OR/690409b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ଜୀବନ ଅର୍ଥ ହେଉଛି ଆମର ନିଜ ଇନ୍ଦ୍ରିୟକୁ ସନ୍ତୁଷ୍ଟ କରିବା, ଏବଂ ବୈରାଗ୍ୟ-ବିଦ୍ୟା, କିମ୍ବା ଭକ୍ତି ସେବା ଅର୍ଥ, କୃଷ୍ଣଙ୍କର ଇନ୍ଦ୍ରିୟଗୁଡିକୁ ସନ୍ତୁଷ୍ଟ କରିବା । କେବଳ ସେତିକି । ଭୌତିକ ଜଗତର ତଥାକଥିତ ପ୍ରେମ ଏବଂ ରାଧା-କୃଷ୍ଣ ପ୍ରେମ ମଧ୍ୟରେ ପାର୍ଥକ୍ୟ କ’ଣ? ପାର୍ଥକ୍ୟ ହେଉଛି, ଭୌତିକ ଜଗତରେ, ଉଭୟ ପକ୍ଷ, ସେମାନେ ନିଜର ଇନ୍ଦ୍ରିୟକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏଥିରେ କିଛି ଫରକ ପଡ଼େ ନାହିଁ । ଯେତେବେଳେ ଜଣେ ପୁଅ ଝିଅକୁ ଭଲ ପାଏ କିମ୍ବା ଝିଅ ପୁଅକୁ ଭଲ ପାଏ, ଉଦ୍ଦେଶ୍ୟ ହେଉଛି ତାଙ୍କର ନିଜର ଇନ୍ଦ୍ରିୟ ସୁଖ । କିନ୍ତୁ ଗୋପୀ ମାନେ, ସେମାନଙ୍କର ଦୃଷ୍ଟିକୋଣ ହେଉଛି... କେବଳ ଗୋପୀ ମାନେ ନୁହେଁ; ସମସ୍ତ ଗୋପାଳ ବାଳକ, ମାତା ଯୋସାଦ, ନନ୍ଦ ମହାରାଜ, ବୃନ୍ଦାବନର ସମସ୍ତେ । ତେଣୁ ସେମାନେ ସମସ୍ତେ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରସ୍ତୁତ । "
690409 - ପ୍ରବଚନ - ନିୟୁର୍କ