OR/Prabhupada 0722 - ଅଳସୁଆ ହୁଅ ନାହିଁ । ସର୍ବଦା ବ୍ୟସ୍ତ ରୁହ

Revision as of 09:42, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0722 - in all Languages Category:OR-Quotes - 1975 Category:OR-Quotes - Arr...")
(diff) ← Older revision | Latest revision (diff) | Newer revision → (diff)


Arrival Lecture -- Mexico, February 11, 1975, (With Spanish Translator)

ତ ମୁ ତୁମକୁ ଦେଖିକି ଅତି ପ୍ରସନ୍ନତା ଅନୁଭବ କରୁଛି, ଏତେ ସବୁ କୃଷ୍ଣଙ୍କର ଅଂଶ ବିଶେଷ । ତୁମେ କୃଷ୍ଣ ଚେତନା ବୁଝିବାକୁ ଆସିଅଛ । ତେବେ ଏହି ସିଦ୍ଧାନ୍ତଗୁଡିକ ସହ ଜଡିତ ରୁହ, ତେବେ ତୁମ ଜୀବନ ସଫଳ ହେବ । ସିଦ୍ଧାନ୍ତ ହେଉଛି ନିଜକୁ ଶୁଦ୍ଧ କରିବା ପାଇଁ । ଠିକ ଯେପରି ଯେତେବେଳେ ଏକ ବ୍ୟକ୍ତି ରୋଗଗ୍ରସ୍ତ ହୁଏ, ସେ ନିୟାମକ ସିଦ୍ଧାନ୍ତକୁ ପାଳନ କରି ନିଜର ଶୁଦ୍ଧିକରଣ କରିବା ଉଚିତ, ଔଷଧ ଦ୍ଵାରା, ଖାଦ୍ୟ ଦ୍ଵାରା, ସେହିପରି, ଆମର ଏହି ଭୌତିକ ରୋଗ ଅଛି, ଯାହା ଭୌତିକ ଶରୀରରେ ଆବୃତ, ଏବଂ ଦୁଃଖର ଲକ୍ଷଣ ହେଉଛି ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି । ତେଣୁ ଜଣେ ଯିଏ ଗମ୍ଭୀର ଏହି ଭୌତିକ ଜଗତରୁ ବାହାରିବା ପାଇଁ ଏବଂ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିରୁ ମୁକ୍ତ ହେବା ପାଇଁ, ତେବେ ସେ ନିଶ୍ଚିତରେ କୃଷ୍ଣ ଚେତନାକୁ ଗ୍ରହଣ କରିବା ଉଚିତ । ଏହା ଭାରୀ ସରଳ ଏବଂ ସହଜ । ଯଦି ତୁମେ ଜାଣି ନାହଁ, ଯଦି ତୁମେ ଶିକ୍ଷିତ ନୁହଁ, ଯଦି ତୁମର କୌଣସି ସମ୍ପତ୍ତି ନାହିଁ, ତୁମେ କେବଳ ହରେ କୃୃଷ୍ଣ ମନ୍ତ୍ର ଜପ କରି ପାରିବ । ଏବଂ ତୁମେ ଯଦି ଶିକ୍ଷିତ, ତର୍କଶାସ୍ତ୍ର, ଦାର୍ଶନିକ, ତୁମେ ଆମର ପୁସ୍ତକ ପଢ଼ି ପାରିବ, ଯାହା ପଚାଶ ସଂଖ୍ୟକ ଅଛି । ଚାରିଶହ ପୃଷ୍ଠାର ପ୍ରାୟ ପଞ୍ଚସ୍ତରି ଖଣ୍ଡ ପୁସ୍ତକ ଅଛି, ଦାର୍ଶନିକମାନଙ୍କୁ, ବୈଜ୍ଞାନିକମାନଙ୍କୁ, ଶିକ୍ଷାବିଦମାନଙ୍କୁ ବୁଝେଇବା ପାଇଁ କୃଷ୍ଣ ଚେତନା କ'ଣ । ଏହା ଇଂରାଜୀ ଏବଂ ଅନ୍ୟ ଇଉରୋପୀୟ ଭାଷାରେ ପ୍ରକାଶିତ ହୋଇଛି । ଏହାର ଲାଭ ନିଅ । ଏହି ମନ୍ଦିରରେ ବିଗ୍ରହ ପୂଜା କରିବା ସହିତ, ଅତି କମରେ ପାଞ୍ଚ ଘଣ୍ଟା ପ୍ରଚାର କର । ଯେପରି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କରେ ନିୟମିତ ରୂପରେ କ୍ଳାସ୍ ହୁଏ, ପଇଁଚାଳିସି ମିନିଟ୍ କ୍ଲାସ୍ । ତାପରେ ପାଞ୍ଚ କିମ୍ଵା ଦଶ ମିନିଟ୍ ଅବକାଶ, ତାପରେ ପୁଣି ପଇଁଚାଳିସି ମିନିଟ୍ କ୍ଲାସ୍, ଏହିପରି ଭାବରେ, ତେବେ ଆମେ ଯଥେଷ୍ଟ ବିଷୟ ବସ୍ତୁ ପାଇବା ଅଧ୍ୟୟନ ପାଇଁ । ଏବଂ ଯଦି ଆମେ ଏହି ସମସ୍ତ ପୁସ୍ତକ ଅଧ୍ୟୟନ କରିବା, ସେଗୁଡ଼ିକୁ ଶେଷ କରିବା ପାଇଁ ଅତି କମରେ ପଚିଶି ବର୍ଷ ଲାଗିବ । ତେବେ ତୁମେ ସମସ୍ତେ ଯୁବକ । ମୁଁ ତୁମକୁ ଅନୁରୋଧ କରୁଛି ତୁମର ସମୟ ପୁସ୍ତକ ପଢ଼ିବାରେ ନିଯୁକ୍ତ କର, ଜପ କରିବାରେ, ବିଗ୍ରହ ପୂଜା କରିବାରେ, ପ୍ରଚାର କରିବାରେ, ପୁସ୍ତକ ବିକ୍ରି କରିବାରେ । ଅଳସୁଆ ହୁଅ ନାହିଁ । ସର୍ବଦା ବ୍ୟସ୍ତ ରୁହ । ତେବେ ତାହା ହେଉଛି କୃଷ୍ଣ ଚେତନା ।

ଭଗବଦ୍ ଗୀତାରେ କୃଷ୍ଣ କୁହଁନ୍ତି,

ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି
ସ୍ୟୁଃ ପାପଯୋନୟଃ
ସ୍ତ୍ରିୟୋ ବୈଶ୍ୟାସ୍ତଥା ଶୂଦ୍ରସ୍ତେ
ଽପି ଯାନ୍ତି ପରାଂ ଗତିମଂ
(BG 9.32)

କୌଣସି ଭେଦ ଭାବ ନାହିଁ ଯେ "ଏହି ବ୍ୟକ୍ତିକୁ ଅନୁମତି ଦିଆଯିବ; ଏହି ମହିଳାକୁ ଅନୁମତି ଦିଆଯିବ ନାହିଁ ।" ନା । କୃଷ୍ଣ କୁହଁନ୍ତି "ଯେ କେହି" - ସ୍ତ୍ରିୟୋ ବୈଶ୍ୟାସ୍ତଥା ଶୂଦ୍ରସ୍ତେ । ଯେ କେହି କୃଷ୍ଣ ଚେତନା ଗ୍ରହଣ କରିଛନ୍ତି, ସେ ଭୌତିକ ବନ୍ଧନରୁ ମୁକ୍ତ ହୋଇଯାଏ ଏବଂ ଫେରିଯାଏ, ଭଗବଦ୍ ଧାମକୁ ଫେରେ, ଘରକୁ ଫେରେ । ତେଣୁ ଏହି ଅନ୍ଦୋଳନକୁ ଗମ୍ଭୀରତାର ସହ ନିଅ ଏବଂ ସିଦ୍ଧାନ୍ତଗୁଡ଼ିକୁ ନିଷ୍ପାଦନ କର, ଅର୍ଥାତ୍ ମାଂସ ଖାଇବା ନାହିଁ, ଅବୈଧ ଯୌନ ନାହଁ, ନିଶା ନାହିଁ, ଜୁଆ ଖେଳ ନାହିଁ, ଏବଂ ଷୋହଳ ମାଳ ଜପ କର ।