OR/690913b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟାଇଟେନହ୍ରଷ୍ଟ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଶାକାହାରୀ ରାଜ୍ୟରେ ଆମକୁ ଅନେକ ଖାଦ୍ୟ ସାମଗ୍ରୀ ମିଳିଛି, ଏବଂ କୃଷ୍ଣ ତୁମକୁ ମାଗୁଛନ୍ତି ଯେ ପତ୍ରଂ ପୁଷ୍ପଂ ଫଲଂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି ( ଭ.ଗୀ. ୯.୨୬)। 'ଯିଏ ମୋତେ ଅର୍ପଣ କରୁଛି .. । 'ଏହା ସାର୍ବଜନୀନ ଅଟେ। ପତ୍ରଂର ଅର୍ଥ ହେଉଛି ଏକ ପତ୍ର। ଠିକ୍ ଗୋଟିଏ ପତ୍ର ପରି। ପୁଷ୍ପଂ, ଗୋଟିଏ ଫୁଲ। ଏବଂ ପତ୍ରଂ ପୁଷ୍ପଂ ଫଲଂ। ଫଲଂର ଅର୍ଥ ହେଉଛି ଏକ ଫଳ। ଏବଂ ତୋୟଂର ଅର୍ଥ ହେଉଛି ଜଳ। ତେଣୁ କୌଣସି ଗରିବ ଲୋକ ମଧ୍ୟ କୃଷ୍ଣଙ୍କୁ ପ୍ରଦାନ କରିପାରବ। ମୁଁ କହିବାକୁ ଚାହେଁ, ବିଳାସପୂର୍ଣ୍ଣ ଖାଦ୍ୟ ସାମଗ୍ରୀ ଆବଶ୍ୟକ ନାହିଁ, କିନ୍ତୁ ଏହା ସବୁଠାରୁ ଗରିବ ଲୋକ ପାଇଁ ଉଦ୍ଦିଷ୍ଟ । ଗରିବ ରୁ ଗରିବ ଲୋକ ଏହି ଚାରୋଟି ଜିନିଷକୁ ଯୋଗାଡ କରିପାରିବେ - ଟିକିଏ ପତ୍ର, ଟିକିଏ ଫୁଲ, ଟିକିଏ ଫଳ ଏବଂ ଅଳ୍ପ ଜଳ । ଦୁନିଆର ଯେକୌଣସି ଅଂଶରେ । ତେଣୁ ସେ ପ୍ରେସକ୍ରିପସନ୍ କରୁଛନ୍ତି, ପତ୍ରଂ ପୁଷ୍ପଂ ଫଲଂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଚ୍ଛତି: 'ଯିଏ ମୋତେ ପ୍ରେମ ଏବଂ ଭକ୍ତି ସହିତ ଉତ୍ସର୍ଗ କରେ ...' ତଦହଂ ଭକ୍ତ୍ୟୁପହୃତମ୍'। କାରଣ ଏହା ପ୍ରେମ ଏବଂ ଭକ୍ତି ସହିତ ମୋ ପାଇଁ ଅଣାଯାଇଥାଏ', ଅଶ୍ନାମି, 'ମୁଁ ଖାଏ '।"
690913 - ପ୍ରବଚନ SB 05.05.01-2 - ଟାଇଟେନହ୍ରଷ୍ଟ