OR/Prabhupada 0470 - ମୁକ୍ତି ମଧ୍ୟ ଅନ୍ୟ ଏକ ପ୍ରତାରଣା

Revision as of 15:43, 29 November 2020 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0470 - in all Languages Category:OR-Quotes - 1977 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 7.9.9 -- Mayapur, March 1, 1977

ଶ୍ରୀଧର ସ୍ୱାମୀ କହିଛନ୍ତି ଯେ ମୁକ୍ତି ମଧ୍ୟ ଅନ୍ୟ ଏକ ପ୍ରତାରଣା। ମୁକ୍ତି କାହିଁକି? କୃଷ୍ଣ ଦାବି କରି ନାହାନ୍ତି ଯେ "ତୁମେ ମୁକ୍ତି, ମୁକ୍ତ ନହେବା ପର୍ଯ୍ୟନ୍ତ, ତୁମେ ସେବା କରିପାରିବ ନାହିଁ ।" ନା। ତୁମେ ଯେକୌଣସି ଅବସ୍ଥାରେ ସେବା କରିପାରିବ । ଅହୈତୁକି ଅପ୍ରତିହତା। ତାହା ନୁହେଁ କାରଣ ସର୍ବପ୍ରଥମେ ଆମକୁ ମୁକ୍ତ ହେବାକୁ ପଡିବ । କାରଣ ତୁମେ ଭକ୍ତି ଆରମ୍ଭ କରିବା ମାତ୍ରେ ତୁମେ ମୁକ୍ତ ହୋଇସାରିଛ । ପ୍ଲାଟଫର୍ମ ଏତେ ମହାନ ଯେ ଏକ ଭକ୍ତ, ଅନ୍ୟ କୌଣସି ତୀବ୍ର-ଉଦ୍ଦେଶ୍ୟ ବିନା, ସେ ମୁକ୍ତ ହୋଇସାରିଛନ୍ତି । ବ୍ରହ୍ମ-ଭୁୟାୟ ସ କଳ୍ପତେ ।

ମାଂ ଚ ଯୋଽବ୍ୟଭିଚାରେଣ
ଭକ୍ତିୟୋଗେନ ସେବତେ
ସ ଗୁଣାନ୍ ସମତୀତ୍ୟୈତାନ୍
ବ୍ରହ୍ମ-ଭୂୟାୟ କଲ୍ପତେ
(ଭ.ଗୀ. ୧୪.୨୬)

ତୁରନ୍ତ ।

ସର୍ବ ଧର୍ମାନ୍ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ
ଅହଂ ତ୍ୱା ସର୍ବ ପାପେଭ୍ୟୋ
ମୋକ୍ଷୟିଷ୍ୟାମି...
(ଭ.ଗୀ. ୧୮.୬୬)

ତେଣୁ ଯଦି କୃଷ୍ଣ ତୁମର ପାପପୂର୍ଣ୍ଣ ଜୀବନର ସମସ୍ତ ପ୍ରତିକ୍ରିୟାକୁ ନଷ୍ଟ କରିବାର ଦାୟିତ୍ୱ ଗ୍ରହଣ କଲେ, ଏହାର ଅର୍ଥ ତୁରନ୍ତ ତୁମେ ମୁକ୍ତ, ତୁମେ ମୁକ୍ତ ହୋଇଛ । ମୁକ୍ତିର ଅର୍ଥ ... ଆମେ ଏହି ଭୌତିକ ଜଗତରେ ଜଡିତ କାରଣ ଆମେ ଗୋଟିଏ ପରେ ଗୋଟିଏ ସୃଷ୍ଟି କରୁଛୁ, ଜଡିତ । ନୂନଂ ପ୍ରମତ୍ତଃ କୁରୁତେ ବିକର୍ମ (ଭା. ୫.୫.୪)। କାରଣ ଆମେ ଏପରି ସ୍ଥିତିରେ ଅଛୁ, ଆମକୁ ପ୍ରତିକୂଳ କାର୍ଯ୍ୟ କରିବାକୁ ପଡିବ, ଠିକ୍ ନୁହେଁ, ଯଦିଓ ତୁମେ ଇଚ୍ଛା କରୁନାହଁ ... ଏପରିକି ଯଦି ତୁମେ ଏକ ପିମ୍ପୁଡ଼ିକୁ ମଧ୍ୟ ନ ମାରିବା ପାଇଁ ଯତ୍ନବାନ, ତଥାପି, ଅଜ୍ଞାତରେ, ଅଜ୍ଞାତରେ, ତୁମେ ଚାଲିବା ସମୟରେ ତୁମେ ଅନେକ ପିମ୍ପୁଡ଼ି ମାରିଦିଅ । ଏବଂ ଭାବ ନାହିଁ ଯେ ତୁମେ ସେହି ଉଦ୍ଦେଶ୍ୟ ପାଇଁ ପାପୀ ନୁହଁ । ତୁମେ ପାପୀ ହୁଅ । ବିଶେଷକରି ଯେଉଁମାନେ ଭକ୍ତ ନୁହନ୍ତି, ସେମାନେ ହତ୍ୟା ପାଇଁ ଦାୟୀ ନିଶ୍ଚିତ ଭାବେ ହୁଅନ୍ତି, ଚାଲିବା ସମୟରେ ବହୁତ ଛୋଟ ପ୍ରାଣୀ ... କିମ୍ବା ପାଣି ମାଠିଆ ଅଛି, ଆପଣ ଦେଖିଥିବେ । ସେଠାରେ ବହୁତ ଛୋଟ ପ୍ରାଣୀ ଅଛନ୍ତି । ପାଣି ମାଠିଆକୁ ଘୁଞ୍ଚାଇ ମଧ୍ୟ ତୁମେ ଏତେ ସଂଖ୍ୟକ ଜୀବଜନ୍ତୁଙ୍କୁ ହତ୍ୟା କର । ଚୁଲିରେ ନିଆଁ ଜାଳିବାବେଳେ ସେଠାରେ ଅନେକ ଜୀବ ଅଛନ୍ତି । ତୁମେ ସେମାନଙ୍କୁ ହତ୍ୟା କର। ତେଣୁ ସଚେତନ, ଅଜ୍ଞାତରେ, ଆମେ ଏହି ଭୌତିକ ଜଗତରେ ଏପରି ସ୍ଥିତିରେ ଅଛୁ । ଯଦିଓ ଆମେ ଅତି ସତର୍କ, ତଥାପି ଆମକୁ ପାପପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡିଥାଏ । ଆପଣ ଜୈନ ମାନଙ୍କୁ ଦେଖିଛନ୍ତି, ସେମାନେ ଅହିଂସା ମାର୍ଗରେ ଅଛନ୍ତି । ତୁମେ ପାଇବ ଯେ ସେମାନେ ଏହିପରି ଏକ କପଡା ରଖନ୍ତି, ଯେପରି, ଛୋଟ କୀଟମାନେ ପାଟିରେ ପ୍ରବେଶ କରିପାରିବେ ନାହିଁ । କିନ୍ତୁ ଏଗୁଡ଼ିକ କୃତ୍ରିମ ପ୍ରକ୍ରିୟା । ତୁମେ ଅଟକାଇ କରିପାରିବ ନାହିଁ । ବାୟୁରେ ବହୁତ ଜୀବ ଅଛନ୍ତି । ଏଇ ପାଣିରେ ବହୁତ ଜୀବଜନ୍ତୁ ଅଛନ୍ତି । ଆମେ ପାଣି ପିଇଥାଉ । ତୁମେ ଏହାକୁ ଯାଞ୍ଚ କରିପାରିବ ନାହିଁ । ଏହା ସମ୍ଭବ ନୁହେଁ । କିନ୍ତୁ ଯଦି ତୁମେ ନିଜକୁ ଭକ୍ତି ସେବାରେ ସ୍ଥିର ରଖ, ତାପରେ ତୁମେ ବନ୍ଧା ନୁହଁ ।

ଯଜ୍ଞାର୍ଥାତ୍କର୍ମଣୋ ଽନ୍ୟତ୍ର ଲୋକୋ ଽୟଂ କର୍ମବନ୍ଧନଃ (ଭ.ଗୀ. ୩.୯)। ଯଦି ତୁମର ଜୀବନ ଯଜ୍ଞ ପାଇଁ, କୃଷ୍ଣଙ୍କ ସେବା କରିବା ପାଇଁ ଉତ୍ସର୍ଗୀକୃତ, ତା’ପରେ ଅପରିହାର୍ଯ୍ୟ ପାପପୂର୍ଣ୍ଣ କାର୍ଯ୍ୟକଳାପ ଯାହାକୁ ଆମେ ଅଜାଣତରେ କରିଥାଉ, ତା ପାଇଁ ଆମେ ଦାୟୀ ନୋହୁଁ । ମନ୍ୟେ ମିଥେ କୃତଂ ପାପଂ ପୁଣ୍ୟୟ ଏବ କଳ୍ପତେ ତେଣୁ ଆମ ଜୀବନ କେବଳ କୃଷ୍ଣ ଚେତନା ପାଇଁ ଉତ୍ସର୍ଗୀକୃତ ହେବା ଉଚିତ । ତା’ପରେ ଆମେ ନିରାପଦରେ ଅଛୁ। ନଚେତ୍ ଆମ କାର୍ଯ୍ୟକଳାପର ଅନେକ ପ୍ରତିକ୍ରିୟା ସହିତ ନିଶ୍ଚିତ ଭାବେ ଜଡିତ ହେବା । ଏବଂ ଜନ୍ମ ଏବଂ ମୃତ୍ୟୁର ପୁନରାବୃତ୍ତିରେ ବନ୍ଧା ହୋଇ ରହିବା । ଅପ୍ରାପ୍ୟ ମାଂ ନିବର୍ତନ୍ତେ ମୃତ୍ୟୁସଂସାରବର୍ତ୍ମନି (ଭ.ଗୀ. ୩.୯)

ନୂନଂ ପ୍ରମତ୍ତଃ କୁରୁତେ ବିକର୍ମ
ୟଦ ଇନ୍ଦ୍ରିୟ-ପ୍ରୀତୟ ଆପୃଣତି
ନ ସାଧୁ ମନ୍ୟେ ୟତୋ ଆତ୍ମନୋ ୟମ
ଅସନ୍ନ ଆପି କ୍ଳେଶଦ ଆସ ଦେହଃ
(ଭା. ୫.୫.୪)

ସବୁଠାରୁ ସୁରକ୍ଷିତ ସ୍ଥିତି ଆମକୁ ସର୍ବଦା କୃଷ୍ଣ ଚେତନାରେ ନିୟୋଜିତ ହେବାକୁ ହେବ । ତା’ପରେ ଆମେ ଆଧ୍ୟାତ୍ମିକ ଭାବରେ ଆଗକୁ ବଢିବା ଏବଂ ପାପପୂର୍ଣ୍ଣ ଜୀବନର ପ୍ରତିକ୍ରିୟାରୁ ସୁରକ୍ଷିତ ହେବା ।