OR/670217 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗବାନଙ୍କ ବ୍ୟବସ୍ଥାରେ କୌଣସି ତ୍ରୁଟି ନାହିଁ। ଏହାକୁ ସର୍ବପ୍ରଥମେ ବୁଝିବାକୁ ହେବ। ତେଣୁ ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ବେଦାନ୍ତ, ବେଦାନ୍ତ ନିଜେ ଭଗବାନଙ୍କ ଦ୍ଵାରା ସଂକଳିତ ହୋଇଛି। ଆମେ ଗତକାଲି ଏହା ବୁଝାଇଛୁ। ଭଗବାନ କୃଷ୍ଣ ମଧ୍ୟ କହିଛନ୍ତି ଯେ ବେଦାନ୍ତ ବିଦ୍ ବେଦାନ୍ତ କୃଦ୍ ଚାହମ୍ ( ଭ.ଗୀ. ୧୫.୧୫): "ମୁଁ ବେଦାନ୍ତର ସଙ୍କଳନକାରୀ ଏବଂ ମୁଁ ବେଦାନ୍ତର ଜ୍ଞାତା ଅଟେ।" ଯଦି ଭଗବାନ, ଯଦି କୃଷ୍ଣ, ବେଦାନ୍ତ ବିଷୟରେ ଜାଣି ନାହାଁନ୍ତି, ତେବେ ସେ କିପରି ବେଦାନ୍ତ ସଂକଳନ କରିପାରିବେ? ବେଦାନ୍ତର ଅର୍ଥ ହେଉଛି "ଜ୍ଞାନର ଶେଷ ଶବ୍ଦ।" ଆମେ ସମସ୍ତେ ଜ୍ଞାନ ଖୋଜୁଛୁ ଏବଂ ବେଦାନ୍ତର ଅର୍ଥ ହେଉଛି ଜ୍ଞାନର ଶେଷ ଶବ୍ଦ। ତେଣୁ ଚୈତନ୍ୟ ମହାପ୍ରଭୂ ସର୍ବପ୍ରଥମେ ବେଦାନ୍ତ-ସୂତ୍ରରେ ସ୍ଥିର କରିଛନ୍ତି ଯେ, ଆପଣ କୌଣସି ତ୍ରୁଟି ପାଇପାରିବେ ନାହିଁ; ତେଣୁ ଆପଣଙ୍କ ପାଖରେ ବ୍ୟାଖ୍ୟା କରିବାର କୌଣସି ଅଧିକାର ନାହିଁ । କାରଣ ତୁମେ ନିରର୍ଥକ ଧୂର୍ତ୍ତ, ତେଣୁ ତୁମେ କିପରି ସୂତ୍ର ଉପରେ ସ୍ପର୍ଶ କରି ମନ୍ତବ୍ୟ ଦେଇପାରିବ, ଯାହା ପରମପୁରୁଷ ଉତ୍ତମ ଭଗବାନଙ୍କ ଦ୍ଵାରା ସଂକଳିତ ହୋଇଛି? କିନ୍ତୁ ଆମେ ସ୍ୱୀକାର କରୁନାହୁଁ ଯେ ମୁଁ ଧୂର୍ତ୍ତ ଅଟେ। ମୁଁ ଭାବୁଛି ଯେ ମୁଁ ବହୁତ ବହୁତ ଶିଖିଛି, ମୋର କୌଣସି ତ୍ରୁଟି ନାହିଁ, ମୁଁ ସିଦ୍ଧ ଅଟେ। " ତେଣୁ ଏହା ସବୁ ମୂର୍ଖତା। "
670217 - ପ୍ରବଚନ CC Adi 07.106-107 - ସାନ୍ ଫ୍ରାନ୍ସିସ୍କୋ