OR/Prabhupada 1018 - ଆରମ୍ଭରେ ଆମେ ଲକ୍ଷ୍ମୀ-ନାରାୟଣ ସ୍ତରରେ ରାଧା-କୃଷ୍ଣଙ୍କୁ ପୂଜା କରିବା ଉଚିତ୍

Revision as of 03:10, 16 May 2021 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Oriya Pages - 207 Live Videos Category:Prabhupada 1018 - in all Languages Category:OR...")
(diff) ← Older revision | Latest revision (diff) | Newer revision → (diff)


730408 - Lecture SB 01.14.44 - New York ପ୍ରଦ୍ୟୁମ୍ନ: ଅନୁବାଦ: "ଅଥବା ତୁମେ ସବୁବେଳେ ଖାଲି ଅନୁଭବ କରୁଛ । କାରଣ ତୁମେ ହୁଏତ ତୁମର ଅତି ଅନ୍ତରଙ୍ଗ ବନ୍ଧୁ ପ୍ରଭୁ କୃଷ୍ଣଙ୍କୁ ହରାଇଛ ? ହେ ମୋର ଭାଇ ଅର୍ଜୁନ, ମୁଁ ଏତେ ହତାଶ ହେବାର ଅନ୍ୟ କୌଣସି କାରଣ ବିଷୟରେ ଚିନ୍ତା କରିପାରିବି ନାହିଁ। "

ପ୍ରଭୁପାଦ: ତେଣୁ କୃଷ୍ଣ ଅର୍ଜୁନଙ୍କର ଅନ୍ତରଙ୍ଗ ବନ୍ଧୁ ଥିଲେ । କେବଳ ଅର୍ଜୁନଙ୍କୁ ନୁହେଁ, ସମସ୍ତ ପାଣ୍ଡବଙ୍କର । ତେଣୁ ସେମାନେ କୃଷ୍ଣଙ୍କ ବିରହତାକୁ ସହ୍ୟ କରିପାରିବେ ନାହିଁ । ଏହା ହେଉଛି କୃଷ୍ଣ ଭକ୍ତଙ୍କର ଚିହ୍ନ । ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ "ମୋର କୃଷ୍ଣଙ୍କ ପ୍ରତି କୌଣସି ପ୍ରେମ ନାହିଁ"। ସେହି ପଦ, ବର୍ତ୍ତମାନ ମୁଁ ଭୁଲିଯାଉଛି ... ନ ପ୍ରେମ-ଗନ୍ଧୋ 'ସ୍ତି (ଚ.ଚ. ମଧ୍ୟ ୨.୪୫) । "ତେବେ ତୁମର କୃଷ୍ଣଙ୍କ ପ୍ରତି କୌଣସି ପ୍ରେମ ନାହିଁ? ତୁମେ ସବୁବେଳେ କୃଷ୍ଣ ପାଇଁ କାନ୍ଦୁଛ, ଏବଂ ତଥାପି ତୁମେ କହୁଛ ଯେ ତୁମର କୃଷ୍ଣଙ୍କ ପ୍ରତି କୌଣସି ପ୍ରେମ ନାହିଁ? " "ନା, ମୁଁ କେବଳ ଦେଖାଇ ହେବା ପାଇଁ କାନ୍ଦୁଛି। ପ୍ରକୃତରେ ମୁଁ କୃଷ୍ଣଙ୍କର ଭକ୍ତ ନୁହେଁ।" "କାହିଁକି?" ତାହା "କାରଣ ଯଦି ମୁଁ କୃଷ୍ଣଙ୍କର ଜଣେ ଭକ୍ତ ହୋଇଥାନ୍ତି, ମୁଁ ତାଙ୍କ ବିନା କିପରି ବଞ୍ଚିଛି? ମୁଁ ମରି ନାହିଁ, ତଥାପି ଏହାର ଅର୍ଥ ମୋର କୃଷ୍ଣଙ୍କ ପାଇଁ କୌଣସି ପ୍ରେମ ନାହିଁ। " ଏହା ହେଉଛି ପ୍ରେମର ସଙ୍କେତ - ଯେ ପ୍ରେମିକ କିଛି କ୍ଷଣ ପାଇଁ ବଞ୍ଚିପାରିବ ନାହିଁ, ପ୍ରିୟଙ୍କ ସହିତ ଜଡିତ ନହୋଇ । ଏହା ପ୍ରେମର ସଙ୍କେତ ଅଟେ ।

ତେଣୁ ଏହି ପ୍ରେମକୁ କେବଳ ରାଧା ଏବଂ କୃଷ୍ଣ ମଧ୍ୟରେ ପ୍ରଶଂସା କରାଯାଇପାରିବ, କିମ୍ବା ଗୋପୀ ଏବଂ କୃଷ୍ଣ ମଧ୍ୟରେ; ଅନ୍ୟଥା ନୁହେଁ । ବାସ୍ତବରେ ଆମେ ଜାଣୁ ନାହିଁ ପ୍ରେମର ଅର୍ଥ କ'ଣ? ଯେପରି ଚୈତନ୍ୟ ମହାପ୍ରଭୂ କହିଛନ୍ତି, ଯେ

ଅଶ୍ଲିଷ୍ୟ ବା ପାଦ-ରାତାଂ ପିନସ୍ତୁ ମାଂ
ଆଦର୍ଶନାମ ମର୍ମ-ହତାଂ କରୋତୁ ବା
ୟଥା ତଥା ବା ବିଦଧାତୁ ଲମ୍ପଟୋ
ମତ-ପ୍ରାଣ-ନାଥସ୍ତୁ ସ ଏବ ନାପରଃ
(ଚ.ଚ. ଅନ୍ତ୍ୟ ୨୦.୪୭, ଶିକ୍ଷାଷ୍ଟକ ୮)
ୟୁଗାୟିତଂ ନିମେଷେଣ
ଚକ୍ଷୁଷା ପ୍ରାଵୃଷାୟିତଂ
ଶୁନ୍ୟାୟିତଂ ଜଗତ ସର୍ବମ
ଗୋବିନ୍ଦ-ବିରହେଣ ମେ
(ଚ.ଚ. ଅନ୍ତ୍ୟ ୨୦.୩୯, ଶିକ୍ଷାଷ୍ଟକ ୭)

ଗୋବିନ୍ଦ-ବିରହ । ବିରହ ଅର୍ଥ ଅଲଗା ହେବା । ଅର୍ଥ, ରାଧାରାଣୀ… ଚୈତନ୍ୟ ମହାପ୍ରଭୁ ଶ୍ରୀମତୀ ରାଧାରାଣୀଙ୍କର ଭୂମିକା ନିର୍ବାହ କରୁଥିଲେ । କୃଷ୍ଣ, ଯେତେବେଳେ ସେ ନିଜକୁ ବୁଝିପାରିଲେ ନାହିଁ… କୃଷ୍ଣ ଅସୀମିତ । ସେ ଏତେ ଅସୀମ ଯେ କା ନିଜେ ବୁଝିପାରିବେ ନାହିଁ । ତାହା ଅସୀମିତ ଅଟେ । ଅସୀମିତତା ତାଙ୍କର ଅସୀମତା ବିଷୟରେ ବୁଝିପାରିବେ ନାହିଁ । ତେଣୁ କୃଷ୍ଣ ଶ୍ରୀମତୀ ରାଧାରାଣୀଙ୍କର ଉତ୍କଣ୍ଠା ଗ୍ରହଣ କଲେ, ଏବଂ ତାହା ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁ । ସେହି ଚିତ୍ରଟି ବହୁତ ସୁନ୍ଦର: କୃଷ୍ଣ, ରାଧାରାଣୀଙ୍କର ପ୍ରେମକୁ ନେଇ, ଶ୍ରୀ ଚୈତନ୍ୟ ମହାପ୍ରଭୁ ପରି ଦେଖାଯାନ୍ତି । ଶ୍ରୀ-କୃଷ୍ଣ-ଚୈତନ୍ୟ ରାଧା-କୃଷ୍ଣ ନହେ ଅନ୍ୟ (ଶ୍ରୀ ଗୁରୁ-ପରମ୍ପରା ୬) । ତେଣୁ ଭଗବାନ ଚୈତନ୍ୟ ମହାପ୍ରଭୂଙ୍କୁ ପୂଜା କରି ତୁମେ ଏକାସାଙ୍ଗରେ ରାଧା ଏବଂ କୃଷ୍ଣଙ୍କ ପୂଜା କର । ରାଧା-କୃଷ୍ଣଙ୍କ ପୂଜା କରିବା ଅତ୍ୟନ୍ତ କଷ୍ଟକର । ତେଣୁ ଆମେ ଯାହାକିଛି ରାଧା-କୃଷ୍ଣଙ୍କୁ ପୂଜା କରୁଛୁ, ତାହା ହେଉଛି ରାଧା-କୃଷ୍ଣଙ୍କ ନାରାୟଣ ରୂପରେ - ଲକ୍ଷ୍ମୀ-ନାରାୟଣ । ପ୍ରାରମ୍ଭରେ ଆମେ ରାଧା-କୃଷ୍ଣଙ୍କୁ, ଲକ୍ଷ୍ମୀ-ନାରାୟଣ ସ୍ତରରେ ପୂଜା କରିବା ଉଚିତ୍, ଭୟ ଏବଂ ସମ୍ମାନ ସହିତ, ନୀତି ଏବଂ ନିୟମକୁ ଅତି କଠୋର ଭାବରେ ଅନୁସରଣ କରି । ଅନ୍ୟଥା, ଵୃନ୍ଦାଵନର ରାଧା-କୃଷ୍ଣ, ସେମାନେ, ଭକ୍ତ, ସେମାନେ କୃଷ୍ଣଙ୍କୁ ପୂଜା କରନ୍ତି ନାହିଁ କାରଣ ସେ ଭଗବାନ, କିନ୍ତୁ ସେମାନେ କୃଷ୍ଣଙ୍କୁ ପୂଜା କରନ୍ତି । ପୂଜା ନୁହେଁ - ଏହା ଉପାସନାଠାରୁ ଉର୍ଦ୍ଧ୍ୱରେ । ଏହା କେବଳ ପ୍ରେମର ଅଟେ । ତୁମ ପ୍ରେମିକକୁ ଭଲ ପାଇବା ପରି: ଏହାର ଅର୍ଥ ପୂଜା ନୁହେଁ । ଏହା ସ୍ୱତଃ ପ୍ରବୃତ୍ତ, ହୃଦୟର କାମ । ତେଣୁ ତାହା ହେଉଛି ବୃନ୍ଦାବନର ସ୍ଥିତି । ତେଣୁ ଯଦିଓ ଆମେ ବୃନ୍ଦାବନ ସ୍ତରର ସର୍ବୋଚ୍ଚ ମାନରେ ନାହୁଁ, ତଥାପି, ଯଦି ଆମେ କୃଷ୍ଣଙ୍କର ବିରହତା ଅନୁଭବ କରୁନାହୁଁ, ତେବେ ଆମକୁ ଜାଣିବା ଆବଶ୍ୟକ, ଯେ ଆମେ ଏପର୍ଯ୍ୟନ୍ତ କୃଷ୍ଣଙ୍କର ପୂର୍ଣ୍ଣ ଭକ୍ତ ହୋଇ ନାହୁଁ । ତାହା ଆବଶ୍ୟକ: ବିରହ ଅନୁଭବ ।