OR/690915 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଆନ୍ଦୋଳନ କେବଳ ତୁମର ଚେତନା, ମୂଳ ଚେତନାକୁ ପୁନର୍ଜୀବିତ କରିବା ପାଇଁ ଅଟେ । ମୂଳ ଚେତନା ହେଉଛି କୃଷ୍ଣ ଚେତନା । ଏବଂ ଅନ୍ୟ ସମସ୍ତ ଚେତନା ଯାହା ତୁମେ ବର୍ତ୍ତମାନ ହାସଲ କରିଛ, ସେଗୁଡ଼ିକ କୁତ୍ରିମ, ଅସ୍ଥାୟୀ । "ମୁଁ ଭାରତୀୟ", "ମୁଁ ଇଂରାଜୀ", "ମୁଁ ଏହା","ମୁଁ ତାହା"- ଏଗୁଡିକ ସବୁ କୁତ୍ରିମ ଚେତନା । ପ୍ରକୃତ ଚେତନା ହେଉଛି ଅହଂ ବ୍ରହ୍ମସ୍ମୀ । ତେଣୁ ପାଞ୍ଚ ଶହ ବର୍ଷ ପୂର୍ବେ ଭାରତର ବଙ୍ଗଳାରେ ଏହି ଆନ୍ଦୋଳନ ଆରମ୍ଭ କରିଥିବା ପ୍ରଭୁ ଚୈତନ୍ୟ ତୁରନ୍ତ ତୁମକୁ ସୂଚନା ଦେଇଛନ୍ତି ଯେ ଜିବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ( ଚ.ଚ. ମଧ୍ୟ ୨୦.୧୦୮), ତାହା ଆମର ପ୍ରକୃତ ପରିଚୟ, ପ୍ରକୃତ ସାମ୍ବିଧାନିକ ସ୍ଥିତି ହେଉଛି, ଆମେ କୃଷ୍ଣ, ବା ଭଗବାନଙ୍କର ଅଂଶବିଶେଷ । ତେଣୁ ତୁମର କର୍ତ୍ତବ୍ୟ କ'ଣ ତୁମେ ବୁଝି ପାରିବ।"
690915 - ପ୍ରବଚନ at Conway Hall - ଲଣ୍ଡନ