OR/681021b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ଜୟ-ଗୋପାଳ: ମାୟାଦେବୀ କେଉଁ ପ୍ରକାରର ଜୀବ?

ପ୍ରଭୁପାଦ: ସେ ହେଉଛନ୍ତି ବୈଷ୍ଣବୀ । ସେ କୃଷ୍ଣଙ୍କର ଜଣେ ମହାନ ଭକ୍ତ । କିନ୍ତୁ ସେ ଏକ ଅକୃତଜ୍ଞ କାର୍ଯ୍ୟକୁ ଗ୍ରହଣ କରିଛନ୍ତି: ଦଣ୍ଡ ଦେବା । ପୋଲିସ୍ ଜଣେ ନିଷ୍ଠାବାନ ସରକାରୀ କର୍ମଚାରୀ, କିନ୍ତୁ ସେ ଏକ କାର୍ଯ୍ୟ ଗ୍ରହଣ କରିଛନ୍ତି, ତାଙ୍କୁ କେହି ପସନ୍ଦ କରନ୍ତି ନାହିଁ । (ହସି) ଯଦି କିଛି ପୋଲିସ୍ ଏଠାକୁ ଆସନ୍ତି, ତୁରନ୍ତ ତୁମେ ବିବ୍ରତ ଅନୁଭବ କରିବ । କିନ୍ତୁ ସେ ହେଉଛନ୍ତି ସରକାରଙ୍କ ନିଷ୍ଠାବାନ ସେବକ। ତାହା ହେଉଛି ମାୟାର ସ୍ଥିତି । ତାଙ୍କର କାର୍ଯ୍ୟକଳାପ ହେଉଛି ଏହି ଦୁଷ୍ଟମାନଙ୍କୁ ଦଣ୍ଡ ଦେବା ଯେଉଁମାନେ ଏଠାରେ ଉପଭୋଗ କରିବାକୁ ଆସିଛନ୍ତି । (ହସି) ତୁମେ ଦେଖୁଛ? କିନ୍ତୁ ସେ ଭଗବାନଙ୍କର ଜଣେ ନିଷ୍ଠାବାନ ସେବକ।
ଜୟ-ଗୋପାଳ: ଏହା ଏକ ପଦବୀ ପରି କି?
ପ୍ରଭୁପାଦ: ହଁ । ଏହା ଏକ ପଦବୀ, ଅକୃତଜ୍ଞ ପଦବୀ । କେହି ଧନ୍ୟବାଦ ଦିଅନ୍ତି ନାହିଁ, ସମସ୍ତେ ଉପହାସ କରନ୍ତି । ଆପଣ ଦେଖୁଛନ୍ତି କି? କିନ୍ତୁ ସେ ଜଣେ ମହାନ ଭକ୍ତ। ସେ ସହ୍ୟ କରନ୍ତି ଏବଂ ଦଣ୍ଡ ଦିଅନ୍ତି । ଖାଲି ଏତିକି। ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ( BG ୭.୧୪) । ସେ କେବଳ ଦେଖିବାକୁ ଚାହାଁନ୍ତି ଯେ 'ତୁମେ କୃଷ୍ଣ ଚେତନ ହୁଅ, ମୁଁ ତୁମକୁ ଛାଡିଦେବି', କେବଳ ସେତିକି । ପୋଲିସ୍ ର କାମ ହେଉଛି ଯେ "ତୁମେ ଆଇନ ମାନୁଥିବା ନାଗରିକ ହୁଅ; ତାପରେ ମୋର ତୁମ ସହିତ କୌଣସି ସମ୍ପର୍କ ନାହିଁ ।

681021 - ପ୍ରବଚନ SB 07.09.08 - ସିଆଟେଲ