OR/720406 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମେଲବର୍ନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ଶାସ୍ତ୍ର ଅନୁଯାୟୀ, ଭଗବାନ ଆସନ୍ତି ଏବଂ ସେ ବ୍ୟକ୍ତିଗତ ଭାବରେ କୁହନ୍ତି ଯେ ସେ କାହିଁକି ଆସନ୍ତି: ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ( ଭ.ଗୀ. ୪.୭) । ଯେତେବେଳେ ବି ଧାର୍ମିକ ନୀତିର ପ୍ରବର୍ତ୍ତନରେ ଅସଙ୍ଗତି ଆସେ, ସେ ଆସନ୍ତି । ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି, ଅଭ୍ୟୁତ୍ଥାନଂ ଅଧର୍ମସ୍ୟ । ଏବଂ ଯେତେବେଳେ ବି ଧାର୍ମିକ ପ୍ରକ୍ରିୟାରେ ଅସଙ୍ଗତି ଦେଖାଯାଏ, ଧର୍ମହୀନ କାର୍ଯ୍ୟକଳାପ ବୃଦ୍ଧି ପାଇଥାଏ । ତାହା ସ୍ୱାଭାବିକ । ଯେତେବେଳେ ବି କୋମଳ ସରକାର ଆସନ୍ତି, ଦୁର୍ବୃତ୍ତ ଏବଂ ଚୋରମାନେ ବୃଦ୍ଧି ପାଇବେ । ଏହା ସ୍ୱାଭାବିକ । ଏବଂ ଯଦି ସରକାର ଅତ୍ୟନ୍ତ କଠୋର, ତେବେ ଦୁର୍ବୃତ୍ତ ଏବଂ ଚୋରମାନେ ଅଧିକ ପ୍ରତିଷ୍ଠିତ ହୋଇପାରିବେ ନାହିଁ । ତେଣୁ ଯେତେବେଳେ କୃଷ୍ଣ ଆସନ୍ତି, ସେତେବେଳେ ତାଙ୍କର ଦୁଇଟି ବ୍ୟବସାୟ ଅଛି: ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ । ( ଭ.ଗୀ. ୪.୮) - ଭକ୍ତମାନଙ୍କୁ, ବିଶ୍ଵସ୍ଥମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ଅସୁର ମାନଙ୍କୁ ସଂହାର କରିବା । "
720406 - ପ୍ରବଚନ at Christian Monastery - ମେଲବର୍ନ