OR/661207 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୌଣସି ଭୂମି ତୁମର ନୁହେଁ। ସବୁକିଛି ଭଗବାନଙ୍କର ଅଟେ। ଇଶାବାଶ୍ୟଂ ଇଦଂ ସର୍ଵଂ ( ISO 1) । ସେ ହେଉଛନ୍ତି ମାଲିକ। ଭୋକ୍ତାରଂ ୟଜ୍ଞ-ତପସାଂ ସର୍ବ-ଲୋକ-ମହେଶ୍ୱରମ୍ ( BG 5.29) । ସେହି ଭୁଲ ବୁଝାମଣା ... ଆମେ ମିଥ୍ୟା ଅତିକ୍ରମଣ କରୁଛୁ ଏବଂ ମିଥ୍ୟା ମାଲିକାନା ଦାବି କରୁଛୁ । ତେଣୁ ଶାନ୍ତି ନାହିଁ। ତୁମେ ଶାନ୍ତି ଖୋଜୁଛ । ଶାନ୍ତି କିପରି ହୋଇପାରିବ? ତୁମେ ମିଥ୍ୟା ଭାବରେ କିଛି ଦାବି କରୁଛ ଯାହା ତୁମର ନୁହେଁ । ତେଣୁ ଏଠାରେ କୁହାଯାଏ, ସର୍ବଐଶ୍ୱର୍ଯ୍ୟ-ପୁର୍ଣ । ତେଣୁ ପ୍ରତ୍ୟେକ ସ୍ଥାନ ଭଗବାନଙ୍କର, କିନ୍ତୁ ସେହି ଗୋଲୋକା ବୃନ୍ଦାବନ, ସେହି ସ୍ଥାନଟି ବିଶେଷ ଭାବରେ ତାଙ୍କର ବାସସ୍ଥାନ ଅଟେ । ଆପଣ ଚିତ୍ର ଦେଖିଛନ୍ତି । ଏହା କମଲ ସଦୃଶ । ସମସ୍ତ ଗ୍ରହ ଗୋଲାକାର, କିନ୍ତୁ ସେହି ସର୍ବୋଚ୍ଚ ଗ୍ରହ ପଦ୍ମ ସଦୃଶ । ତେଣୁ ତାହା ଆଧ୍ୟାତ୍ମିକ ଆକାଶରେ ଅଛି, ଗୋଲୋକା ବୃନ୍ଦାବନ ।"
661207 - ପ୍ରବଚନ CC Madhya 20.154-157 - ନିୟୁର୍କ