OR/Prabhupada 0490 - ମାତାଙ୍କ ଗର୍ଭ ମଧ୍ୟରେ ବାୟୁ ନିରୋଧ ଅବସ୍ଥାରେ ଅନେକ ମାସ ପାଇଁ

Revision as of 20:53, 27 February 2021 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0490 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.14 -- Germany, June 21, 1974

ପୂର୍ବ ପଦରେ, ଏହା ବର୍ଣ୍ଣନା କରାଯାଇଛି ଯେ ଦେହିନୋଽସ୍ମିନ୍ୟଥା ଦେହେ କୌମାରଂ ଯୌବନଂ ଜରା (ଭ.ଗୀ. ୨.୧୩) । ଆମେ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛୁ । ଠିକ୍ ଯେପରି ଆମେ ଏକ ଶିଶୁ ଶରୀରରୁ ବାଳକର ଶରୀରକୁ, ଗୋଟିଏ ବାଳକ ଶରୀରରୁ ଯୁବକ ଶରୀରକୁ ଯାଉଛୁ । ସେହିଭଳି, ଆମେ ମଧ୍ୟ ଏହି ଶରୀର ଛାଡି ଦେଉଛୁ ଏବଂ ଅନ୍ୟ ଶରୀରକୁ ଗ୍ରହଣ କରୁଛୁ। " ବର୍ତ୍ତମାନ, ଦୁଃଖ ଏବଂ ସୁଖର ପ୍ରଶ୍ନ । ଦୁଃଖ ଏବଂ ସୁଖ - ଶରୀର ଅନୁଯାୟୀ । ଜଣେ ଅତି ଧନୀ ବ୍ୟକ୍ତି ଟିକିଏ ଆରାମରେ ଅବସ୍ଥିତ । ସାଧାରଣ ଦୁଃଖ ଏବଂ ଅସନ୍ତୋଷ, ଯାହା ସାଧାରଣ ଅଟେ । ସେଇ ସାଧାରଣ କ'ଣ ? ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଦୁଃଖଦୋଷାନୁଦର୍ଶନମ୍ (ଭ.ଗୀ. ୧୩.୯) ଜନ୍ମ ହେବା, କୁକୁର କିମ୍ବା ରାଜା ଭାବରେ, ଦୁଃଖ ସମାନ । କୌଣସି ପାର୍ଥକ୍ୟ ନାହିଁ, କାରଣ କୁକୁରକୁ ମାଆର ଗର୍ଭରେ ରହିବାକୁ ପଡ଼ିବ, ଏକ ବାୟୁ ନିରୋଧ ଅବସ୍ଥାରେ ଏତେ ମାସ ପାଇଁ, ଏବଂ ବ୍ୟକ୍ତି, ସେ ରାଜା କିମ୍ବା ଅନ୍ୟ କିଛି, ସେ ମଧ୍ୟ ସେହି ଦୁଃଖ ଭୋଗୁଛନ୍ତି । କୌଣସି ବାହାନା ନାହିଁ । କାରଣ ଆପଣ ଜଣେ ରାଜାଙ୍କ ପରିବାରରେ ଜନ୍ମ ନେଉଛନ୍ତି, ଏହାର ଅର୍ଥ ନୁହେଁ, ମାତୃ ଗର୍ଭରେ ଜାକିଜୁକି ହୋଇ ରହିବାରେ କଷ୍ଟ କମ୍, ଏବଂ ସେ କୁକୁରର ମାତୃ ଗର୍ଭରେ ଜନ୍ମ ନେଉଥିବାରୁ, ତେଣୁ ସେ ମହାନ। ନା। ତାହା ସମାନ । ସେହିଭଳି, ମୃତ୍ୟୁ ସମୟରେ ... ମୃତ୍ୟୁ ସମୟରେ ବହୁତ କଷ୍ଟ ହୁଏ । ଏହା ଏତେ ଶକ୍ତିଶାଳୀ ଯେ ଜଣଙ୍କୁ ଏହି ଶରୀର ଛାଡିବାକୁ ପଡିବ । ଯେପରି ଯେତେବେଳେ ଦୁଃଖ ବହୁତ ବଢିଯାଏ, ଜଣେ ଆତ୍ମହତ୍ୟା କରେ । ସେ ସହ୍ୟ କରିପାରନ୍ତି ନାହିଁ: "ଏହି ଶରୀରକୁ ସମାପ୍ତ କର।"

ତେଣୁ ଏହି ଶରୀର ଛାଡିବାକୁ କେହି ଚାହାଁନ୍ତି ନାହିଁ, କିନ୍ତୁ ଦୁଃଖ ଏତେ ପ୍ରବଳ ଯେ ଜଣେ ଏହି ଶରୀର ଛାଡିବାକୁ ବାଧ୍ୟ ହୁଏ । ଏହାକୁ ମୃତ୍ୟୁ କୁହାଯାଏ । ଭଗବଦ୍-ଗୀତାରେ ତୁମେ ପାଇବ, ମୃତ୍ୟୁଃ ସର୍ବହରଶ୍ଚାହମ୍ (ଭ.ଗୀ. ୧୦.୩୪) । କୃଷ୍ଣ କହିଛନ୍ତି ଯେ "ମୁଁ ମୃତ୍ୟୁ ଅଟେ"। ଏବଂ ମୃତ୍ୟୁର ଅର୍ଥ କ'ଣ? ମୃତ୍ୟୁ ଅର୍ଥ "ମୁଁ ତାଙ୍କଠାରୁ ସବୁକିଛି ନେଇଯାଏ । ସମାପ୍ତ । ମୁଁ ତାଙ୍କ ଶରୀର ନେଇଯାଏ, ମୁଁ ତାଙ୍କ ସଙ୍ଗଠନ ନେଇଯାଏ, ମୁଁ ତାଙ୍କ ଦେଶ ନେଇଯାଏ, ମୁଁ ତାଙ୍କ ସମାଜକୁ ନେଇଯାଏ, ମୁଁ ତାଙ୍କ ବ୍ୟାଙ୍କ ବାଲାନ୍ସ ନେଇଯାଏ ଏବଂ ସବୁକିଛି ଶେଷ ହୋଇଯାଏ। " ସର୍ବ-ହରା । ସର୍ବ ଅର୍ଥ ସବୁକିଛି । ସମସ୍ତେ ବଡ ବ୍ୟାଙ୍କ ବାଲାନ୍ସ ଏବଂ ବଡ ଘର, ବଡ ପରିବାର, ବଡ ମୋଟରକାର ଜମା କରିବାକୁ ଚେଷ୍ଟା କରୁଛନ୍ତି ... କିନ୍ତୁ ମୃତ୍ୟୁ ସହିତ ସବୁକିଛି ସମାପ୍ତ ହୋଇଯାଏ । ତେଣୁ ତାହା ବହୁତ କଷ୍ଟ । ବେଳେବେଳେ ଜଣେ କାନ୍ଦନ୍ତି । ମୃତ୍ୟୁ ସମୟରେ ତୁମେ ପାଇବ, କୋମାରେ, ତାଙ୍କ ଆଖି, ଲୁହ ବୁନ୍ଦା ବାହାରୁଛି । ସେ ଚିନ୍ତା କରନ୍ତି, "ଆରାମରେ ବଞ୍ଚିବା ପାଇଁ ମୁଁ ବହୁତ ସୁନ୍ଦର ଜିନିଷ ତିଆରି କଲି, ଏବଂ ବର୍ତ୍ତମାନ ମୁଁ ସବୁକିଛି ହରାଉଛି "। ବଡ ଦୁଃଖ । ମୁଁ ଆହ୍ଲାବାଦରେ ଜଣେ ବନ୍ଧୁଙ୍କୁ ଜାଣେ । ସେ ବହୁତ ଧନୀ ଲୋକ ଥିଲେ। ତେଣୁ ତାଙ୍କୁ ମାତ୍ର ଚଉବନ ବର୍ଷ ବୟସ ହୋଇଥିଲା। ତେଣୁ ସେ ଅନୁରୋଧ କରୁଥିଲେ, କାନ୍ଦୁଥିଲେ, ଡାକ୍ତର, "ଡାକ୍ତର, ତୁମେ ମୋତେ ଅତି କମରେ ଚାରି ବର୍ଷ ବଞ୍ଚିବାକୁ ଦେଇ ପାରିବ କି? ମୋର ଏକ ଯୋଜନା ଥିଲା । ମୁଁ ଏହାକୁ ଶେଷ କରିବାକୁ ଚାହୁଁଥିଲି। " ଡାକ୍ତର କ'ଣ କରିପାରିବେ? "ଏହା ସମ୍ଭବ ନୁହେଁ, ସାର୍। ଆପଣ ନିଶ୍ଚୟ ବାହାରକୁ ଯିବେ।" କିନ୍ତୁ ଏହି ମୂର୍ଖ ଲୋକମାନେ, ସେମାନେ ଜାଣନ୍ତି ନାହିଁ । କିନ୍ତୁ ଆମକୁ ସହ୍ୟ କରିବାକୁ ପଡିବ । ଆମକୁ ସହ୍ୟ କରିବାକୁ ପଡିବ । ଏଠାରେ ସେହି ପରାମର୍ଶ ଦିଆଯାଇଛି ଯେ, "କାରଣ ତୁମେ ଏହି ଭୌତିକ ଶରୀର ପାଇଛ, ତୁମକୁ ସହ୍ୟ କରିବାକୁ ପଡିବ, ମାତାର ଗର୍ଭରେ ରହିବାକୁ। " ତା'ପରେ ବାହାରକୁ ଆସ । ତା'ପରେ ମୁଁ କହିପାରିବି ନାହିଁ । ଧରାଯାଉ ମୁଁ ଏକ ଛୋଟ ଶିଶୁ, ଏବଂ କିଛି ପୋକ ମୋତେ କାମୁଡ଼ୁଛି । ମୁଁ କହି ପାରିବି ନାହିଁ "ମାତା"- କାରଣ ସେହି ସମୟରେ ମୁଁ କହିପାରିବି ନାହିଁ - "ମୋ ପିଠିରେ କିଛି କାମୁଡ଼ୁଛି ।" ମୁଁ କାନ୍ଦୁଛି, ଏବଂ ମା ଭାବୁଛି ଯେ "ପିଲା ଭୋକିଲା ଅଛି। ତାଙ୍କୁ କ୍ଷୀର ଦିଅ ।" (ହସି) କେବଳ ଦେଖନ୍ତୁ ଏହା କେତେ ... ମୁଁ କିଛି ଚାହୁଁଛି, ଏବଂ ମୋତେ ଆଉ କିଛି ଦିଆଯାଇଛି । ତାହା ଏକ ସତ୍ୟ । ପିଲାଟି କାହିଁକି କାନ୍ଦୁଛି? ସେ ଅସହଜ ଅନୁଭବ କରୁଛି । ତା'ପରେ, ଏହି ଉପାୟରେ, ମୁଁ ବଢିଥାଏ । ତା'ପରେ ମୁଁ ସ୍କୁଲ ଯିବାକୁ ଚାହୁଁ ନାହିଁ । ମୁଁ ସ୍କୁଲ ଯିବାକୁ ବାଧ୍ୟ ଅଟେ । ହଁ I ଅନ୍ତତଃ ପକ୍ଷେ, ମୁଁ ସେପରି ଥିଲି । (ହସି) ମୁଁ କେବେ ସ୍କୁଲ ଯିବାକୁ ଚାହୁଁନଥିଲି । ଏବଂ ମୋ ବାପା ବହୁତ ଦୟାଳୁ ଥିଲେ। "ତେଣୁ ଠିକ ଅଛି। ଆପଣ କାହିଁକି ସ୍କୁଲ ଯାଉନାହାଁନ୍ତି?" ମୁଁ କହିବି, ଆସନ୍ତାକାଲି ଯିବି। "ହଉ।" କିନ୍ତୁ ମୋ ମା ବହୁତ ସତର୍କ ଥିଲେ। ବୋଧହୁଏ ଯଦି ମୋ ମା ଟିକେ କଠୋର ହୋଇନଥାନ୍ତେ, ମୁଁ କୌଣସି ଶିକ୍ଷା ପାଇ ନ ଥା'ନ୍ତି । ମୋ ବାପା ବହୁତ ନମ୍ର ଥିଲେ। ତେଣୁ ସେ (ମା) ମୋତେ ବାଧ୍ୟ କରୁଥିଲେ। ଜଣେ ବ୍ୟକ୍ତି ମୋତେ ସ୍କୁଲକୁ ନେଇଯିବେ । ବାସ୍ତବରେ ପିଲାମାନେ ସ୍କୁଲ ଯିବାକୁ ଇଚ୍ଛା କରନ୍ତି ନାହିଁ । ସେମାନେ ଖେଳିବାକୁ ଚାହାଁନ୍ତି । ପିଲାମାନଙ୍କର ଇଚ୍ଛା ବିରୁଦ୍ଧରେ ତାଙ୍କୁ ସ୍କୁଲ ଯିବାକୁ ହୁଏ । ତା'ପରେ କେବଳ ସ୍କୁଲ ଯିବା ନୁହେଁ ପରୀକ୍ଷା ଅଛି ।