OR/Prabhupada 0397 - ରାଧାକୃଷ୍ଣ ବୋଲ ର ଭାବାର୍ଥ

Revision as of 07:10, 24 October 2019 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0397 - in all Languages Category:OR-Quotes - Unknown Date Category:OR-Quot...")
(diff) ← Older revision | Latest revision (diff) | Newer revision → (diff)


Purport to Radha-Krsna Bol

ରାଧା-କୃଷ୍ଣ ବୋଲ ବୋଲ ରେ ସବାଇ ଏହି ଗୀତ ଟି ଠାକୁର ଭକ୍ତିବିନୋଦ ଗାଇ ଥିଲେ। ଏହା କୁହାଯାଏ କି ଭଗବାନ ଚୈତନ୍ୟ ଆଉ ନିତ୍ୟାନନ୍ଦ ସେମାନେ ନଦିଆ ସହରର ରାସ୍ତାରେ ଚାଲୁଛନ୍ତି, ସମସ୍ତଙ୍କୁ ସମ୍ଭୋଧିତ କରି, ଏହି ଶିକ୍ଷା ଦେଉଛନ୍ତି, ସେମାନେ କହୁଛନ୍ତି "ତୁମେ ସମସ୍ତେ ଲୋକମାନେ, ରାଧା-କୃଷ୍ଣ ବା ହରେ କୃଷ୍ଣ ଜପ କର" ରାଧା-କୃଷ୍ଣ ବୋଲ ବୋଲ ରେ ସବାଇ "ତୁମେ ମାନେ ପ୍ରତ୍ୟେକ, କେବଳ ରାଧା-କୃଷ୍ଣ ବା ହରେ କୃଷ୍ଣ ଜପ କର" ଏହା ହେଉଛି ଶିକ୍ଷା । ଏଇ ଶିଖା ଦିୟା ଭଗବାନ ଚୈତନ୍ୟ ଆଉ ନିତ୍ୟାନନ୍ଦ, ଦୁହେଁ ଏକା ସାଙ୍ଗରେ, ଯେତେବେଳେ ରାସ୍ତାରେ ଚଳୁଛନ୍ତି ଆଉ ନାଚୁଛନ୍ତି ସେ ଶିକ୍ଷା ଦେଉଛନ୍ତି "ତୁମେ ମାନେ କେବଳ ରାଧା-କୃଷ୍ଣ କୁହ" ଏଇ ଶିଖା ଦିୟା, ସବ ନଦିୟା, ଫିରଚେ ନାଚେ' ଗୌର-ନିତାଇ ଫିରଚେ, ଫିରଚେ ଅର୍ଥ ଚାଲୁଛନ୍ତି। ପୁରା ନଦିୟା ସହରରେ ସେମାନେ ଏହି ଶିକ୍ଷା ଦେଉଛନ୍ତି। ଏଇ ଶିଖା ଦିୟା, ସବ ନଦିୟା, ଫିରଚେ ନାଚେ' ଗୌର-ନିତାଇ ତା ପରେ ସେ କହୁଛନ୍ତି, କେନୋ ମାୟାର ବୋଶେ, ଯାଛ ଭେସେ', "ତୁମେ କାହିଁକି ଏହି ମାୟାର ଲହଡିରେ ଭାସି ଯାଉଛ, ଭୌତିକ ଅଜ୍ଞାନ?" ଖାଚୋ ହାବୁଡ଼ୁବୁ, ଭାଇ। ପୁରା ଦିନ ଓ ରାତି ଚିନ୍ତାରେ ବୁଡି ରହୁଛ, ବାସ। ଯେମିତ ଯେଣେ ବ୍ୟକ୍ତି, ଯେବେ ତାକୁ ପାଣିରେ ପକାଇ ଦିଆ ଯାଏ, ବେଳେ ବେଳେ ବୁଡି ଯାଏ, ବେଳେ ବେଳେ ଉପରକୁ ଉଠି ଆସେ, କିନ୍ତୁ ସେ ବହୁତ କଠିଣ ସଙ୍ଘର୍ଷ କରୁଛି। ଏହି ପରି,ମାୟାର ସାଗରରେ, ତୁମେ କାହିଁକି ଏତେ ସଙ୍ଘର୍ଷ କରୁଛ? କବେ ବୁଡି ଯାଉଛ, କେବେ ଉଠି ଆସୁଛ,କେବେ ସୁଖ ଅନୁଭବ କରୁଛ, କେବେ ସୁଖ ନାହିଁ। ପ୍ରକୃତରେ, କିଛି ସୁଖ ନାହିଁ। ପାଣିରେ, ଯଦି ତୁମକୁ ପାଣିରେ ପକାଇ ଦିଆ ଯାଏ, ଆଉ ତୁମେ କେତେ ବେଳେ ବୁଡି ଯାଉଛ, କେତେ ବେଳେ ଉପରକୁ ଉଠି ଆସୁଛ, ତା ଅର୍ଥ ତାହା ସୁଖ ନୁହଁ। କିଛି ସମୟ ପାଇଁ ବାହାରକୁ ଆସିବା, କିଛି ସମୟ ପାଇଁ କେବେଳ, ଏବଂ ପୁଣି ବୁଡ଼ି ଯିବା, ଏହା ସୁଖ ନୁହଁ। ତ ଚୈତନ୍ୟ ମହାପ୍ରଭୁଙ୍କ ଆଜ୍ଞା ଦେଉଛନ୍ତି, 'ତୁମେ ଏତେ ହଇରାଣ କାହିଁକି ହେଉଛ', ମାୟାର ବୋଶେ. 'ମାୟାର ପ୍ରଭାବରେ'? ତ କଣ କରିବା ଦରକାର? ସେ କହୁଛନ୍ତି ଯେ, ଜୀବ କୃଷ୍ଣ-ଦାସ, ଏ ବିଶ୍ୱାସ, "କେବଳ ତୁମେ ଏଇ ବିଶ୍ୱାସ ରଖ କି, ତୁମେ ଭଗବାନଙ୍କ ସେବକ ଅଟ, ତୁମେ କୃଷ୍ଣଙ୍କ ଦାସ ଅଟ"। ଜୀବ କୃଷ୍ଣ-ଦାସ, ଏ ବିଶ୍ୱାସ, କୋର୍ଲେ ତୋ' ଆର ଦୁଃଖ ନାଇ: ଯେତେ ଶୀଘ୍ର ତୁମେ ବୁଝି ଯିବ ଯେ ତୁମେ ଭଗବାନଙ୍କ ଦାସ ବା କୃଷ୍ଣଙ୍କ ଦାସ ଅଟ, ସାଙ୍ଗେ ସାଙ୍ଗେ ତୁମର ସବୁ କଷ୍ଟ ବନ୍ଦ ହୋଇଯିବ। ଆଉ ଦୁଃଖ ରହିବ ନାହିଁ। ତ ଭଗବାନ ଚୈତନ୍ୟ ରାସ୍ତାରେ ଚାଲୁ ଚାଲୁ ଏଇ ନିର୍ଦେଶ ଦେଉଛନ୍ତି। ଜୀବ କୃଷ୍ଣ-ଦାସ, ଏ ବିଶ୍ୱାସ, କୋର୍ଲେ ତୋ' ଆର ଦୁଃଖ ନାଇ। ତା ପରେ ଭକ୍ତିବିନୋଦ ଠାକୁର ତାଙ୍କ ବ୍ୟକ୍ତିଗତ ଅନୁଭବ ଦେଉଛନ୍ତି। ସେ କହୁଛନ୍ତି ଯାୟ ସକଳ ବିପଦ, "ମୁ ସବୁ ପ୍ରକାର ବିପଦରୁ ମୁକ୍ତ ହୋଇ ଗଲି"। ଗାଇ ଭକ୍ତିବିନୋଦ। ଭକ୍ତିବିନୋଦ ଠାକୁର, ସେ ଆଚାର୍ଯ୍ୟ, ସେ ଅନୁଭବୀ, ସେ କହୁଛନ୍ତି କି, ଯେବେ ବି ମୁଁ ରାଧା-କୃଷ୍ଣ ବା ହରେ କୃଷ୍ଣ ମନ୍ତ୍ର ଜପ କରୁଛି, ମୁଁ ସବୁ ପ୍ରକାର ବିପଦରୁ ମୁକ୍ତ ହୋଇ ଯାଉଛି" ଯାୟ ସକଲ ବିପଦ, ଜଖୋନ ଆମି ଓ-ନାମ ଗାଇ, "ଯେବେ ବି ମୁଁ ଏହି ପବିତ୍ର ନାମ ହରେ କୃଷ୍ଣ ବା ରାଧା-କୃଷ୍ଣ ଜପ କରୁଛି, ସାଙ୍ଗେ ସାଙ୍ଗେ ମୋର ସବୁ ପ୍ରକାର ବିପଦ ସରି ଯାଉଛି"। "ରାଧା କୃଷ୍ଣ" ବୋଲ ସଙ୍ଗେ ଚଲୋ। ତ ଭଗବାନ ଚୈତନ୍ୟ ଏଥି ପାଇଁ କହୁଛନ୍ତି କି ମୁଁ ରାସ୍ତାରେ ଚାଲୁଛି ଆଉ ଏହି ଭିକ୍ଷା ତୁମ ଠୁଁ କରୁଛି। କଣ ସେ ଭିକ୍ଷା? ତମେ କେବଳ ଜପ କର। ଏହା ମୋର ଅନୁରୋଧ, ଭିକ୍ଷା। "ରାଧା କୃଷ୍ଣ" ବୋଲ ସଙ୍ଗେ ଚଲୋ। "ଆଉ ମୋତେ ଅନୁସରଣ କର" "ରାଧା କୃଷ୍ଣ" ବୋଲ ସଙ୍ଗେ ଚଲୋ, ଏଇ-ମାତ୍ର ଭିକ୍ଷା ଚାଇ, "ମୁଁ କେବଳ ଏହି ଯୋଗଦାନ ତୁମକୁ ମାଗୁଛି"। ତୁମେ ହରେ କୃଷ୍ଣ ଜପ କର ଆଉ ମୋର ଅନୁସରଣ କର, ତ ତୁମର ଏଇ ଭୌତିକ ମହାସାଗରେ ପଡି ରହିବାର ସଂଘର୍ଷ ବନ୍ଦ ହୋଇଯିବ।