OR/661214 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶଙ୍କର୍ଷଣଙ୍କ ଠାରୁ, ତିନୋଟି ବିସ୍ତାର ଅଛି । ସେମାନଙ୍କୁ କୁହାଯାଏ ବିଷ୍ଣୁ-ମହା-ବିଷ୍ଣୁ, ମହା-ବିଷ୍ଣୁ, ଗର୍ଭୋଦକ୍ଷୟୀ-ବିଷ୍ଣୁ, ଏବଂ କ୍ଷୀରୋଦାକ୍ଷୟୀ-ବିଷ୍ଣୁ - ଶଙ୍କର୍ଷଣଙ୍କ ଠାରୁ । ମହା-ବିଷ୍ଣୁ..., ଯେତେବେଳେ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ, ମହା-ବିଷ୍ଣୁଙ୍କ ବିସ୍ତାର । ମହା-ବିଷ୍ଣୁଙ୍କ ଠାରୁ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏଏବଂ ମହା-ବିଷ୍ଣୁଙ୍କ ଠାରୁ, ଗର୍ଭୋଦକ୍ଷୟୀ-ବିଷ୍ଣୁ ବିସ୍ତାରିତ ହୁଅନ୍ତି । ଏହି ଗର୍ଭୋଦକ୍ଷୟୀ-ବିଷ୍ଣୁ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ପ୍ରବେଶ କରନ୍ତି, ଏବଂ ତାପରେ, ପ୍ରତ୍ୟେକ ବ୍ରହ୍ମାଣ୍ଡରେ, ଗର୍ଭୋଦକ୍ଷୟୀ-ବିଷ୍ଣୁଙ୍କ ଠାରୁ , କ୍ଷୀରୋଦାକ୍ଷୟୀ-ବିଷ୍ଣୁ ବିସ୍ତାରିତ ହୁଅନ୍ତି । ସେହି କ୍ଷୀରୋଦାକ୍ଷୟୀ-ବିଷ୍ଣୁଙ୍କର ଧ୍ରୁବତାରା ନିକଟରେ ବାସ ସ୍ଥାନ ଅଛି ଏହି ବ୍ରହ୍ମାଣ୍ଡ ମଧ୍ୟରେ । ଏବଂ ସେହି କ୍ଷୀରୋଦାକ୍ଷୟୀ-ବିଷ୍ଣୁଙ୍କର ବିସ୍ତାର,ପରମାତ୍ମା ସମସ୍ତଙ୍କ ହୃଦୟରେ ବିତରଣ ହୋଇଛନ୍ତି । "
661214 - ପ୍ରବଚନ CC Madhya 20.172 - ନିୟୁର୍କ