OR/681202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମର କାର୍ଯ୍ୟକଳାପ ହେଉଛି ବନ୍ଧନ ଭିତରେ, ମୁକ୍ତ ନୁହେଁ। କିନ୍ତୁ ତୁମେ ସ୍ୱାଧୀନତାର ଜୀବନ, ଅସୀମିତ ଶକ୍ତି, ଅସୀମିତ ସୁଖ, ଅସୀମିତ ସୁଖ ପ୍ରାପ୍ତି କରିପାରିବ। ସମ୍ଭାବନା ଅଛି। ଏହା କାହାଣୀ କିମ୍ବା କାଳ୍ପନିକ ନୁହେଁ। ଆମେ ଏହି ବ୍ରହ୍ମାଣ୍ଡ ମଧ୍ୟରେ ଅନେକ ଗ୍ରହ ଦେଖୁଛୁ। ଆମର ଏତେଗୁଡ଼ିଏ ଉଡ଼ନ୍ତା ଯାନ ଅଛି, କିନ୍ତୁ ଆମେ ନିକଟତମ ସ୍ଥାନକୁ ମଧ୍ୟ ଯାଇପାରିବା ନାହିଁ, ଆମେ ଏତେ ସୀମିତ । କିନ୍ତୁ ଯଦି ଆମେ ଗୋବିନ୍ଦଙ୍କୁ ପୂଜା କରୁ, ତେବେ ଏହା ସମ୍ଭବ ଅଟେ । ତୁମେ ଯେକୌଣସି ସ୍ଥାନକୁ ଯାଇପାରିବ । ଆମେ ଆମର ଛୋଟ ପୁସ୍ତିକା ଅନ୍ୟ ଗ୍ରହକୁ ସୁଗମ ଯାତ୍ରା ରେ ଏହି ବିବୃତ୍ତି ଲେଖିଛୁ । ଏହା ସମ୍ଭବ ଅଟେ । ଭାବନ୍ତୁ ନାହିଁ ଯେ ଏହି ଗ୍ରହହିଁ ସବୁକିଛି ଅଟେ । ସେଠାରେ ଅନେକ, ଲକ୍ଷ ଲକ୍ଷ ଅନ୍ୟାନ୍ୟ ଅତି ସୁନ୍ଦର ଗ୍ରହ ଅଛି । ସେଠାରେ ସୁଖର ମାନ, ଉପଭୋଗର ମାନ ଯାହା ଆମେ ଉପଭୋଗ କରୁଛୁ ତା'ଠାରୁ ଅନେକ ଗୁଣ ଅଧିକ।"
681202 - ପ୍ରବଚନ BG 07.01 - ଲସ ଆ଼ଞ୍ଜେଲ୍ସ