OR/Prabhupada 1062 - ଆମ ଭିତରେ ଭୌତିକ ପ୍ରକୃତି କୁ ନିୟନ୍ତ୍ରଣ କରିବାର ପ୍ରଵୃତି ଅଛି

The printable version is no longer supported and may have rendering errors. Please update your browser bookmarks and please use the default browser print function instead.


660219-20 - Lecture BG Introduction - New York

ତ ଆମେ, ଆମର ଭୁଲ ଧାରଣା | ଯେବେ ଆମେ ଜଗତରେ ବିଚିତ୍ର ଜିନିଷ ହେଉଥିବା ଦେଖୁ, ଆମକୁ ଜାଣିବା ଦରକାର ଯେ, ଏହି ଜଗତ ପଛେ ଜଣେ ନିୟନ୍ତ୍ରତା ଅଛି | ବିନା ନିୟନ୍ତ୍ରଣରେ କିଛିଭି ପ୍ରକଟ ହେବା ସମ୍ଭବ ହେବ ନାହିଁ | ନିୟନ୍ତାକୁ ନ ମାନିବା ଛୁଆଳିଆ ହେବ | ଉଧାରଣ ସ୍ୱରୂପ ଗୋଟେ ମଟର ଗାଡି ଅଛି, ବହୁତ ଅଧିକ ଗତିରେ ଯାଇପାରିବ, ଏବଂ ବହୁତ ଭଲ ଇଂଜିନୀରିଙ୍ଗ ବ୍ୟବସ୍ତା ମଧ୍ୟ ଅଛି, ରାସ୍ତା ରେ ଚାଲୁଛି | ଗୋଟେ ପିଲା ଭାବିପରେ ଯେ " ଏଇ ମଟର ଗାଡି କେମିତି ଚାଲୁଛି, ବିନା ଘୋଢା ବା କିଛି ଟାଣିବା ବ୍ୟବସ୍ଥା ନ ଥାଇକି ?" କିନ୍ତୁ ଜଣେ ବୁଦ୍ଧିମାନ ଲୋକ ବା ବଡ ଲୋକ, ସେ ଜାଣିଛି ଯେ, ମଟର ଗାଡିରେ ସବୁ ଇଂଜିନୀରିଙ୍ଗ ଥିଲେ ମଧ୍ୟ, ବିନା ଚାଳକ ଦ୍ୱାରା ଏହା ଚାଲିବନି | ଏକ ମଟର କାର ର ଇଂଜିନୀରିଙ୍ଗ ବ୍ୟବସ୍ତା, ବା ବିଦ୍ୟୁତ ଘରରେ ... ଏବେ ବର୍ତମାନ ସମୟରେ ମସୀନେରୀର ଦୁନିୟା, କିନ୍ତୁ ଆମେ ସବୁବେଳେ ଏହା ଜାଣିବା ଦରକାର ଯେ ମସୀନେରୀର ପଛରେ, ମସୀନେରୀର ଅଢଭୂତ କାମ ପଛରେ, ଜଣେ ଚାଳକ ଅଛି | ତ ପରମ ପୁରୋଶତ୍ତମ ଭଗବାନ ଚାଳକ, ଅଧ୍ୟକ୍ଷ | ସେ ପରମେଶ୍ୱର, ଯାହାଙ୍କ ନିର୍ଦେଶରେ ସବୁ କିଛି ଚାଲୁଛି | ଏବେ ଏଇ ଯିବ, ବା ପ୍ରାଣୀ, ଭଗବାନ ଦ୍ୱାରା ଭଗବଦ ଗୀତାରେ ସ୍ୱୀକାର କରିଛନ୍ତି, ଯେମିତି କି ଆମେ ସବୁ ଜାଣିଛୁ ପୁର୍ବ ଅଧ୍ୟାୟରେ, କି ସେମାନେ ସବୁ ଭଗବାନଙ୍କ ଅଂଶ ରୂପ | ମମୟୀଵଂସୋ ଯିବ-ଭୂତଃ (BG 15.7) | ଅଂଶ ମାନେ ଅଂଶ ରୂପ | ଯେମିତି ସୁନା ର ଗୋଟେ କଣ ଭି ସୁନା ହେଇଥାଏ, ସମୁଦ୍ରର ଗୋଟେ ବିନ୍ଦୁ ମଧ୍ୟ ଖାରା ହୋଇଥାଏ, ସେଇ ପରି, ଆମେ, ଯିବ, ସର୍ବୋଚ୍ଚ ନିୟନ୍ତ୍ରକର ଅଂଶ ରୂପ, ଈଶ୍ୱର, ଭଗବାନ, ଶ୍ରୀ କୃଷ୍ଣ , ଆମେ ଯୁକ୍ତ, ମୋର କହିବା ତାତ୍ପର୍ୟ ଏହା ଯେ ସୁକ୍ଷ୍ମ ମାତ୍ରାରେ ପରେମସ୍ୱର ସବୁ ଗୁଣରେ | ଯେହେତୁ ଆମେ ସୁକ୍ଷ୍ମ ଈଶ୍ବର, ଅଧିନସ୍ଥ ଈଶ୍ବର ଅଟୁ | ଆମେ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆମେ ପ୍ରକୃତିର ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ବର୍ତ୍ତମାନ ସମୟରେ ଆପଣ ଅନ୍ତରୀକ୍ଷକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛୁ | ଆପଣମାନେ କୁତ୍ରିମ ଗ୍ରହକୁ ଉଡିବା ପାଇଁ ଚେଷ୍ଟା କରୁଛ | ତ ନିୟନ୍ତ୍ରଣ କରିବା ବା ସୃଜନ କରିବା ପ୍ରଵୃତି ଅଛି କାରଣ ଆଂଶିକ ରୂପରେ ଆମର ଏହି ପ୍ରବୃତି ଅଛି | କିନ୍ତୁ ଆମକୁ ଜାଣିବା ଦରକାର ଯେ ଏଇ ପ୍ରଵୃତି ହେବା ପର୍ୟାପ୍ତ ନୁହେଁ | ଆମ ଭିତରେ ଭୌତିକ ପ୍ରକୃତିକୁ ନିୟନ୍ତ୍ରଣ କରିବା ର ପ୍ରବୃତି ଅଛି, ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ୱ କରିବାର ପ୍ରବୃତି, କିନ୍ତୁ ଆମେ ପରମ ନିୟନ୍ତା ନୁହୁଁ | ତ ଏଇଆର ବ୍ୟାଖ୍ୟା ଭଗବଦ ଗୀତାରେ କୁହାଯାଇଛି |

ତ ଏହି ଭୌତିକ ପ୍ରକୃତି କଣ? ପ୍ରକୃତିର ଭି ବ୍ୟାଖ୍ୟା କରାଯାଇଛି | ପ୍ରକୃତି, ଭୌତିକ ପ୍ରକୃତିର ବ୍ୟାଖ୍ୟା ଭଗବଦ ଗୀତାରେ ଅପରା, ଅପରା ପ୍ରକୃତି ରୂପରେ ହେଇଛି | ଅପରା ପ୍ରକୃତି, ଆଉ ଯିବ ପ୍ରକୃତି (ଉତକୃଷ୍ଟ ପ୍ରକୃତି) କୁହାଯାଇଛି | ପ୍ରକୃତିର ଅର୍ଥ ଯିଏ ନିୟନ୍ତ୍ରଣରେ ଅଛି .. ପ୍ରକୃତିର ପ୍ରକୃତ ଅର୍ଥ ସ୍ତ୍ରୀ ସ୍ୱରୂପା | ଯେପରି ଜଣେ ପତି ନିଜ ସ୍ତ୍ରୀର କାର୍ଯ୍ୟକଳାପ କୁ ନିୟନ୍ତ୍ରଣ କରେ, ସେଇ ପରି, ପ୍ରକୃତି ଭି ଅଧୀନସ୍ଥ ଅଟେ | ପ୍ରଭୁ,ପରମ ପୁରୋଶତ୍ତମ ଭଗବାନ ଅଧ୍ୟକ୍ଷ, ଏବଂ ଏହି ପ୍ରକୃତି, ଦୁହେଁ ଯିବ ଆଉ ଭୌତିକ ପ୍ରକୃତି, ଭିନ୍ନ ଭିନ୍ନ ପ୍ରକୃତି ଅଟେ, ନିୟନ୍ତ୍ରତା, ବା ଭଗବାନଙ୍କ ଦ୍ୱାରା ଅଧିଶାସିତ | ତ ଭଗବଦ ଗୀତା ଅନୁସାରେ, ଯଦିପି ସମସ୍ତ ଯିବ ପରମେଶ୍ୱର ର ଅଂଶ ରୂପ, ସେ ପ୍ରକୃତି ହିଁ ମନା ଯାଏ | ଭଗବଦ ଗୀତା ର ସପ୍ତମ ଅଧ୍ୟାୟ ର ଏହା ସ୍ପଷ୍ଟ ରୂପ ରେ ଲେଖା ଯାଇଛି ଯେ, ଅପରେୟାମୀ ତସ୍ତବନୟାଂ ବିଦ୍ଧି ଅପରା (BG 7.5) | ଏହି ଭୌତିକ ପ୍ରକୃତି ଅପରା ଇୟମ ଅଟେ | ଇତସ ତୁ, ଆଉ ଆ ପରେ ଆଉ ଏକ ପ୍ରକୃତି ଅଛି | ଆଉ ସେ କଣ ? ଯିବ-ଭୂତ, ସେ...

ତ ଏଇ ପ୍ରକୃତି,ଏଇ ପ୍ରକୃତି ର ସମ୍ଭିଦାନ ତିନଟି ଗୁଣ ରେ ନିର୍ମିତ: ସତ୍ଵ ଗୁଣ, ରଜୋ ଗୁଣ, ଏବଂ ତମୋ ଗୁଣ | ଏବଂ ଏହି ଗୁଣ ଉପରେ, ତିନୋଟି ଭିନ୍ନ ଭିନ୍ନ ପ୍ରକାର ଗୁଣ, ସତ୍ଵ ଗୁଣ, ରଜୋ ଗୁଣ, ମୋ କହିବା ଅର୍ଥ ତମୋ ଗୁଣ, ନିତ୍ୟ କାଳ ଅଛି, ନିତ୍ୟ କାଳ ଅଛି | ଏବଂ ପ୍ରକୃତିର ଏହି ତିନି ଗୁଣର ସଂଯୋଗରେ ଆଉ ନିତ୍ୟ କାଳର ନିୟନ୍ତ୍ରଣରେ କାର୍ଯ୍ୟକଳାପ ହୁଏ | ଏହି କାର୍ଯ୍ୟକଳାପ କୁ କର୍ମ କୁହାଯାଏ | ଏହି କାର୍ଯ୍ୟ କଳାପ ଅନାଦୀ କାଳରୁ ଚାଲି ଆସୁଛି ଏବଂ ଆମେ ସମସ୍ତେ ନିଜ ନିଜ କାର୍ଯ୍ୟକଳାପ (କର୍ମ)ର ଫଳ ସ୍ୱରୂପର ସୁଖ ବା ଦୁଃଖ ଭୋଗୁଛୁ |