OR/680614 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରକୃତିର ନିୟମ ତୁମେ ଅବମାନନା କରିପାରିବ ନାହିଁ। ଏହା ତୁମ ଉପରେ ଲାଗୁ ହେବ। ପ୍ରକୃତିର ନିୟମ ପରି, ଶୀତ ୠତୁ । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ଏହା ତୁମ ଉପରେ ଲାଗୁ ହେବ । ପ୍ରକୃତିର ନିୟମ, ଗ୍ରୀଷ୍ମ ୠତୁ, ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ପ୍ରକୃତିର ନିୟମ ଭଗବାନଙ୍କ ନିୟମ, ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ତୁମକୁ ବୁଝିବାକୁ ପଡିବ, ପ୍ରକୃତିର ନିୟମ କିପରି ଚାଲିଛି । ପ୍ରକୃତିର ନିୟମ ବୁଝିବା, ତାହା ହେଉଛି କୃଷ୍ଣ ଚେତନା । ଏବଂ ପ୍ରକୃତିର ନିୟମ ବିଷୟରେ କହିବା ମାତ୍ରେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଜଣେ ନିୟମ ନିର୍ମାତା ଅଛନ୍ତି । ପ୍ରକୃତିର ନିୟମଗୁଡ଼ିକ ସ୍ୱୟଂଚାଳିତ ଭାବରେ ବିକାଶ ହୋଇପାରିବ ନାହିଁ । ପୃଷ୍ଠଭୂମିରେ ନିଶ୍ଚୟ କୌଣସି କର୍ତ୍ତୃପକ୍ଷ ଅଛନ୍ତି । ଭଗବଦ୍-ଗୀତା ଦଶମ ଅଧ୍ୟାୟରେ କୁହନ୍ତି ଯେ ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ( ଭ.ଗୀ. ୯.୧୦): "ଏ ଭୁତପ୍ରକୃତି ମୋ' ନିର୍ଦ୍ଧେଶରେ କାର୍ଯ୍ୟ କରୁଛି।"
680614 - ପ୍ରବଚନ BG 04.08 - ମନ୍ତ୍ରେଆଲ