OR/Prabhupada 1037 - ଏଇ ଭୌତିକ ଜଗତରେ ଆମେ ପାଉ ପ୍ରାୟ ସମସ୍ତେ ଭଗବାନଙ୍କୁ ଭୁଲି ଯାଇଛନ୍ତି

Revision as of 17:52, 24 October 2019 by Premarupa (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Oriya Pages - 207 Live Videos Category:Prabhupada 1037 - in all Languages Category:OR...")
(diff) ← Older revision | Latest revision (diff) | Newer revision → (diff)


730809 - Conversation B with Cardinal Danielou - Paris

ପ୍ରଭୁପାଦ: ... ଆଙ୍ଗୁଠି ମୋର ଶରୀରର ଏକ ଅଭିନ୍ନ ଅଙ୍ଗ, କିନ୍ତୁ ଏହାର କାମ ହେଲା ଶରୀରର ସେବା କରିବା। ମୁଁ ଆଙ୍ଗୁଠିକୁ କହିଲି: "ଏଠିକି ଆସ"। ସେ ଏମିତି କରୁଛି। ମୁଁ ଆଙ୍ଗୁଠିକୁ କହିଲି: "ଏଠିକି ଆସ"। ସେ କରୁଛି... ତ ଆଙ୍ଗୁଠିର କାମ ହେଲା, ପୂର୍ଣ୍ଣ ର ସେବା କରିବା। ଏହା ଅଂଶ। ଆଉ ଶରୀର ପୂର୍ଣ୍ଣ। ତ ସେଥିପାଇଁ, ଅଭିନ୍ନ ଅଙ୍ଗର କାମ ହେଲା ସେବା କରିବା, ପୂର୍ଣ୍ଣ କୁ ସେବା ପ୍ରଦାନ କରିବା। ଏହା ସ୍ବଭାବିକ ସ୍ଥିତି।

ଯୋଗେଶ୍ୱର: (ଅନ୍ୟ ଭାଷାରେ ଅନୁବାଦ କରୁଛନ୍ତି)।

କାର୍ଡିନାଲ ଡାନିଏଲୌ: ମୁଁ ଏଥିରେ ସହମତ...

ପ୍ରଭୁପାଦ: ମୋତେ ସାରିବାକୁ ଦିଅ।

କାର୍ଡିନାଲ ଡାନିଏଲୌ: ହଁ। ଆଉ ମୁଁ ଭାବୁଛି ଯେ ପ୍ରତ୍ୟେକ ପ୍ରାଣୀଙ୍କ କର୍ତ୍ତବ୍ୟ ଭଗବାନଙ୍କ ସେବା କରିବା, ହଁ। ଭଗବାନଙ୍କ ସେବା କରିବା।

ପ୍ରଭୁପାଦ: ହଁ, ତ ଯେବେ ଜୀବ ଏହି କର୍ତ୍ତବ୍ୟକୁ ଭୁଲିଯାଉଛି, ତାହା ଭୌତିକ ଜୀବନ।

କାର୍ଡିନାଲ ଡାନିଏଲୌ: ତାହା... (ଅନ୍ୟ ଭାଷାରେ)

ଯୋଗେଶ୍ୱର: (ଅନ୍ୟ ଭାଷାରେ ଅନୁବାଦ କରୁଛନ୍ତି)

ପ୍ରଭୁପାଦ: ସେଥିପାଇଁ ଏଇ ଭୌତିକ ଜଗତରେ ଆମେ ପାଉଛୁ ପ୍ରାୟ ସମସ୍ତେ ଭଗବାନଙ୍କୁ ଭୁଲି ଗଲେଣି।

ଯୋଗେଶ୍ୱର: (ଅନ୍ୟ ଭାଷାରେ ଅନୁବାଦ କରୁଛନ୍ତି)।

କାର୍ଡିନାଲ ଡାନିଏଲୌ: (ଅନ୍ୟ ଭାଷାରେ)

ପ୍ରଭୁପାଦ: ଉପସଂହାର ଏହାଯେ ଏଇ ଭୌତିକ ଜଗତ ସୃଜନ ହେଲା...

କାର୍ଡିନାଲ ଡାନିଏଲୌ: ସୃଜନ ହେଲା...

ପ୍ରଭୁପାଦ: ସୃଜନ ହେଲା ଭୁଲିଯାଇଥିବା ଆତ୍ମା ମାନଙ୍କ ପାଇଁ।

ଯୋଗେଶ୍ୱର: (ଅନ୍ୟ ଭାଷାରେ ଅନୁବାଦ କରୁଛନ୍ତି)।

କାର୍ଡିନାଲ ଡାନିଏଲୌ: ହଁ

ପ୍ରଭୁପାଦ: ଆଉ ଏଠି କର୍ତ୍ତବ୍ୟ ହେଉଛି ପୁଣିଥରେ ଭଗବତ ଭାବନାମୃତ ପୁନର୍ଜୀବିତ କରିବା।

ଯୋଗେଶ୍ୱର: (ଅନ୍ୟ ଭାଷାରେ ଅନୁବାଦ କରୁଛନ୍ତି)।

କାର୍ଡିନାଲ ଡାନିଏଲୌ: ହଁ

ପ୍ରଭୁପାଦ: ତ ଜୀବଙ୍କୁ, ବିଶେଷ କରି ମନୁଷ୍ୟଙ୍କୁ ଶିକ୍ଷାପ୍ରଦ କରିବାର ପ୍ରକ୍ରିୟା, କାରଣ ପଶୁ ଜୀବନରେ, ଜଣେ ଶିକ୍ଷାପ୍ରଦ ହୋଇ ପାରିବ ନାହିଁ। ନା ତ ପଶୁ ବୁଝିପାରିବ ଭଗବାନ କଣ।

କାର୍ଡିନାଲ ଡାନିଏଲୌ: ହଁ ହଁ

ପ୍ରଭୁପାଦ: ଏହା କେବଳ ମନୁଷ୍ୟ ହିଁ ବୁଝିପାରିବ। ଯଦି ତାକୁ ପ୍ରଶିକ୍ଷଣ ଦିଆଗଲା, ତାହାହେଲେ ସେ ଭଗବତ ଭାବନାମୃତକୁ ଆସିପାରିବ।

କାର୍ଡିନାଲ ଡାନିଏଲୌ: ହଁ, ହଁ। ଏହା ସତ।

ପ୍ରଭୁପାଦ: ତ ଏହି ସୃଷ୍ଟି ଭୁଲିଯାଇଥିବା ଆତ୍ମା ମାନଙ୍କ ପାଇଁ, ସେମାନଙ୍କ ଭଗବତ ଚେତନାକୁ ପୁନର ବିକଶିତ କରିବା ପାଇଁ ଆଉ ଏକ ସୁଯୋଗ।

ଯୋଗେଶ୍ୱର: କଣ ଏହା ସ୍ପଷ୍ଟ ହେଲା ?

କାର୍ଡିନାଲ ଡାନିଏଲୌ: ହଁ, ଏହା ସ୍ପଷ୍ଟ ହେଲା। ଏହା ବହୁତ ବହୁତ ପରିଷ୍କାର| ଏହା ବହୁତ ସ୍ପଷ୍ଟ।

ପ୍ରଭୁପାଦ: ଆଉ ଏହି ଉଦ୍ୟେଶରେ, ଭଗବାନ ବ୍ୟକ୍ତିଗତ ରୂପରେ ଆସନ୍ତି। କେବେକେବ ସେ ନିଜ ପ୍ରତିନିଧିଙ୍କୁ ପଠାନ୍ତି, ତାଙ୍କ ପୁଅ, ତାଙ୍କ ଭକ୍ତ, ତାଙ୍କ ସେବକ। ଏହା ଚାଲିଛି। ଭଗବାନ ଚାହାନ୍ତି କି ଏଇ ଭୁଲି ଯାଇଥିବା ଆତ୍ମାସବୁ ଘରକୁ ଫେରି ଆସନ୍ତୁ, ଭଗବତ ଧାମ କୁ।

କାର୍ଡିନାଲ ଡାନିଏଲୌ: ହଁ, ଫେରନ୍ତୁ, ହଁ।

ପ୍ରଭୁପାଦ: ସେଇଥିପାଇଁ ତାଙ୍କ ତରଫରୁ, ନିରନ୍ତର ଚେଷ୍ଟା କରିଚାଲିଛନ୍ତି ସେମାନଙ୍କ ଭଗବତ ଚେତନା ପୁନର୍ଜୀବିତ କରିବା ନିମିତ୍ତ।

କାର୍ଡିନାଲ ଡାନିଏଲୌ: ହଁ।

ପ୍ରଭୁପାଦ: ବର୍ତ୍ତମାନ ଏହି ଭଗବତ ଚେତନା ମନୁଷ୍ୟ ଜୀବନରେ ଜାଗ୍ରତ କରାଯାଇ ପାରିବ, ଅନ୍ୟ ଜୀବ ରୂପରେ ହୋଇ ପାରିବ ନାହିଁ।

କାର୍ଡିନାଲ ଡାନିଏଲୌ: ଅନ୍ୟମାନେ ନୁହଁ, ହଁ।

ପ୍ରଭୁପାଦ: ହୁଏତ ବହୁତ କମ, କିନ୍ତୁ ମନୁଷ୍ୟ... (ଅନ୍ୟକୁ:) ପାଣି କାହିଁ?

ଯୋଗେଶ୍ୱର: ସେ କହିଲା ସେ ତାହା ଆଣୁଛି...

ପ୍ରଭୁପାଦ: ଅଚ୍ଛା। ମନୁଷ୍ୟଙ୍କୁ ବିଶେଷ ଅଧିକାର ମିଳିଛି, ତାଙ୍କର ସୁସୁପ୍ତ ଭଗବତ ଚେତନାକୁ ଜାଗୃତ କରିବାପାଇଁ।

ଯୋଗେଶ୍ୱର: (ଅନ୍ୟ ଭାଷାରେ କହୁଛନ୍ତି)

କାର୍ଡିନାଲ ଡାନିଏଲୌ: ହଁ।

ପ୍ରଭୁପାଦ: ତ ମନବତା ପାଇଁ ସବୁଠୁ ବଢିଆ ସେବା ହେଲା ତାଙ୍କ ଭଗବତ ଚେତନାକୁ ଜାଗୃତ କରିବା।

କାର୍ଡିନାଲ ଡାନିଏଲୌ: ହଁ ଏହା ଠିକ, ଏହା ଠିକ।

ପ୍ରଭୁପାଦ: ସବୁଠୁ ବଢିଆ ସେବା।