OR/690109c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ମୂର୍ଖ ବ୍ୟକ୍ତିମାନେ ଯେଉଁମାନେ ଭାବୁଛନ୍ତି ଯେ 'ମୁଁ ବ୍ରହ୍ମ-ଜ୍ୟୋତିରେ ମିଶିବି', ସେମାନେ କମ୍ ବୁଦ୍ଧିମାନ, କାରଣ ସେମାନେ ସେଠାରେ ରହିପାରିବେ ନାହିଁ। ତାଙ୍କର ପ୍ରବୃତ୍ତି, ଇଚ୍ଛା ଅଛି। ସେଠାରେ ତୁମର ଇଚ୍ଛା ପୂରଣ କରିବାର କୌଣସି ସୁବିଧା ନାହିଁ, ଯେପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କ ପାଖକୁ ନଆସିଛ । ତେଣୁ ଇଚ୍ଛା ପୂରଣ କରିବା ପାଇଁ ସେ ପୁନର୍ବାର ଏହି ଭୌତିକ ଜଗତକୁ ଆସିବେ । କାରଣ ସେ କାର୍ଯ୍ୟକଳାପ, ଆନନ୍ଦ ଚାହାଁନ୍ତି । ଆନନ୍ଦ-ମୟୋ ଽଭ୍ୟାସାତ (ବେଦାନ୍ତ-ସୂତ୍ର ୧.୧.୧୨) । ଆତ୍ମା ଏବଂ ପରମାତ୍ମାଙ୍କ ସ୍ଵଭାବ ହେଲା ଆନନ୍ଦରେ ରହିବା । ଯେତେବେଳେ ବି ଆନନ୍ଦର ପ୍ରଶ୍ନ ଉଠେ, ବିଭିନ୍ନ ପ୍ରକାରର ହେବା ଆବଶ୍ୟକ । ତେଣୁ ସେଠାରେ ବିଭିନ୍ନତା ନାହିଁ । ତେଣୁ ବିବିଧତା ବିନା ସେ ସେଠାରେ ଅଧିକ ସମୟ ରହିପାରିବ ନାହିଁ । ତାଙ୍କୁ ଆସିବାକୁ ପଡିବ । କିନ୍ତୁ ଆଧ୍ୟାତ୍ମିକ ବିଭିନ୍ନତା ବିଷୟରେ ତାଙ୍କର କୌଣସି ସୂଚନା ନ ଥିବାରୁ ସେ ଭୌତିକ ଜଗତକୁ ଆସିବାକୁ ବାଧ୍ୟ । କେବଳ ସେତିକି।"
690109 - ପ୍ରବଚନ BG 04.19-25 - ଲସ ଆ଼ଞ୍ଜେଲ୍ସ