OR/Prabhupada 0431 - ଭଗବାନ ପ୍ରକୃତରେ ସମସ୍ତ ଜୀବଙ୍କର ଉତ୍ତମ ବନ୍ଧୁ

Revision as of 19:47, 5 August 2020 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0431 - in all Languages Category:OR-Quotes - 1972 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.11 -- Edinburgh, July 16, 1972

ସୁଖ ପାଇଁ, ତିନୋଟି ଜିନିଷ ବୁଝିବାକୁ ଅଛି । ଭଗବଦ୍-ଗୀତାରେ ଏହା ଉଲ୍ଲେଖ କରାଯାଇଛି ।

ଭୋକ୍ତାରଂ ଯଜ୍ଞ-ତପସାଂ
ସର୍ବ-ଲୋକ-ମହେଶ୍ବରମ୍।
ସୁହୃଦଂ ସର୍ବ-ଭୂତାନାଂ
ଜ୍ଞାତ୍ବା ମାଂ ଶାନ୍ତିମୃଚ୍ଛତି
(ଭ.ଗୀ. ୫.୨୯)

ତୁମକୁ କେବଳ ତିନୋଟି ଜିନିଷ ବୁଝିବାକୁ ପଡିବ ତାପରେ ତୁମେ ଶାନ୍ତିପୂର୍ଣ୍ଣ ହେବ। ତାହା କଣ? ପ୍ରଥମ କଥା ହେଉଛି "ଭଗବାନ ଉପଭୋକ୍ତା , ମୁଁ ଉପଭୋକ୍ତା ନୁହଁ।" କିନ୍ତୁ ଏଠାରେ, ଆମର ଭୁଲ ହେଉଛି, ସମସ୍ତେ ଭାବୁଛନ୍ତି, ମୁଁ ଉପଭୋକ୍ତା। କିନ୍ତୁ ବାସ୍ତବରେ, ଆମେ ଉପଭୋଗ କରୁନାହୁଁ । ଉଦାହରଣ ସ୍ୱରୂପ, କାରଣ ମୁଁ ଭଗବାନଙ୍କ ଅଂଶ ବିଶେଷ... ଯେପରି ମୋ ହାତ ମୋ ଶରୀରର ଅଂଶ ବିଶେଷ ଅଟେ । ଧରାଯାଉ ହାତଟି ଗୋଟିଏ ସୁନ୍ଦର ଫଳ କେକ୍, ସୁନ୍ଦର ସୁଆଦିଆ ପିଠା ଧରେ। ହାତ ଏହାକୁ ଉପଭୋଗ କରିପାରିବ ନାହିଁ । ହାତ ଏହାକୁ ଉଠାଇ ପାଟିରେ ରଖିଥାଏ । ଏବଂ ଯେତେବେଳେ ଏହା ପେଟକୁ ଯାଏ, ଯେତେବେଳେ ସେହି ଖାଦ୍ୟ ଖାଇବା ଦ୍ୱାରା ଶକ୍ତି ସୃଷ୍ଟି ହୁଏ, ଯାହା ହାତରେ ଉପଭୋଗ କରେ। କେବଳ ଏହି ହାତ ଦ୍ୱାରା ନୁହେଁ - ଏହି ହାତ ମଧ୍ୟ, ଆଖି ମଧ୍ୟ, ଗୋଡ ମଧ୍ୟ ।

ସେହିଭଳି, ଆମେ ସିଧାସଳଖ କିଛି ଉପଭୋଗ କରିପାରିବୁ ନାହିଁ । ଯଦି ଆମେ ଭଗବାନଙ୍କ ଭୋଗ ପାଇଁ ସବୁକିଛି ରଖୁ ଏବଂ ତା’ପରେ ଯେତେବେଳେ ଆମେ ନେଉ, ସେହି ଭୋଗରେ ଅଂଶଗ୍ରହଣ କର, ତାହା ହେଉଛି ଆମର ସୁସ୍ଥ ଜୀବନ । ଏହା ହେଉଛି ଦର୍ଶନ । ଆମେ କିଛି ନେଉନାହୁଁ । ଭଗବତ୍-ପ୍ରସାଦ । ଭଗବତ୍-ପ୍ରସାଦ । ଆମର ଦର୍ଶନ ହେଉଛି ଯେ ଆମେ ସୁନ୍ଦର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁ ଏବଂ ଆମେ କୃଷ୍ଣଙ୍କୁ ପ୍ରଦାନ କରୁ, ଏବଂ ସେ ଖାଇସାରିବା ପରେ, ଆମେ ଏହାକୁ ଗ୍ରହଣ କରୁ। ତାହା ହେଉଛି ଆମର ଦର୍ଶନ। ଆମେ କୌଣସି ଜିନିଷ ନେଉନାହୁଁ ଯାହା କୃଷ୍ଣଙ୍କୁ ଦିଆଯାଇନଥାଏ । ତେଣୁ ଆମେ କହୁଛୁ ଭଗବାନ ସର୍ବୋପରି ଉପଭୋଗକାରୀ। ଆମେ ଉପଭୋକ୍ତା ନୁହଁ। ଆମେ ସମସ୍ତେ ଅଧୀନ ଅଟୁ।

ଭୋକ୍ତାରଂ ଯଜ୍ଞ-ତପସାଂ ସର୍ବ-ଲୋକ-ମହେଶ୍ବରମ୍ (ଭ.ଗୀ. ୫.୨୯) ଏବଂ ଭଗବାନ ପ୍ରତ୍ୟେକ ଜିନିଷର ମାଲିକ ଅଟନ୍ତି । ତାହା ଏକ ସତ୍ୟ । ବର୍ତ୍ତମାନ ଧରାଯାଉ ଏତେ ବଡ ମହାସାଗର । ଆପଣ ମାଲିକ ଅଟନ୍ତି କି? ଆମେ ଦାବି କରୁଛୁ ଯେ ମୁଁ ଏହି ଭୂମି କିମ୍ବା ଏହି ସମୁଦ୍ରର ମାଲିକ ଅଟେ । କିନ୍ତୁ ବାସ୍ତବରେ, ମୋର ଜନ୍ମ ପୂର୍ବରୁ ସମୁଦ୍ର ସେଠାରେ ଥିଲା, ଭୂମି ସେଠାରେ ଥିଲା, ମୋର ମୃତ୍ୟୁ ପରେ ସମୁଦ୍ର ସେଠାରେ ରହିବ, ଭୂମି ସେଠାରେ ରହିବ। ଯେତେବେଳେ ମୁଁ ମାଲିକ ହେବି? ଠିକ୍ ଯେପରି ଏହି ହଲ୍ ରେ। ଆମେ ଏହି ହଲ୍ ଭିତରକୁ ଯିବା ପୂର୍ବରୁ ହଲ୍ ବିଦ୍ୟମାନ ଥିଲା, ଏବଂ ଯେତେବେଳେ ଆମେ ଏହି ହଲ୍ ଛାଡିବା, ହଲ୍ ବିଦ୍ୟମାନ ରହିବ । ତା’ହେଲେ ଆମେ ମାଲିକ କେମିତି ହୋଇଯିବା? ଯଦି ଆମେ ମିଥ୍ୟା ଦାବି କରୁଛୁ ଯେ ଏଠାରେ ଏକ ଘଣ୍ଟା କିମ୍ବା ଅଧ ଘଣ୍ଟା ବସିବା ଦ୍ଵାରା, ଆମେ ମାଲିକ ହୋଇଗଲୁ, ତାହା ମିଥ୍ୟା ଭାବନା । ତେଣୁ ଜଣକୁ ବୁଝିବାକୁ ହେବ ଯେ ଆମେ ନା ମାଲିକ କିମ୍ବା ଉପଭୋଗକାରୀ । ଭୋକ୍ତାରଂ ଯଜ୍ଞ ... ଭଗବାନ ଭୋଗକାରୀ । ଏବଂ ଭଗବାନ ହେଉଛନ୍ତି ମାଲିକ । ସର୍ବ-ଲୋକ-ମହେଶ୍ବରମ୍ ।

ଏବଂ ସୁହୃଦଂ ସର୍ବ-ଭୂତାନାଂ (ଭ.ଗୀ. ୫.୨୯), ସେ ସମସ୍ତଙ୍କର ସର୍ବୋତ୍ତମ ବନ୍ଧୁ । ସେ କେବଳ ମାନବ ସମାଜର ବନ୍ଧୁ ନୁହଁନ୍ତି । ସେ ପଶୁ ସମାଜର ବନ୍ଧୁ । କାରଣ ପ୍ରତ୍ୟେକ ଜୀବ ହେଉଛି ଭଗବାନଙ୍କ ପୁତ୍ର। ଆମେ କିପରି ଗୋଟିଏ ପ୍ରକାର ମନୁଷ୍ୟକୁ ଏବଂ ଅନ୍ୟ ପ୍ରକାରରେ ପଶୁମାନଙ୍କୁ ବ୍ୟବହାର କରିପାରିବା? ନା। ଭଗବାନ ପ୍ରକୃତରେ ସମସ୍ତ ଜୀବଙ୍କର ଉତ୍ତମ ବନ୍ଧୁ । ଯଦି ଆମେ କେବଳ ଏହି ତିନୋଟି ଜିନିଷ ବୁଝିବା, ତେବେ ଆମେ ତୁରନ୍ତ ଶାନ୍ତିପୂର୍ଣ୍ଣ ହୋଇଯିବା ।

ଭୋକ୍ତାରଂ ଯଜ୍ଞ-ତପସାଂ
ସର୍ବ-ଲୋକ-ମହେଶ୍ବରମ୍
ସୁହୃଦଂ ସର୍ବ-ଭୂତାନାଂ
ଜ୍ଞାତ୍ବା ମାଂ ଶାନ୍ତିମୃଚ୍ଛତି
(ଭ.ଗୀ. ୫.୨୯)

ଏହା ହେଉଛି ଶାନ୍ତିର ପ୍ରକ୍ରିୟା । ଆପଣ ପ୍ରତିଷ୍ଠା କରିପାରିବେ ନାହିଁ ... ଯଦି ତୁମେ ଭାବୁଛ ଯେ "ମୁଁ ଭଗବାନଙ୍କର ଏକମାତ୍ର ପୁତ୍ର, ଏବଂ ପଶୁ ହେଉଛି, କୌଣସି ପ୍ରାଣ ନାହିଁ, ଏବଂ ଆମ୍ଭେମାନେ ହତ୍ୟା କରିବା, "ଏହା ବହୁତ ଭଲ ଦର୍ଶନ ନୁହେଁ । କାହିଁକି ନୁହେଁ? ପ୍ରାଣ ଧାରଣ କରିବାର ଲକ୍ଷଣଗୁଡ଼ିକ କ’ଣ? ପ୍ରାଣ ଧାରଣ କରିବାର ଲକ୍ଷଣଗୁଡ଼ିକ ସମାନ ଚାରୋଟି ସୂତ୍ର: ଖାଇବା, ଶୋଇବା, ଯୌନ ମିଳନ ଏବଂ ରକ୍ଷା କରିବା । ପଶୁମାନେ ମଧ୍ୟ ଏହି ଚାରୋଟି ଜିନିଷରେ ବ୍ୟସ୍ତ; ଆମେ ମଧ୍ୟ ଏହି ଚାରୋଟି ଜିନିଷରେ ବ୍ୟସ୍ତ ଅଛୁ । ତେବେ ପଶୁ ଏବଂ ମୋ ମଧ୍ୟରେ ପାର୍ଥକ୍ୟ କେଉଁଠାରେ ଅଛି? ତେଣୁ ବୈଦିକ ସାହିତ୍ୟର ଦର୍ଶନରେ ସବୁକିଛିର ସ୍ପଷ୍ଟ ଧାରଣା ଅଛି, ବିଶେଷକରି ସେମାନେ ଭଗବତ-ଗୀତା ମୌଳିକ ରୂପରେ ସଂକ୍ଷିପ୍ତରେ ବର୍ଣନା ହୋଇଛି । ତେଣୁ ଆମର ଏକମାତ୍ର ଅନୁରୋଧ ହେଉଛି ତୁମେ ଭଗବାନ ସଚେତନ ହୁଅ । ଏହା ହେଉଛି ଏକ ସୁଯୋଗ ।

ଭଗବାନଙ୍କର କ’ଣ ତାହା ବୁଝିବାର ଏହି ମାନବ ଜୀବନର ଏକମାତ୍ର ସୁଯୋଗ, ମୁଁ କ’ଣ, ଭଗବାନଙ୍କ ସହ ମୋର ସମ୍ପର୍କ କ’ଣ? ପଶୁମାନେ - ଏହି ସଭାରେ ଆମେ ବିଲେଇ ଏବଂ କୁକୁରମାନଙ୍କୁ ନିମନ୍ତ୍ରଣ କରିପାରିବୁ ନାହିଁ । ତାହା ସମ୍ଭବ ନୁହେଁ । ଆମେ ମଣିଷମାନଙ୍କୁ ନିମନ୍ତ୍ରଣ କରିଛୁ, କାରଣ ସେମାନେ ବୁଝିପାରିବେ । ତେଣୁ ମଣିଷ ଅଧିକାର ପାଇଛି, ବୁଝିବା ପାଇଁ ଅଧିକାର ପାଇଛି । ଦୁର୍ଲଭଂ ମାନୁଷ୍ୟଂ ଜନ୍ମ । ତେଣୁ ଏହାକୁ ଦୁର୍ଲଭ କୁହାଯାଏ, ବହୁତ କ୍ୱଚିତ୍ ଆମେ ଏହି ମାନବ ଜୀବନର ରୂପ ପାଇଛୁ । ଯଦି ଆମେ ଜୀବନର ଏହି ରୂପରେ ବୁଝିବାକୁ ଚେଷ୍ଟା କରୁନାହୁଁ "ଭଗବାନ କ’ଣ, ମୁଁ କଣ, ଆମର ସମ୍ପର୍କ କ’ଣ, ତା’ହେଲେ ଆମେ ଆତ୍ମହତ୍ୟା କରୁଛୁ । କାରଣ ଏହି ଜୀବନ ପରେ, ମୁଁ ଏହି ଶରୀର ତ୍ୟାଗ କରିବା ମାତ୍ରେ ମୋତେ ଅନ୍ୟ ଶରୀରକୁ ଗ୍ରହଣ କରିବାକୁ ପଡିବ । ଏବଂ ଆମେ ଜାଣୁ ନାହିଁ କି ମୁଁ କେଉଁ ପ୍ରକାର ଶରୀର ଗ୍ରହଣ କରିବାକୁ ଯାଉଛି । ତାହା ମୋ ହାତରେ ନାହିଁ। ତୁମେ ଆଦେଶ କରିପାରିବ ନାହିଁ "ପରବର୍ତ୍ତୀ ଜୀବନରେ ମୋତେ ଜଣେ ରାଜା କର ।" ତାହା ସମ୍ଭବ ନୁହେଁ । ଯଦି ତୁମେ ପ୍ରକୃତରେ ଜଣେ ରାଜା ହେବାକୁ ଯୋଗ୍ୟ, ପ୍ରକୃତି ଆପଣଙ୍କୁ ରାଜାଙ୍କ ଘରେ ଏକ ଶରୀର ଦେବ । ଆପଣ ତାହା କରିପାରିବେ ନାହିଁ । ତେଣୁ, ପରବର୍ତ୍ତୀ, ଉନ୍ନତ ଶରୀର ପାଇବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ । ତାହା ମଧ୍ୟ ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି:

ୟାନ୍ତି ଦେବବ୍ରତା ଦେବାନ୍
ପିତୃ଼ନ୍ ୟାନ୍ତି ପିତୃବ୍ରତାଃ
ଭୂତାନି ଯାନ୍ତି ଭୂତେଜ୍ୟା
ୟାନ୍ତି ମଦ୍ ୟାଜିନୋ 'ପି ମାମ୍
(ଭ.ଗୀ. ୯.୨୫)

ଯଦି ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ, ଏହି ଜୀବନରେ ପରବର୍ତ୍ତୀ ଶରୀର ପାଇଁ, ତାହାହେଲା କାହିଁକି ନିଜକୁ ପ୍ରସ୍ତୁତ କରବା ନାହିଁ ଘରକୁ ଫେରିବା, ଭଗବତ ଧାମକୁ ଫେରିବା ପାଇଁ । ଏହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷା ଦେଉଛୁ ଯେ ସେ କିପରି ନିଜକୁ ପ୍ରସ୍ତୁତ କରିପାରିବେ । ଯାହାଫଳରେ ସେ ଏହି ଶରୀର ଛାଡିବା ପରେ ସେ ସିଧାସଳଖ ଭଗବାନଙ୍କ ନିକଟକୁ ଯାଇପାରିବେ । ଘରକୁ ଫେର, ଭଗବତ ଧାମକୁ ଫେର । ଭଗବଦ୍-ଗୀତାରେ ଏହା ଉଲ୍ଲେଖ କରାଯାଇଛି । ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋର୍ଜୁନ (ଭ.ଗୀ. ୪.୯)। ତ୍ୟକ୍ତ୍ଵା ଦେହଂ, ଏହା ଛାଡିବା ପରେ...ଆମକୁ ଛାଡିବାକୁ ପଡିବ । ମୁଁ ହୁଏତ ଏହି ଶରୀର ଛାଡିବାକୁ ପସନ୍ଦ କରେ ନାହିଁ, କିନ୍ତୁ ମୋତେ ଛାଡିବାକୁ ପଡିବ । ତାହା ହେଉଛି ପ୍ରକୃତିର ନିୟମ । ମୃତ୍ୟୁ ପରି ନିଶ୍ଚିତ।

ମୃତ୍ୟୁ ପୂର୍ବରୁ, ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ୍, ପରବର୍ତ୍ତୀ ଶରୀର କ’ଣ । ଯଦି ଆମେ ତାହା କରୁନାହୁଁ, ତେବେ ଆମେ ଆତ୍ମହତ୍ୟା କରୁଛୁ। ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ମାନବ ସମାଜକୁ ବଞ୍ଚାଇବା, ଜୀବନର ଶାରୀରିକ ଧାରଣାର ଭୁଲ ଧାରଣା ଦ୍ୱାରା ସାଂଘାତିକ ଭାବରେ ଆଘାତ ପ୍ରାପ୍ତ ହେବାରୁ । ଏବଂ ସରଳ ପଦ୍ଧତି ହେଉଛି ଷୋହଳ ଶବ୍ଦ ଜପ କରି, କିମ୍ବା ଯଦି ଆପଣ ଦାର୍ଶନିକ, ଯଦି ଆପଣ ବୈଜ୍ଞାନିକ, ଯଦି ତୁମେ ସବୁକିଛି ବୈଜ୍ଞାନିକ, ଦାର୍ଶନିକ ଭାବରେ ଜାଣିବାକୁ ଚାହୁଁଛ, ଆମ ପାଖରେ ଏହିପରି ବଡ଼, ବଡ଼ ପୁସ୍ତକ ଅଛି । ଆପଣ ବହି ପଢିପାରନ୍ତି, କିମ୍ବା କେବଳ ଆମ ସହିତ ଯୋଗ ଦେଇ ହରେ କୃଷ୍ଣ ମନ୍ତ୍ର ଜପ କରିପାରିବେ । ଆପଣଙ୍କୁ ଅନେକ ଧନ୍ୟବାଦ।