OR/681202c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ସେବା-କରିବା ପ୍ରକ୍ରିୟା ସବୁଆଡେ ଚାଲିଛି। କେହି ବି ସଂପୂର୍ଣ୍ଣ ନୁହଁନ୍ତି ଯେ ସେ କାହାକୁ ସେବା ପ୍ରଦାନ କରନ୍ତି ନାହିଁ। ଏହା ସମ୍ଭବ ନୁହେଁ। ମୁଁ ବାରମ୍ବାର ବ୍ୟାଖ୍ୟା କରିସାରିଛି ଯେ ଯଦି କାହାର ସେବା କରିବାର ମାଲିକ ନାହାନ୍ତି, ସେ ସ୍ୱେଚ୍ଛାକୃତ ଭାବରେ ବିଲେଇ କିମ୍ବା କୁକୁରକୁ ସେବା କରିବାକୁ ମାଲିକ ଭାବରେ ଗ୍ରହଣ କରନ୍ତି। ସୁନ୍ଦର ନାମ ହେଉଛି "ପୋଷା କୁକୁର", କିନ୍ତୁ ଏହା ସେବା କରୁଛି । ମା ପିଲାଟିର ସେବା କରନ୍ତି । ତେଣୁ ଯାହାର କୌଣସି ସନ୍ତାନ ନାହିଁ, ସେ ବିଲେଇକୁ ନିଜ ପିଲା ଭାବରେ ନେଇ ସେବା କରନ୍ତି । ତେଣୁ ସେବା ଭାବ ସବୁଆଡେ ଚାଲିଛି । କିନ୍ତୁ ସେବାର ସର୍ବୋଚ୍ଚ ପୂର୍ଣ୍ଣତା ହେଉଛି ଯେତେବେଳେ ଆମେ ପରମପୁରୁଷ ଭଗବାନଙ୍କର ସେବା କରିବା ଶିଖିବା । ଏହାକୁ ଭକ୍ତି କୁହାଯାଏ । ଏବଂ ସେହି ଭକ୍ତି, ପ୍ରଭୁଙ୍କ ସେବା କାର୍ଯ୍ୟ, ଅହୈତୁକି । ଯେପରି ଆମେ କିଛି ଛୋଟ ଉଦାହରଣ ପାଇଛୁ । ଏହି ମା କୌଣସି ଆଶା ନକରି ଶିଶୁର ସେବା କରୁଛନ୍ତି।"
681202 - ପ୍ରବଚନ SB 02.02.05 - ଲସ ଆ଼ଞ୍ଜେଲ୍ସ