OR/690411 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆତ୍ମବିତ-ସମ୍ମତଃ । ଏହା ମହାନ ଆଚାର୍ଯ୍ୟଙ୍କ ଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ। ଆମେ ଏହି କୃଷ୍ଣଭାବାନାମୃତକୁ ନିଜ ଇଚ୍ଛା ଦ୍ଵାରା ଆଗକୁ ବଢ଼ାଉ ନାହୁଁ। ଏହା ମହାନ ଆଚାର୍ଯ୍ୟଙ୍କ ଦ୍ଵାରା ଅନୁମୋଦିତ ହୋଇଛି। ଆମେ ସେମାନଙ୍କ ପଦାଙ୍କ ଅନୁସରଣ କରୁଛୁ। କେବଳ ସେତିକି । ଏହା ଆମର କାମ । ଆତ୍ମବିତ ତତ୍ତ୍ୱ, ଆତ୍ମବିତ-ସମ୍ମତଃ । ଏବଂ ତା'ପରେ ପୁଂସାଂ, ସାଧାରଣ ଲୋକଙ୍କ ପାଇଁ, ଶ୍ରୋତବ୍ୟାଦିଷୁ ୟଃ ପରଃ ( ଭା. ୨.୧.୧)। ସାଧାରଣ ଲୋକ ଶୁଣିବା ପାଇଁ, ସେମାନେ ଅନେକ ବିଷୟ ପାଇଛନ୍ତି । କିନ୍ତୁ ଏହି ବିଷୟ, ଏହି କୃଷ୍ଣ ଭାବାନାମୃତକୁ ଶୁଣିବା ହେଉଛି..., ଶ୍ରୋତବ୍ୟାଦି। ଆପଣ ଯାହା ଶୁଣିବାକୁ ପାଇଛନ୍ତି, ଏହା ହେଉଛି ସର୍ବୋଚ୍ଚ। ଏହା ହେଉଛି ସର୍ବୋଚ୍ଚ। । ଶ୍ରୋତବ୍ୟାଦିଷୁ ୟଃ ପରଃ । ତେଣୁ ସେ ଆରମ୍ଭ କରୁଛନ୍ତି, ଶୁକଦେବ ଗୋସ୍ୱାମୀ, କୃଷ୍ଣଙ୍କ ବିଷୟରେ କହିବା ଆରମ୍ଭ କରିଛନ୍ତି, ଏବଂ ଏହି ପୁସ୍ତକ ହେଉଛି ଭଗବାନ-ସାକ୍ଷ୍ୟାତକରର ପ୍ରଥମ ପଦକ୍ଷେପ ।କିପରି, ସାଧାରଣ ଲୋକଙ୍କ ପାଇଁ, କିପରି ଭଗବାନଙ୍କୁ ଜାଣିପାରିବେ, ଏହି ଜିନିଷଗୁଡିକ ବର୍ଣ୍ଣନା କରାଯିବ । ଆମେ ବର୍ଣ୍ଣନା କରିବୁ । "
690411 - ପ୍ରବଚନ SB Excerpt - ନିୟୁର୍କ