OR/690616b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଭୌତିକ ପ୍ରକୃତିର ଅଧୀନରେ ଅଛୁ। କର୍ମଣା ଦୈବ ନେତ୍ରେଣା ( ଭା. ୩.୩୧.୧)। ଆପଣ କିଛି ଭୌତିକ ଗୁଣର ପ୍ରଭାବରେ କାର୍ଯ୍ୟ କରୁଛନ୍ତି, ଏବଂ ଆପଣ ଆପଣଙ୍କର ପରବର୍ତ୍ତୀ ଜୀବନ ପ୍ରସ୍ତୁତ କରୁଛନ୍ତି । ଆପଣ କହିପାରିବେ ନାହିଁ, 'ଠିକ୍ ଅଛି, ମୁଁ ବହୁତ ଖୁସି ଅଟେ। ମୁଁ ... ମୁଁ ଆମେରିକାରେ ଜନ୍ମ ହୋଇଛି। ମୋର ରାଷ୍ଟ୍ର, ବହୁତ ମହାନ ରାଷ୍ଟ୍ର, ଏବଂ ଆମେ ବହୁତ ଧନୀ। ତେଣୁ ମୁଁ, ପରବର୍ତ୍ତୀ ଜୀବନରେ ମଧ୍ୟ, ମୁଁ ଆମେରିକାକୁ ଆସିବି। ମୁଁ ମୋର ଜନ୍ମ ଏଠାରେ ଗ୍ରହଣ କରିବି ଏବଂ ଏହିପରି ଉପଭୋଗ କରିବି' । ଓଃ, ତାହା ଆପଣଙ୍କ ହାତରେ ନାହିଁ। ଆପଣ କହିପାରିବେ ନାହିଁ। ତାହା ହେଉଛି ଦୈବ ନେତ୍ରେଣା। ଦୈବ। ଦୈବର ଅର୍ଥ ହେଉଛି ଅଲୌକିକ ଶକ୍ତି । ଦୈବ । ସମାନ କଥା: ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ( ଭ.ଗୀ. ୭.୧୪) । ଆପଣ କହିପାରିବେ ନାହିଁ। ଦୈବ ନେତ୍ରେଣା। ଆପଣ ନିଜ ଜୀବନ ପ୍ରସ୍ତୁତ କରୁଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କୁ ସୁଯୋଗ ଦେବେ । ଯଦି ଆପଣ ନିଜକୁ ସୁନ୍ଦର ଭାବରେ ପ୍ରସ୍ତୁତ କରନ୍ତି, ଆପଣ ଭଲ ସୁଯୋଗ ପାଇବେ; ଆପଣ ଉଚ୍ଚ ଗ୍ରହରେ ଜନ୍ମ ପାଇବ । କିମ୍ବା ଯଦି ଆପଣ ନିଜକୁ ପ୍ରସ୍ତୁତ କର ..., ନିଜକୁ ସୁନ୍ଦର ଭାବରେ, ତେବେ ଆପଣ କୃଷ୍ଣଙ୍କ ପାଖକୁ ମଧ୍ୟ ଯାଇପାର । ବର୍ତ୍ତମାନ ଏହା ଆପଣଙ୍କର ପସନ୍ଦ । '
690616 - ପ୍ରବଚନ SB 01.05.13 - New Vrindaban, USA