OR/Prabhupada 0476 - ନିର୍ଭରଶୀଳତା ଖରାପ ନୁହେଁ ଯଦି ଉପଯୁକ୍ତ ସ୍ଥାନରେ ନିର୍ଭରଶୀଳତା ଅଛି

Revision as of 16:42, 31 January 2021 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0476 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, October 7, 1968

ମୁଁ ଜାଣେ ନାହିଁ ଯେ ମୋର ସ୍ଥିତି ଆତ୍ମସମର୍ପଣ କରିବା, ଏବଂ ସେହି ଆତ୍ମସମର୍ପଣ ନୀତି ହେଉଛି ମୋର ଜୀବନ, ​​ମୋର ଖୁସି ଜୀବନ | ଠିକ ଏକ ଛୋଟ ପିଲା ପରି, ଯଦି ସେ ପିତାମାତାଙ୍କ ଇଚ୍ଛାରେ ଆତ୍ମସମର୍ପଣ କରନ୍ତି, ତାଙ୍କ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ, ବହୁତ ଖୁସି | ଜଣେ ଛୋଟ ଝିଅ, ଯଦି ସେ ପିତାମାତାଙ୍କ ଇଚ୍ଛାରେ ଆତ୍ମସମର୍ପଣ କରେ, ଏବଂ... ତାହା ହେଉଛି ବ୍ୟବସ୍ଥା, ବୈଦିକ ବ୍ୟବସ୍ଥା | ଜଣେ ମହିଳା, ପ୍ରକୃତି ଅନୁସାରେ, ନିର୍ଭରଶୀଳ | କୃତ୍ରିମ ଭାବରେ, ଯଦି ମହିଳା ସ୍ୱାଧୀନତା ଚାହାଁନ୍ତି, ତା’ହେଲେ ତାଙ୍କ ଜୀବନ ଅସନ୍ତୁଷ୍ଟ, ତାଙ୍କ ଜୀବନ ଅସନ୍ତୁଷ୍ଟ | ତେଣୁ ବୈଦିକ ବ୍ୟବସ୍ଥା ହେଉଛି ... ମୁଁ ମନରୁ କହୁନାହିଁ, ମୁଁ ପ୍ରାଧିକୃତ ବୈଦିକ ନୀତି ଆଧାରରେ କହୁଛି | ମନୁ-ସଂହିତା, ବେଦଙ୍କ ନିୟମ, ମନୁ, ମାନବଜାତିର ଗୁରୁ ମନୁ... ମନୁ ହେଉଛି ମାନବଜାତିର ପିତା। ତେଣୁ ତାଙ୍କର ଆଇନ ପୁସ୍ତକ ଅଛି | ସେହି ମନୁ-ସଂହିତା, ଆଇନ ପୁସ୍ତକ ଭାରତରେ ଏପର୍ଯ୍ୟନ୍ତ ହିନ୍ଦୁମାନେ ଅନୁସରଣ କରୁଛନ୍ତି। ତେଣୁ ସେହି ପୁସ୍ତକ ମନୁ-ସଂହିତାରେ ଦର୍ଶାଯାଇଛି, ନ ସ୍ତ୍ରୀୟଂ ସ୍ୱତନ୍ତ୍ରଂ ଅର୍ହତି ମହିଳାଙ୍କୁ ସ୍ୱାଧୀନତା ଦିଆଯିବା ଉଚିତ ନୁହେଁ ବୋଲି ସେ ନିୟମ ଦେଇଛନ୍ତି। ତା’ହେଲେ ? ଜୀବନ କ’ଣ ହେବା ଉଚିତ୍? ଜୀବନ ହେବା ଉଚିତ ଯେ, ଯେତେ ଦିନ ଯାଏଁ ସେ ବିବାହିତ ନୁହଁନ୍ତି, ସେ ପିତାମାତାଙ୍କ ଉପରେ ନିର୍ଭରଶୀଳ, ମାର୍ଗଦର୍ଶନରେ ବଞ୍ଚିବା ଆବଶ୍ୟକ । ଏବଂ ସେ ବିବାହ ହେବା ମାତ୍ରେ ସେ ତାଙ୍କ ସ୍ୱାମୀ ଉପରେ ନିର୍ଭରଶୀଳ ଜୀବନଯାପନ କରିବା ଉଚିତ୍ । ଏବଂ ଯେତେବେଳେ ସ୍ୱାମୀ ବାହାରକୁ ଯାଆନ୍ତି ... କାରଣ ହିନ୍ଦୁ ବ୍ୟବସ୍ଥା ଅନୁଯାୟୀ, ସ୍ୱାମୀ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଦିନ ଘରେ ରହନ୍ତି ନାହିଁ । ନା। ଯେତେବେଳେ ପିଲାମାନେ ବଡ ହୁଅନ୍ତି, ସେ ପତ୍ନୀ ଏବଂ ପିଲାମାନଙ୍କୁ ତ୍ୟାଗ କରନ୍ତି ଏବଂ ମୁଁ ଏକ ସନ୍ୟାସୀ ହୋଇଯାନ୍ତି । ମୋର ପିଲାମାନେ ଅଛନ୍ତି, ମୋର ନାତି ଅଛନ୍ତି, ମୋର ପତ୍ନୀ ଅଛନ୍ତି ତଥାପି... କିନ୍ତୁ ମୁଁ ସମସ୍ତ ସମ୍ପର୍କ ଛାଡି ଦେଇଛି । ତେବେ ମୋ ପତ୍ନୀଙ୍କ ରକ୍ଷଣାବେକ୍ଷଣ କିପରି ହେଉଛି? ଓଃ, ତାଙ୍କ ପାକହରେ ବଡ ପିଲାମାନେ ଅଛନ୍ତି । ତେଣୁ କୌଣସି ଚିନ୍ତା ନାହିଁ । ତେଣୁ ଉପଯୁକ୍ତ ସ୍ଥାନ ଉପରେ ନିର୍ଭରଶୀଳତା ଥିଲେ ନିର୍ଭରଶୀଳତା ଖରାପ ନୁହେଁ । କୌଣସି ବାପା ଅବିବାହିତ ଝିଅର ଆରାମ ପ୍ରତି ଯତ୍ନ ନେବାକୁ ଅବହେଳା କରନ୍ତି ନାହିଁ, ତାଙ୍କର ଅବିବାହିତ ଝିଅ ଏବଂ ପୁଅମାନଙ୍କର । ହିନ୍ଦୁ ବ୍ୟବସ୍ଥା ଅନୁଯାୟୀ ଜଣେ ପିତା, ମାତା ଦାୟିତ୍। ବନ୍ଦ ହୋଇଯାଏ ଯେତେବେଳେ ସେ ପିଲାମାନଙ୍କ ବିବାହ ସମ୍ପନ କରନ୍ତି, ଝିଅ କିମ୍ବା ପୁଅ । ଏହା ବାଧ୍ୟତାମୂଳକ, ତା’ପରେ ସେମାନେ ମୁକ୍ତ ଅଟନ୍ତି । ତେଣୁ ନିର୍ଭରଶୀଳତା, ମୁଁ ନିର୍ଭରଶୀଳତା ଉପରେ କହୁଛି । ତେଣୁ ନିର୍ଭରଶୀଳତା ଖରାପ ନୁହେଁ; ଆତ୍ମସମର୍ପଣ ଖରାପ ନୁହେଁ । ମୁଁ ପ୍ରାୟତଃ ମହିଳା ସ୍ୱାମୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଦେଖିଛି ... ତଥାପି ଭାରତରେ ବହୁତ ମହିଳା ଅଛନ୍ତି, ସେମାନେ ବହୁତ ଖୁସି ଏବଂ ସେମାନଙ୍କ ଜୀବନ ଗୌରବମୟ । ତେଣୁ ଜିନିଷଗୁଡିକ କିପରି କରିବାକୁ ହେବ ତାହା ଆମକୁ ଶିଖିବାକୁ ପଡିବ । ସ୍ୱାଧୀନତା, କୃତ୍ରିମ ସ୍ୱାଧୀନତା ସର୍ବଦା ଭଲ ନୁହେଁ । ବାସ୍ତବରେ, ଆମର କୌଣସି ସ୍ୱାଧୀନତା ନାହିଁ । ମୁଁ ସ୍ୱାଧୀନତା ବିଷୟରେ ଭାବିପାରେ, କିନ୍ତୁ ପ୍ରକୃତରେ ମୋର କୌଣସି ସ୍ୱାଧୀନତା ନାହିଁ । ମୁଁ ମୋର ଇନ୍ଦ୍ରିୟର ସେବକ । କାମାଦୀନାଂ କତି ନ କତିଧା ପାଲିତା ଦୁର୍ନୀଦେଶ। ଆମେ ସମସ୍ତେ ଇନ୍ଦ୍ରିୟଗୁଡିକର ସେବା କରୁଛୁ । ତେବେ ମୋର ସ୍ୱାଧୀନତା କେଉଁଠାରେ ଅଛି? ମୁଁ ମୋ ପିତାଙ୍କ ଠାରୁ, ମୋ ରାଜ୍ୟରୁ, ମୋ ଦେଶରୁ, ମୋ ସମ୍ପ୍ରଦାୟରୁ ସ୍ଵାଧୀନତା ଘୋଷଣା କରିପାରିବି, କିନ୍ତୁ ମୁଁ ମୋର ଇନ୍ଦ୍ରିୟର ସେବକ ଅଟେ। ତେବେ ମୋର ସ୍ୱାଧୀନତା କେଉଁଠାରେ ଅଛି? ତେଣୁ ଆମେ ଆମର ସାମ୍ବିଧାନିକ ସ୍ଥିତି ଜାଣିବା ଉଚିତ୍, ସମସ୍ତ ପରିସ୍ଥିତିରେ ଆମେ ନିର୍ଭରଶୀଳ । ତେଣୁ ମୋ ଜୀବନର ସିଦ୍ଧତାର ସର୍ବୋତ୍ତମ ପଦ୍ଧତି ହେଉଛି ଭଗବାନ, କୃଷ୍ଣଙ୍କ ଉପରେ ନିର୍ଭରଶୀଳ ହେବା । ତାହା ହେଉଛି ସମସ୍ତ ସମସ୍ୟାର ସମାଧାନ । ଏବଂ କୃଷ୍ଣ ଭାବନା ଆନ୍ଦୋଳନ ହେଉଛି ତାହା । ତୁମର ସାମ୍ବିଧାନିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କର ଏବଂ ଭଗବାନ, କୃଷ୍ଣଙ୍କ ନିକଟରେ ସମର୍ପଣ କର । ତା’ପରେ ତୁମେ ଖୁସି ହେବ | ବହୁତ ସରଳ ଜିନିଷ । ତୁମେ ଭଗବାନଙ୍କ ନିକଟରେ ସମର୍ପଣ କରିବା କ୍ଷଣି ତୁମେ ତୁରନ୍ତ ଖୁସି ହୁଅ । ମାମେବ ୟେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ (ଭ.ଗୀ. ୭.୧୪) ।