OR/670331 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କୁହନ୍ତି, ଅପି ଚେତ ସୁ-ଦୁରାଚାରଃ । ଯଦିଓ ତୁମେ କିଛି ଭକ୍ତଙ୍କଠାରେ କିଛି ଖରାପ ଆଚରଣ ପାଇଥାଅ, ମାନକ ନୁହେଁ, କିନ୍ତୁ ସେ ଜଣେ ଭକ୍ତ ହୋଇଥିବାରୁ ସେ କ୍ରମାଗତ ଭାବରେ କୃଷ୍ଣ ଚେତନାରେ ଜଡିତ, ତେଣୁ ସେ ସାଧୁ ଅଟନ୍ତି । ଯଦିଓ ସେ କିଛି ଖରାପ ଅଭ୍ୟାସ ବଶବର୍ତ୍ତୀ ତାଙ୍କର ଅତୀତ ଜୀବନ ହେତୁ , ଏଥିରେ କିଛି ଫରକ ପଡ଼େ ନାହିଁ, କାରଣ ଏହା ବନ୍ଦ ହୋଇଯିବ । କାରଣ ସେ କୃଷ୍ଣ ଚେତନାକୁ ଗ୍ରହଣ କରିଛନ୍ତି, ସମସ୍ତ ନିରର୍ଥକ ଅଭ୍ୟାସ ବନ୍ଦ ହୋଇଯିବ । ସୁଇଚ୍ ବନ୍ଦ ଅଛି । କୃଷ୍ଣ ଚେତନାକୁ ଆସିବା ମାତ୍ରେ ସେଇ ସୁଇଚ୍ ଯାହା ଖରାପ ଅଭ୍ୟାସ କରାଏ, ତାହା ତୁରନ୍ତ ବନ୍ଦ ହୋଇଯାଏ । ତେଣୁ ଯେପରି ଉତ୍ତାପ, ଗରମ, ହିଟର, ଇଲେକ୍ଟ୍ରିକ୍ ହିଟର ଅଛି । ଯଦି ଆପଣ ସୁଇଚ୍ ଅଫ୍ କରନ୍ତି, ତଥାପି ଏହା ଗରମ ରହିଥାଏ, କିନ୍ତୁ ଧୀରେ ଧୀରେ ତାପମାତ୍ରା ତଳକୁ ଖସିଯାଏ ଏବଂ ଥଣ୍ଡା ହୋଇଯାଏ । "
670331 - ପ୍ରବଚନ BG 10.08 - ସାନ୍ ଫ୍ରାନ୍ସିସ୍କୋ