OR/670327c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ କୁହାଯାଇ ଅଛି କୃଷ୍ଣ ବା ପରମାତ୍ମା ଆପଣଙ୍କ ହୃଦୟରେ ଅବସ୍ଥିତ। ସେ ବହୁତ ଦୂର, ଅନେକ ଦୂରରେ ନାହାନ୍ତି। ସେ ତୁମ ନିଜ ଭିତରେ ଅଛନ୍ତି, ତୁମ ଭିତରେ ବସିଛନ୍ତି। ତୁମେ ମଧ୍ୟ ହୃଦୟରେ ବସିଛ, ଏବଂ ପରମପୁରୁଷ ଭଗବାନ ମଧ୍ୟ ପରମାତ୍ମା ଭାବରେ ସେ ସେଠାରେ ବସିଛନ୍ତି। ତୁମେ ଦୁଇଜଣ ବନ୍ଧୁଙ୍କ ପରି ସେଠାରେ ବସିଛ। ତାହା ଉପନିଷଦରେ କୁହାଯାଇଛି ଯେ ଦୁଇ ବନ୍ଧୁ, ଦୁଇ ପକ୍ଷୀ ଗୋଟିଏ ଗଛରେ ବସିଛନ୍ତି। ତେଣୁ ଏହି ଶରୀର ହେଉଛି ଗଛ, ଏବଂ ତୁମେ ବସିଛ। "
670327 - ପ୍ରବଚନ SB 01.02.14-16 - ସାନ୍ ଫ୍ରାନ୍ସିସ୍କୋ