ ଦିଅ ।" ନା । କେବଳ କୃଷ୍ଣଙ୍କୁ ମନେ ପକଉଥିଲେ, କିପରି କୃଷ୍ଣ ସନ୍ତୁଷ୍ଟ ହେବେ । ସେମାନେ ନିଜକୁ ସୁସଜ୍ଜିତ କରୁଥିଲେ କାରଣ... ଏବଂ କୃଷ୍ଣଙ୍କ ସମ୍ମୁଖକୁ ଭଲ ପୋଷାକରେ ଯାଉଥିଲେ, "ଓ, ସେ ଦେଖି ଖୁସି ହେବେ ।" ସାଧାରଣତଃ, ଏକ ବାଳକ କିମ୍ଵା ଏକ ବ୍ୟକ୍ତି ତାର ପ୍ରେମିକା କିମ୍ଵା ସ୍ତ୍ରୀକୁ ଭଲ ପୋଷାକରେ ଦେଖି ଖୁସୀ ହୁଏ । ତାହା ହେଉଛି, ସେଥିପାଇଁ, ଭଲ ପୋଷାକ ପିନ୍ଧିବା ହେଉଛି ମହିଳାମାନଙ୍କର ସ୍ଵଭାବ । ଏବଂ ବୈଦିକ ପ୍ରଣାଳୀ ଅନୁସାରେ, ଏକ ମହିଳା କେବଳ ତାର ସ୍ଵାମୀକୁ ସନ୍ତୁଷ୍ଟ କରିବା ପାଇଁ ଭଲ ପୋଷାକ ପିନ୍ଧିବା ଉଚିତ୍ । ତାହା ହେଉଛି ବୈଦିକ ପ୍ରଣାଳୀ । ଯଦି ତାର ସ୍ଵାମୀ ଘରେ ନ ଥାଏ, ତେବେ ସେ ଭଲ ପୋଷାକ ପିନ୍ଧିବା ଉଚିତ୍ ନୁହେଁ । ନିଷେଧାଜ୍ଞ ଅଛି । ପ୍ରୋଶିତ ଭାର୍ତୃକା । ମହିଳାମାନଙ୍କର ବିଭିନ୍ନ ପୋଷାକ ଅଛି । ଏହି ପୋଷାକଗୁଡ଼ିକୁ ଦେଖି ଜଣେ ଜାଣିପାରିବ ସେ କ'ଣ । ଜଣେ ପୋଷାକ ଦେଖିବା ଦ୍ଵାରା ଜାଣି ପାରିବ ଯେ ସେ ହେଉଛି ଅବିବାହିତ ବାଳିକା । ଜଣେ କେବଳ ପୋଷାକରୁ ଦେଖିପାରିବ ଯେ ସେ ହେଉଛି ବିବାହିତ ସ୍ତ୍ରୀ । ଜଣେ ପୋଷାକରୁ ଦେଖିପାରିବ ଯେ ସେ ହେଉଛି ବିଧବା । ଜଣେ ପୋଷାକରୁ ଦେଖିପାରିବ ଯେ ସେ ହେଉଛି ବେଶ୍ୟା । ତେଣୁ ପୋଷାକ ହେଉଛି ଅତି ଗୁରୁତ୍ଵପୂର୍ଣ୍ଣ । ତେଣୁ ପ୍ରୋଶିତ ଭାର୍ତୃକା । ତେବେ ଆମେ ସାମାଜିକତା ଆଲୋଚନା କରିବା ନାହିଁ । ଆମେ କୃଷ୍ଣଙ୍କର ପ୍ରେମ ସମ୍ଵନ୍ଧରେ ଆଲୋଚନା କରୁଛୁ । ତେଣୁ ଗୋପୀମାନେ...କୃଷ୍ଣ ଏବଂ ଗୋପୀମାନେ, ସମ୍ପର୍କ ଏତେ ଘନିଷ୍ଠ ଏବଂ ଏତେ ବିଶୁଦ୍ଧ ଥିଲା ଯେ କୃଷ୍ଣ ସ୍ଵୟଂ ସ୍ଵୀକାର କରୁଥିଲେ, "ମୋର ପ୍ରିୟ ଗୋପୀମାନେ, ଏହା ମୋର ସାମର୍ଥ୍ୟରେ ନାହିଁ ଯେ ମୁଁ ତୁମର ପ୍ରେମର ଋଣ ସୁଜି ପାରିବି ।" କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ । ସେ ଦେବାଳିୟା ହୋଇଗଲେ, ଯେ "ମୋର ପ୍ରିୟ ଗୋପୀମାନେ, ଏହା ମୋ ପାଇଁ ସମ୍ଭବ ନୁହେଁ ତୁମର ଋଣ ସୁଜିବା ଯାହା ତୁମେ ମୋତେ ଭଲ ପାଇବା ଦ୍ଵାରା ସୃଷ୍ଟି କରିଛ ।" ତେବେ ତାହା ହେଉଛି ପ୍ରେମର ସର୍ବୋଚ୍ଚ ପୂର୍ଣ୍ଣତା । ରମ୍ୟ କ‍ାଚିଦ ଉପାସନା ବ୍ରଜବଧୁ ।

ମୁଁ କେବଳ ଭଗବାନ ଚୈତନ୍ୟଙ୍କର ଲକ୍ଷ୍ୟ ବର୍ଣ୍ଣନା କରୁଛି । ସେ ଆମେକୁ ନିର୍ଦ୍ଦେଶ ଦେଉଛନ୍ତି, ତାଙ୍କର ଲକ୍ଷ୍ୟ, ଯେ ଏକମାତ୍ର ଭଲ ପାଇବାର ବସ୍ତୁ ହେଉଛନ୍ତି କୃଷ୍ଣ ଏବଂ ତାଙ୍କର ଭୂମି ବୃନ୍ଦାବନ । ଏବଂ ତାଙ୍କୁ ଭଲ ପାଇବାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି, ଗୋପୀମାନେ । କେହି ପହଞ୍ଚିପାରିବେ ନାହିଁ । ଭକ୍ତମାନଙ୍କର ବିଭିନ୍ନ ସ୍ତର ଅଛି, ଏବଂ ଗୋପୀମାନେ ସର୍ବୋଚ୍ଚ ସ୍ତରରେ ଥିବାର ଧରାଯାଏ । ଏବଂ ଗୋପୀମାନଙ୍କ ମଧ୍ୟରୁ, ରାଧାରାଣୀ ହେଉଛନ୍ତି ସର୍ବୋଚ୍ଚ । ସେଥିପାଇଁ କେହି ରାଧାରାଣୀଙ୍କର ପ୍ରେମକୁ ଅତିକ୍ରମ କରି ପାରିବ ନାହିଁ । ରମ୍ୟ କାଚିଦ ଉପାସନା ବ୍ରଜବଧୁ ବର୍ଗେନ ଯା କଳ୍ପିତା ଶ୍ରୀମଦ ଭାଗବତମ ଅମଳମ ପୁରାଣମ । ବର୍ତ୍ତମାନ ଏହା ଶିଖିବା ପାଇଁ, ଏହି ସମସ୍ତ ବିଜ୍ଞାନ ଭଗବାନଙ୍କୁ ଭଲ ପାଇବାର, କିଛି ପୁସ୍ତକ ରହିବା ଉଚିତ୍, କିଛି ଅଧିକୃତ ସାହିତ୍ୟ । ହଁ । ଚୈତନ୍ୟ ମହାପ୍ରଭୁ କୁହଁନ୍ତି, ଶ୍ରୀମଦ ଭାଗବତମ ଅମଳମ ପୁରାଣମ । ଶ୍ରୀମଦ ଭାଗବତ, ହେଉଛି ଦାଗ ବିହୀନ ବର୍ଣ୍ଣନା ବୁଝିବା ପାଇଁ କି କିପରି ଭଗବାନଙ୍କୁ ଭଲ ପାଇବା । ଅନ୍ୟ କୌଣସି ବର୍ଣ୍ଣନା ନାହିଁ । ପ୍ରାରମ୍ଭରୁ ଏହା ଶିକ୍ଷା ଦେଉଛି କି କିପରି ଭଗବାନଙ୍କୁ ଭଲ ପାଇବ । ଯେଉଁମାନେ ଶ୍ରୀମଦ ଭାଗବତର ଅଧ୍ୟୟନ କରିଛନ୍ତି, ପ୍ରଥମ ଶ୍ଳୋକ ପ୍ରଥମ ସ୍କନ୍ଦରେ ହେଉଛି ଜନ୍ମାଦି ଅସ୍ୟ ଯତଃ ସତ୍ୟମ ପରମ ଧିମହି (SB 1.1.1) ପ୍ରାରମ୍ଭ ହେଉଛି ଯେ "ମୁଁ ପରମଙ୍କୁ ମୋର ବିଶୁଦ୍ଧ ଭକ୍ତି ଅର୍ପଣ କରୁଛି, ଯାହାଙ୍କ ଠାରୁ ସବୁକିଛି ଉତ୍ପନ ହୁଏ ।" ଜନ୍ମାଦି ଅସ୍ୟ ଯତଃ । ତେଣୁ ଏହା ହେଉଛି, ତୁମେ ଜାଣିଛ, ଏହା ଏକ ମହାନ ବର୍ଣ୍ଣନା । କିନ୍ତୁ, ଶ୍ରୀମଦ ଭାଗବତ... ଯଦି ତୁମେ ଶିଖିବ କିପରି ଭଗବାନଙ୍କୁ ଭଲ ପାଇବ, କିମ୍ଵା କୃଷ୍ଣଙ୍କୁ, ତେବେ ଶ୍ରୀମଦ ଭାଗବତ ଅଧ୍ୟୟନ । ଏବଂ ଶ୍ରୀମଦ ଭାବଗବତ ବୁଝିବା ପାଇଁ, ପ୍ରାଥମିକ ଅଧ୍ୟୟନ ହେଉଛି ଭଗବଦ୍ ଗୀତା । ତେଣୁ ଭଗବଦ୍ ଗୀତା ଅଧ୍ୟୟନ କର ବାସ୍ତବ ପ୍ରକୃତି ବୁଝିବା ପାଇଁ, କିମ୍ଵା ଭଗବାନଙ୍କର ଚିହ୍ନଟ ପାଇଁ ଏବଂ ତୁମର ଏବଂ ତୁମ ସମ୍ପର୍କର, ଏବଂ ତାପରେ, ଯେତେବଳେ ତୁମେ ଟିକିଏ ପରିଛିତ ହୋଇଯିବ, ଯେତେବେଳେ ତୁମେ ପ୍ରସ୍ତୁତ ହୋଇଯାଅ, ଯେ "ହଁ, କୃଷ୍ଣ ହେଉଛନ୍ତି ଭଲ ପାଇବାର ଏକମାତ୍ର ବସ୍ତୁ," ତେବେ ପରବର୍ତ୍ତୀ ପୁସ୍ତକ ତୁମେ ନିଅ, ଶ୍ରୀମଦ ଭାଗବତ । ଏବଂ ତୁମେ ଆଗକୁ ଚାଲ । ଯେପରିକି ଭଗବଦ୍ ଗୀତା ମୌଳିକ ରୂପରେ, ହେଉଛି ପ୍ରବେଶ ଦ୍ଵାର । ଯେପରିକି ଛାତ୍ରମାନେ, ସେମାନେ ତାଙ୍କର ବିଦ୍ୟାଳୟ ପରୀକ୍ଷାରେ ଉତ୍ତୀର୍ଣ ହୋଇ ମହାବିଦ୍ୟାଳୟରେ ପ୍ରବେଶ କରନ୍ତି । ତେବେ ତୁମେ ତୁମର ବିଦ୍ୟାଳୟ ପରୀକ୍ଷାରେ ଉତ୍ତୀର୍ଣ ହୁଅ, କିପରି ଭଗବାନଙ୍କୁ ଭଲ ପାଇବ, ଭଗବଦ୍ ଗୀତା ଅଧ୍ୟୟନ କରିବା ଦ୍ଵାରା । ତାପରେ ଶ୍ରୀମଦ ଭାଗବତ ଅଧ୍ୟୟନ କର, ଏବଂ...ତାହା ହେଉଛି ସ୍ନତକୋତ୍ତର ଅଧ୍ୟୟନ । ଏବଂ ଯେତେବେଳେ ତୁମେ ଆଗକୁ ଉନ୍ନତ ହୋଇଯାଅ, ସ୍ନାତକୋତ୍ତର, ତାପରେ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ଅଧ୍ୟୟନ କର ।