OR/Prabhupada 0493 - ଯେତେବେଳେ ଏହି ସ୍ତୁଳ ଶରୀର ବିଶ୍ରାମ ନେଉଛି, ସେହି ସମୟରେ ସୂକ୍ଷ୍ମ ଶରୀର କାମ କରୁଛି

Revision as of 07:41, 24 October 2019 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0493 - in all Languages Category:OR-Quotes - 1974 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.14 -- Germany, June 21, 1974

ଆମେ ଟିକେ ବିଚାର କଲେ ବୁଝି ପାରିବା, ଏଇ ଶରୀରରେ ମୁଁ, ଏପରିକି ଏଇ ଜୀବନରେ... ରାତିରେ ମୋତେ ଆଉ ଗୋଟାଏ ଶରୀର ମିଳେ। ମୁଁ ସ୍ଵପ୍ନ ଦେଖେ। ମୁଁ ସ୍ଵପ୍ନ ଦେଖେ ବାଘ ଅଛି। ମୁଁ ଜଙ୍ଗଲରେ ଯାଉଛି, ଆଉ ସେଠାରେ ଗୋଟେ ବାଘ ଅଛି, ଆଉ ସେ ମୋତେ ମାରିବାକୁ ଆସୁଛି। ତ ମୁଁ କାନ୍ଦୁଛି, ଆଉ ବାସ୍ତବରେ ମୁଁ କାନ୍ଦୁଛି। ଅଥବା, ଅନ୍ୟ ପ୍ରକାରେ, ମୁଁ ମୋର କୌଣସି ପ୍ରେମୀ ପାଖକୁ ଯାଇଛି, ପୁରୁଷ ଓ ସ୍ତ୍ରୀ। ଆମେ କୋଳା କୋଳି ହେଉଛୁ। କିନ୍ତୁ ଶାରୀରିକ କାର୍ଯ୍ୟ ଜାରି ରହିଛି। ଅନ୍ୟଥା ମୁଁ କାହିଁକି କାନ୍ଦୁଛି? ଆଉ କାହିଁକି ବୀର୍ଯ୍ୟ ସ୍ଖଳନ ହେଉଛି? ତ, ଲୋକଙ୍କୁ ଜଣା ନାହିଁ ଯେ ମୁଁ ଏହି ସ୍ଥୂଳ ଶରୀର ଛାଡ଼ୁଛି, କିନ୍ତୁ ମୁଁ ସୂକ୍ଷ୍ମ ଶରୀରରେ ପ୍ରବେଶ କରୁଛି। ସୂକ୍ଷ୍ମ ଶରୀର ଅଛି, ଭିତରର ପ୍ରଶ୍ନ ନୁହଁ। ଆମେ ଭର୍ତ୍ତି ହୋଇ ଅଛେ। ଯେମିତି ଏ ଶରୀର ସାର୍ଟ ଆଉ କୋଟ ରେ ଭରି ହୋଇ ରହିଛି। ତ କୋଟ ସ୍ଥୂଳ ଶରୀର ଆଉ ସାର୍ଟ ସୂକ୍ଷ୍ମ ଶରୀର। ତ ଯେବେ ଏହି ସ୍ଥୂଳ ଶରୀର ବିଶ୍ରାମ ନେଉ ଥାଏ, ସୂକ୍ଷ୍ମ ଶରୀର କାର୍ଯ୍ୟ ରତ ଥାଏ। ସୂକ୍ଷ୍ମ ଶରୀର ଅଛି। ମୂର୍ଖ ଲୋକ, ତାହା ସେମାନେ ବୁଝି ପାରନ୍ତି ନାହିଁ କି: ମୁଁ ଶରୀର ଭିତରେ ଅଛି, ହୁଏତ ସୂକ୍ଷ୍ମ ଶରୀର କିମ୍ବା ସ୍ଥୂଳ ଶରୀର। ଯିଏ ବହୁତ ପାପୀ, ଅନେକ ପାପ କରିଥାଏ, ତାକୁ ସ୍ଥୂଳ ଶରୀର ମିଳେ ନାହିଁ। ସିଏ ସୂକ୍ଷ୍ମ ଶରୀର ରୁହେ, ଆଉ ତାକୁ ଭୂତ କୁହା ଯାଏ। ତୁମେ ଶୁଣିଥିବ। ତୁମ ମାନଙ୍କ ଭିତରୁ କେହି ହୁଏତ ଦେଖିଥିବ। ଭୁତ ଅଛନ୍ତି। ଭୁତ ଅର୍ଥ ତାକୁ ମିଳେ ନାହିଁ। ସେ ଏତେ ପାପୀ ଯେ, ତାକୁ ଦଣ୍ଡିତ କରାଯାଏ ସୂକ୍ଷ୍ମ ଶରୀରରେ ହିଁ ରହିବାକୁ । ତାକୁ ସ୍ଥୂଳ ଶରୀର ମିଳେ ନାହିଁ। ସେଥିପାଇଁ, ବୈଦିକ ପ୍ରଣାଳୀ ଅନୁସାରେ ଶ୍ରାଦ୍ଧ କ୍ରିୟା ଅଛି। ଯଦି ପିତା କିମ୍ବା ସମ୍ବନ୍ଧୀଙ୍କୁ ସ୍ଥୂଳ ଶରୀର ମିଳିଲା ନାହିଁ, ସେହି କ୍ରିୟା ଦ୍ୱାରା, ତାକୁ ଏକ ସ୍ଥୂଳ ଶରୀର ଗ୍ରହଣ କରିବା ପାଇଁ ଅନୁମତି ମିଳେ। ଏହା ବୈଦିକ ପ୍ରଣାଳୀ।

ତ ଠିକ ଅଛି, ଆମେ ବୁଝି ପାରିବା ଯେ "ମୁ କେବେ କେବେ ଏହି ସ୍ଥୂଳ ଶରୀରରେ ଅଛି, ଆଉ କେବେ କେବେ ସୂକ୍ଷ୍ମ ଶରୀରରେ ଅଛି"। ତ ମୁଁ ସ୍ଥୂଳ ଶରୀରରେ କିମ୍ବା ସୂକ୍ଷ୍ମ ଶରୀରରେ ଅଛି। ଏଣୁ ମୁଁ ଚିରନ୍ତନ। କିନ୍ତୁ ମୁଁ ଯେତେ ବେଳେ ସୂକ୍ଷ୍ମ ଶରୀରରେ କାମ କରୁଛି, ମୁ ସେତେବେଳେ ସ୍ଥୂଳ ଶରୀର କୁ ଭୁଲି ଯାଉଛି। ଆଉ ମୁଁ ଯେତେ ବେଳେ ଏଇ ସ୍ଥୂଳ ଶରୀରରେ କାମ କରୁଛି, ମୁ ଏଇ ସୂକ୍ଷ୍ମ ଶରୀର କୁ ଭୁଲି ଯାଉଛି। ତ ମୁଁ ସ୍ଥୂଳ ଶରୀର କିମ୍ବା ସୂକ୍ଷ୍ମ ଶରୀର କୁ ସ୍ୱୀକାର କରୁଛି, ମୁଁ ଶାଶ୍ୱତ। ମୁଁ ଚିରନ୍ତନ। ବର୍ତ୍ତମାନ ସମସ୍ୟା ଏହା ଯେ, କେମିତି ଏଇ ସ୍ଥୂଳ ଶରୀର ଆଉ ସୂକ୍ଷ୍ମ ଶରୀର ରୁ ବଞ୍ଚିବା? ତାହା ହେଉଛି ସମସ୍ୟା। ତାହା ଅର୍ଥ ତୁମେ ଯେବେ ତୁମର ମୂଳ ଶରୀରରେ ରହୁଛ, ଅର୍ଥ ଆଧ୍ୟାତ୍ମିକ ଶରୀର, ଆଉ ଏହି ସ୍ଥୂଳ କିମ୍ବା ସୂକ୍ଷ୍ମ ଶରୀରକୁ ଆସୁ ନାହଁ, ତାହା ତୁମର ଶାଶ୍ୱତ ଜୀବନ। ତାହା... ଆମକୁ ପ୍ରାପ୍ତ କରିବାକୁ ହେବ। ଏଇ ମାନବ ଜୀବନ ଏକ ଉପହାର ଅଟେ, ପ୍ରକୃତି ଦ୍ୱାରା ଅଥବା ଭଗବାନଙ୍କ ଦ୍ୱାରା। ବର୍ତ୍ତମାନ ତୁମେ ଅନୁଭବ କର କି ତୁମେ ଅଲଗା ଅଲଗା ପରସ୍ଥିତିକୁ ବଦଳାଉଛ, ଦୁଃଖ ଆଉ ସୁଖ, ସ୍ଥୂଳ ଆଉ ସୂକ୍ଷ୍ମ ଶରୀର ଗ୍ରହଣ କରିବାକୁ ବାଧ୍ୟ କରା ଯାଉଛ। ତାହା ତୁମର ଯନ୍ତ୍ରଣା ଆଉ ଖୁସିର କାରଣ। ଆଉ ତୁମେ ଯଦି ଏଇ ସ୍ଥୂଳ ଆଉ ସୂକ୍ଷ୍ମ ଶରୀର ରୁ ବାହାରି ଯାଉଛ, ନିଜର ମୂଳ, ଆଧ୍ୟାତ୍ମିକ ଶରୀର ରେ ରହୁଛ, ତାହା ହେଲେ ତୁମେ ଏହି ଯନ୍ତ୍ରଣା ଆଉ ଖୁସି ରୁ ମୁକ୍ତ ହୋଇ ଯିବ। ତାହା କୁ ମୁକ୍ତି କୁହା ଯାଏ। ମୁକ୍ତି। ଏକ ସଂସ୍କୃତ ଶବ୍ଦ ଅଛି। ମୁକ୍ତି ଅର୍ଥ ବନ୍ଧନ ମୁକ୍ତ, ସ୍ଥୂଳ ଶରୀର ନାହିଁ, ସୂକ୍ଷ୍ମ ଶରୀର ନାହିଁ। କିନ୍ତୁ ତୁମେ ତୁମର ମୂଳ ଆଧ୍ୟାତ୍ମିକ ଶରୀରରେ ରହୁଛ। ଏହାକୁ ମୁକ୍ତି କୁହା ଯାଏ। ମୁକ୍ତି ଅର୍ଥ... ଏହା ଭାଗବତରେ ବର୍ଣ୍ଣିତ ହୋଇଛି, ମୁକ୍ତିର ହିତ୍ଵା ଅନ୍ୟଥା ରୁପମ ସ୍ଵ-ରୁପେଣ ବ୍ୟବସ୍ଥିତିଃ (ଭା. ୨.୧௦.୬)। ଏହାକୁ ମୁକ୍ତି କୁହା ଯାଏ। ଅନ୍ୟଥା ରୁପମ।