OR/690106 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେତେବେଳେ ବି ଧାର୍ମିକ ଅଭ୍ୟାସରେ ହ୍ରାସ ଘଟେ ..." ସେହି ଧର୍ମ ପ୍ରଥା କ’ଣ? ସେହି ଧର୍ମ ଅଭ୍ୟାସ ଯେତେବେଳେ ଭଗବାନଙ୍କ ପ୍ରେମର ଅବନତି ଘଟେ । ଖାଲି ଏତିକି। ଯେତେବେଳେ ଲୋକମାନେ ଧନ, ଦ୍ରବ୍ୟକୁ ଭଲ ପାଆନ୍ତି, ଏହାର ଅର୍ଥ ଧର୍ମର ଅବନତି । ଏବଂ ଯେତେବେଳେ ଲୋକମାନେ ଭଗବାନଙ୍କ ପ୍ରେମ ବଢ଼ାନ୍ତି, ଏହାର ଅର୍ଥ ହେଉଛି ପ୍ରକୃତ ଧର୍ମ । ତେଣୁ ଜିନିଷଗୁଡ଼ିକ ସଜାଡ଼ିବା ପାଇଁ କୃଷ୍ଣ ଆସନ୍ତି, କିମ୍ବା କୃଷ୍ଣଙ୍କର ସେବକ କିମ୍ବା ପ୍ରତିନିଧୀ ଆସନ୍ତି । ଯେତେବେଳେ ଲୋକମାନେ ଭଗବାନଙ୍କ ପ୍ରେମକୁ ଭୁଲିଯାଆନ୍ତି, କେହି କେହି, କୃଷ୍ଣ, ଭଗବାନ ନିଜେ କିମ୍ବା ତାଙ୍କ ପ୍ରତିନିଧୀ ଜିନିଷଗୁଡିକ ସଜାଡ଼ିବାକୁ ଆସନ୍ତି । ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଅବତାର । ସେମାନେ ଭଗବାନଙ୍କ ପ୍ରେମ ଶିକ୍ଷା ଦେଉଛନ୍ତି । ଆମେ କିଛି ରୀତିନୀତି ପ୍ରଣାଳୀ ଶିକ୍ଷା ଦେଉନାହୁଁ, ଯେ "ତୁମେ ହିନ୍ଦୁ ହୁଅ", "ତୁମେ ଖ୍ରୀଷ୍ଟିଆନ ହୁଅ", "ତୁମେ ମହମ୍ମଦ ହୁଅ।" ଆମେ କେବଳ ଶିକ୍ଷା ଦେଉଛୁ, "ତୁମେ ଭଗବାନଙ୍କୁ ପ୍ରେମ କରିବାକୁ ଚେଷ୍ଟା କର ।"
690106 - ପ୍ରବଚନ BG 04.07-10 - ଲସ ଆ଼ଞ୍ଜେଲ୍ସ