OR/720814 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ଆମେ ଏହି ମାନବ ଶରୀର ପାଇଥାଉ, ଏହା କେବଳ କୃଷ୍ଣଙ୍କ ଶରୀରର ଅନୁକରଣ ଅଟେ। କୃଷ୍ଣଙ୍କର ଦୁଇଟି ହାତ ଅଛି; ଆମର ଦୁଇଟି ହାତ ଅଛି। କୃଷ୍ଣଙ୍କର ଦୁଇଟି ଗୋଡ ଅଛି; ଆମର ଦୁଇଟି ଗୋଡ ଅଛି। କିନ୍ତୁ ଏହି ଶରୀର ଏବଂ କୃଷ୍ଣଙ୍କ ଶରୀରର ପାର୍ଥକ୍ୟ ଏହି ଶ୍ଳୋକରେ ଦର୍ଶାଯାଇଛି, ଅଙ୍ଗାନି ୟସ୍ୟ ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି (ବ୍ର.ସ. ୫.୩୨) । ଏଠାରେ, ଆମ ହାତରେ, ଆମେ କିଛି ଧରି ପାରିବା କିନ୍ତୁ ଆମେ ଚାଲିପାରିବା ନାହିଁ । କିନ୍ତୁ କୃଷ୍ଣ ତାଙ୍କ ହାତରେ ଚାଲିପାରନ୍ତି । କିମ୍ବା ଆମର ଗୋଡ଼ରେ ଆମେ କେବଳ ଚାଲିବା, କିନ୍ତୁ ଆମେ କିଛି ଧରିପାରୁ ନାହୁଁ । କିନ୍ତୁ କୃଷ୍ଣ ଧରିପାରନ୍ତି ମଧ୍ୟ । ଆମ ଆଖିରେ ଆମେ ଦେଖିପାରୁ, କିନ୍ତୁ ଆମେ ଖାଇ ପାରିବୁ ନାହିଁ । କିନ୍ତୁ କୃଷ୍ଣ ତାଙ୍କ ଆଖିରେ ଦେଖିପାରନ୍ତି ଏବଂ ଖାଇପାରନ୍ତି ଏବଂ ଶୁଣି ବି ପାରନ୍ତି । ତାହା ହେଉଛି ଏହି ଶ୍ଳୋକର ବ୍ୟାଖ୍ୟା । ଅଙ୍ଗାନି ୟସ୍ୟ ସକଳେନ୍ଦ୍ରିୟ-ବୃତ୍ତି-ମନ୍ତି, 'ପ୍ରତ୍ୟେକ ଅଙ୍ଗ ଅନ୍ୟ ଅଙ୍ଗଗୁଡ଼ିକର କାର୍ଯ୍ୟ କରିପାରନ୍ତି' । ଏହାକୁ ସଂପୂର୍ଣ୍ଣ କୁହାଯାଏ ।"
720814 - ପ୍ରବଚନ BS 5.32 - ଲସ ଆ଼ଞ୍ଜେଲ୍ସ