OR/Prabhupada 0391 - ମାନସ ଦେହ ଗେହ ର ଭାବାର୍ଥ

Revision as of 06:52, 24 October 2019 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0391 - in all Languages Category:OR-Quotes - Unknown Date Category:OR-Quot...")
(diff) ← Older revision | Latest revision (diff) | Newer revision → (diff)


Purport to Manasa Deha Geha

ମାନସ, ଦେହ,ଗେହ ଜୋ କିଛୁ ମୋର ଏହା ଭକ୍ତି ବିନୋଦ ଠାକୁର ଗାଇଥିବା ଗୋଟିଏ ଗୀତ ସେ ପୂର୍ଣ୍ଣ ଶରଣାଗତିର ଶିକ୍ଷା ଦେଉଛନ୍ତି। ମାନସ, ଦେହ,ଗେହ ଜୋ କିଛୁ ମୋର ପ୍ରଥମେ, ସେ ମନକୁ ସମର୍ପିତ କରୁଛନ୍ତି, କାରଣ ସମସ୍ତ ପ୍ରକାର କଳ୍ପନା ଜଳ୍ପନା ର ଉଦଗମ ସ୍ଥଳ ହେଉଛି ମନ। ଆଉ, ଆତ୍ମସମର୍ପଣ, ଭକ୍ତି ସେବା କରିବାର ଅର୍ଥ ପ୍ରଥମେ ମନକୁ ନିୟନ୍ତ୍ରିତ କରିବା। ସେଥି ପାଇଁ ସେ କହୁଛନ୍ତି ମାନସ, ଅର୍ଥ 'ମନ', ତା ପରେ ଦେହ 'ଇନ୍ଦ୍ରିୟ'| ଶରୀର। ଦେହ ଅର୍ଥ ଏଇ କଳେବର, କଳେବର ଅର୍ଥ ଇନ୍ଦ୍ରିୟ। ତ, ଯଦି ଆମେ କୃଷ୍ଣଙ୍କ ଚରଣ କମଳରେ ଏଇ ମନକୁ ସମର୍ପିତ କରୁ, ତାହା ହେଲେ ସ୍ୱତଃ ଇନ୍ଦ୍ରିୟ ମାନେ ମଧ୍ୟ ସମର୍ପିତ ହୋଇ ଯିବେ। ତା ପରେ, "ମୋ ଘର" ଦେହ ଗେହ। ଗେହ ଅର୍ଥ ଘର। ଜୋ କିଛୁ ମୋର ଆମର ସବୁ ସମ୍ପତି ଏଇ ତିନିଟିର ଅନ୍ତର୍ଗତ: ମନ, ଶରୀର, ଆଉ ଆମ ଘର। ତେଣୁ ଭକ୍ତି ବିନୋଦ ଠାକୁର ସବୁ ସମର୍ପଣ କରିବାକୁ ପ୍ରସ୍ତାବ ଦେଉଛନ୍ତି। ଆର୍ପିଲୁ ତୁବା ପଦେ, ନନ୍ଦ-କିଶୋର। ନନ୍ଦ-କିଶୋର କୃଷ୍ଣ ଅଟନ୍ତି। ତ, "ମୁଁ ମୋର ମନ, ମୋର ଦେହ, ଆଉ ମୋର ଘର ତୁମକୁ ସମର୍ପିତ କରୁଛି" ବର୍ତ୍ତମାନ, ସମ୍ପଦେ ବିପଦେ, ଜୀବନେ-ମରଣେ: "ହୁଏତ ମୁଁ ଶାଖାରେ ଅଛି କିମ୍ବା ମୁଁ ଦୁଃଖରେ ଅଛି, ହୁଏତ ମୁଁ ବଞ୍ଚିଥିବା ଅବସ୍ଥାରେ ଅଛି କିମ୍ବା ମୁଁ ମରି ଯାଇଛି" ଦାୟ ମମ ଗେଲା, ତୁବା ଓ-ପଦ ବରଣେ: "ବର୍ତ୍ତମାନ ମୁଁ ଆରାମ ପ୍ରାପ୍ତ। ମୁଁ ଆରାମ ଅନୁଭବ କରୁଛି କାରଣ ମୁଁ ତୁମକୁ ସବୁ ସମର୍ପିତ କରି ଦେଇଛି"। ମାରୋବି ରାଖୋବି-ଜୋ ଇଛା ତୋହାରା: "ବର୍ତ୍ତମାନ ଏହା ତୁମ ଇଚ୍ଛା ଉପରେ, ତୁମେ ମୋତେ ରଖିବାକୁ ଇଛା କର କିମ୍ବା ତୁମେ ମୋତେ ମାରି ଦେବାକୁ ଚାଁହ, ତାହା ତୁମ ଉପରେ ନିର୍ଭର କରେ" ନିତ୍ୟ-ଦାସ ପ୍ରତି ତୁବା ଅଧିକାର: "ଯାହା ତୁମକୁ ଠିକ ଲାଗୁଛି ତାହା କରିବା ପାଇଁ ତୁମକୁ ପୁରା ଅଧିକାର ଅଛି " ତୁମର ଏଇ ସେବକ ସମ୍ବବନ୍ଧରେ। ମୁଁ ତୁମର ଚିର ସେବକ । ଜନ୍ମାଓବି ମୋରେ ଇଛା ଯଦି ତୋର: "ଯଦି ତୁମେ ତାହା ଇଛା କର - କାରଣ ଏକ ଭକ୍ତ ଘରକୁ ଫେରିବାକୁ ଚାହେଁ, ପରମ ଧାମକୁ- ସେଥି ପାଇଁ ଭକ୍ତି ବିନୋଦ ଠାକୁର ପ୍ରସ୍ତାବ ରଖୁଛନ୍ତି "ଯଦି ତୁମେ ଇଛା କରୁଛ ମୁଁ ପୁଣି ଥରେ ଜନ୍ମ ନିଏ, ତେବେ ବି କିଛି ଆପତ୍ତି ନାହିଁ" ଭକ୍ତ-ଗୃହେ ଜନି ଜନ୍ମ ହଉ ମୋର: "କେବଳ ଏତିକି ଅନୁରୋଧ, ଯଦି ମୋତେ ଜନ୍ମ ନେବାକୁ ହେଲା କୃପା କରି ଜଣେ ଭକ୍ତଙ୍କ ଘରେ ମୋତେ ଜନ୍ମ ନେବାକୁ ଅବସର ଦିଅ " କୀଟ-ଜନ୍ମ ହଉ ଯଥା ତୁବା ଦାସ: "ମୋର କୌଣସି ଆପତ୍ତି ନାହିଁ ଯଦି ମୋତେ କୀଟ ରୂପରେ ଜନ୍ମ ନେବାକୁ ପଡିଲା, କିନ୍ତୁ ମୁଁ ଜଣେ ଭକ୍ତଙ୍କ ଘରେ ରୁହେ।" ବହିର ମୁଖ ବ୍ରହ୍ମ-ଜନ୍ମେ ନାହି ଆସ:"ମୋତେ ଅଭକ୍ତ ଜୀବନ ପସନ୍ଦ ନାହିଁ| ଯଦି ମୁଁ ଭଗବାନ ବ୍ରହ୍ମା ରୂପରେ ଭି ଜନ୍ମ ନିଏ " ମୁଁ ଭକ୍ତଙ୍କ ସହ ସବୁବେଳେ ରହିବାକୁ ଚାହେଁ। "ଭୁକ୍ତି-ମୁକ୍ତି-ସ୍ପୃହା ବିହୀନ ମୁଁ ସେପରି ଭକ୍ତ ଚାହେଁ ଯିଏ ଭୌତିକ ସୁଖ କିମ୍ବା ଆଧ୍ୟାତ୍ମିକ ମୁକ୍ତି ଖାତିର କରେ ନାହିଁ ଲଭଇତେ ତାକୋ ସଙ୍ଗ ଅନୁରକ୍ତ: "ମୁଁ କେବଳ ଏହି ପ୍ରକାର ଶୁଦ୍ଧ ଭକ୍ତଙ୍କ ସଙ୍ଗ ପ୍ରାପ୍ତିର ଇଛା ରଖୁଛି" ଜନକ ଜନନୀ, ଦୟୀତ, ତନୟ: "ବର୍ତ୍ତମାନ ଠାରୁ ତୁମେ ମୋର ପିତା ତୁମେ ମୋର ଭାଇ, ତୁମେ ମୋର ଝିଅ, ତୁମେ ମୋର ପୁଅ, ତୁମେ ମୋର ଭଗବାନ, ତୁମେ ମୋର ଗୁରୁ, ତୁମେ ମୋର ପତି, ତୁମେ ମୋର ସବୁ କିଛି। ଭକତିବିନୋଦ କୋହେ, "ଶୁନୋ କାହ୍ନ: ମୋ ଭଗବାନ, କାହ୍ନ - କୃଷ୍ଣ, ତୁମେ ରାଧାରାଣୀଙ୍କ ପ୍ରେମୀ ଅଟ, କିନ୍ତୁ ତୁମେ ମୋର ଜୀବନ ଓ ଆତ୍ମା, ଦୟାକରି ମୋତେ ସୁରକ୍ଷା ପ୍ରଦାନ କର।"