OR/661220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧରାଯାଉ ମୁଁ ମୋ ଜୀବନ ଆରମ୍ଭରୁ କିଛି ଖରାପ ଚରିତ୍ର ପାଇଛି, କିନ୍ତୁ ମୁଁ ବୁଝିପାରୁଛି ଯେ 'କୃଷ୍ଣ ଚେତନା ବହୁତ ସୁନ୍ଦର ଅଟେ । ମୁଁ ଏହାକୁ ଗ୍ରହଣ କରିବି।' ତେଣୁ ମୁଁ ଚେଷ୍ଟା କରୁଛି, ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଛି। କିନ୍ତୁ ସେହି ସମୟରେ, କାରଣ ମୁଁ କୌଣସି ଜିନିଷରେ ଅଭ୍ୟସ୍ତ, ମୁଁ ଏହାକୁ ଛାଡି ପାରିବି ନାହିଁ। ଯଦିଓ ମୁଁ ଜାଣେ ଯେ ଏହା ମୋର ଅଭ୍ୟାସ ଭଲ ନୁହେଁ, ତଥାପି , ଅଭ୍ୟାସ ହେଉଛି ଦ୍ୱିତୀୟ ପ୍ରକୃତି। ମୁଁ ଏହାକୁ ଛାଡି ପାରିବି ନାହିଁ । ତେଣୁ ଭଗବାନ କୃଷ୍ଣ ପରାମର୍ଶ ଦେଇଛନ୍ତି ଯେ 'ତଥାପି ସେ ଭଲ ଅଟନ୍ତି । ଏଥିରେ କୌଣସି ପ୍ରଶ୍ନ ନାହିଁ ଯେ ସେ ସାଧୁ ନୁହଁନ୍ତି କିମ୍ବା ସେ ଜଣେ ସଚ୍ଚୋଟ ନୁହଁନ୍ତି, ସେ ଧାର୍ମିକ ବ୍ୟକ୍ତି ନୁହଁନ୍ତି। ସେହି ସରଳ ଗୋଟିଏ ଯୋଗ୍ୟତା, ଯେ ସେ କୃଷ୍ଣ ସଚେତନ, ଏବଂ ସେ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି, କିନ୍ତୁ କିଛି ସମୟ ବିଫଳ ହୋଇଥିଲେ ମଧ୍ୟ ତଥାପି ତାଙ୍କୁ ସାଧୁ ଭାବରେ ଗ୍ରହଣ କରାଯିବ । "ସାଧୁ ଅର୍ଥ ସଚ୍ଚୋଟ, ଧାର୍ମିକ, ଧର୍ମପରାୟଣ ।"
661220 - ପ୍ରବଚନ BG 09.29-32 - ନିୟୁର୍କ