OR/670123b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କର ସର୍ବୋଚ୍ଚ ରୂପ କିପରି ଦେଖାଯାଏ? କେବଳ ସେବା ପ୍ରଣାଳୀ ଦ୍ଵାରା। ଅନ୍ୟଥା, କୌଣସି ସମ୍ଭାବନା ନାହିଁ। ସେଭୋନମୁଖେ ହି ଜିହ୍ବାଦୌ (ଭକ୍ତି-ରସମୃତ-ସିନ୍ଧୁ ୧.୨.୨୩୪)। ଯଦି ଆପଣ ସେବା ମନୋଭାବରେ ନିୟୋଜିତ ହୁଅନ୍ତି, ତେବେ ଭଗବାନ ନିଜକୁ ପ୍ରକାଶ କରିବେ। ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ । ତୁମେ ... ତୁମର କ୍ଷୁଦ୍ର ପ୍ରୟାସ ଦ୍ୱାରା ତୁମେ ଭଗବାନଙ୍କୁ ଦେଖି ପାରିବ ନାହିଁ । ଏହା ସମ୍ଭବ ନୁହେଁ। ଠିକ୍ ମଧ୍ୟରାତ୍ରି ପରି, ଅନ୍ଧକାର, ସୂର୍ଯ୍ୟଙ୍କୁ ଦେଖିବା ସମ୍ଭବ ନୁହେଁ। ସୂର୍ଯ୍ୟଙ୍କୁ ତୁମେ ଦେଖିପାରିବ ଯେତେବେଳେ ସୂର୍ଯ୍ୟ ନିଜେ ତୁମକୁ ପ୍ରକାଶ କରନ୍ତି। ସୂର୍ଯ୍ୟ ଏକ ସମୟ ପାଇଛନ୍ତି, କୁହ, ସକାଳ ୪:୩୦ କିମ୍ବା ୫:୦୦, ସଙ୍ଗେ ସଙ୍ଗେ ପ୍ରକାଶ କରେ । ଏବଂ ସୂର୍ଯ୍ୟ ନିଜକୁ ପ୍ରକାଶ କରିବା ମାତ୍ରେ ତୁମେ ନିଜକୁ ଦେଖ, ତୁମେ ସୂର୍ଯ୍ୟଙ୍କୁ ଦେଖ ଏବଂ ତୁମେ ସଂସାର ଦେଖ । ଆଉ ଯେତେ ପର୍ଯ୍ୟନ୍ତ ତୁମେ ସୂର୍ଯ୍ୟଙ୍କୁ ଦେଖୁ ନାହଁ, ତୁମେ ଅନ୍ଧକାରରେ, ଜଗତ ଅନ୍ଧକାରରେ ଅଛି ଏବଂ ତୁମେ ଦେଖି ପାରିବ ନାହିଁ। "
670123 - ପ୍ରବଚନ CC Madhya 25.36-40 - ସାନ୍ ଫ୍ରାନ୍ସିସ୍କୋ