OR/691224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବୋଷ୍ଟୋନ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଭ୍ରମ ବିଷୟରେ କହୁଛୁ, ମାୟା । ଏହା ଏକ ଭ୍ରମ, ଯେ "ମୁଁ ଏହି ଶରୀର, ଏବଂ ଏହି ଶରୀର ସମ୍ବନ୍ଧରେ ଯେକୌଣସି ଜିନିଷ... " । ମୋର ନିର୍ଦ୍ଦିଷ୍ଟ ମହିଳାଙ୍କ ସହ ମୋର ବିଶେଷ ସମ୍ପର୍କ ଅଛି, ତେଣୁ ମୁଁ ଭାବୁଛି, "ସେ ମୋର ପତ୍ନୀ । ମୁଁ ତାଙ୍କ ବିନା ଚଳିପାରିବି ନାହିଁ "। କିମ୍ବା ଅନ୍ୟ ଜଣେ ମହିଳା ଯାହାଙ୍କଠାରୁ ମୁଁ ଜନ୍ମ ନେଇଛି, ସେ ହେଉଛି ମୋର ମା।" ସେହିଭଳି ପିତା, ସେହିଭଳି ପୁତ୍ର। ଏହିପରି ଭାବରେ ଦେଶ, ସମାଜ, ମାନବିକତା। ଏସବୁ। କିନ୍ତୁ ଏହି ସବୁ ଜିନିଷ ଭ୍ରମ, କାରଣ ସେଗୁଡ଼ିକ ଶାରୀରିକ ସଂପର୍କରେ ଅଛି । ୟସ୍ୟାତ୍ମା-ବୁଦ୍ଧିଃ କୁଣପେ ତ୍ରି-ଧାତୁକେ ସ ଏବ ଗୋ-ଖରଃ ( ଭା. ୧୦.୮୪.୧୩) । ଯେଉଁମାନେ ଜୀବନର ଏହି ଭ୍ରମାତ୍ମକ ଅବସ୍ଥାରେ ଗତି କରୁଛନ୍ତି, ସେମାନଙ୍କୁ ଗାଈ ଏବଂ ଗଧ ସହିତ ତୁଳନା କରାଯାଏ । ତେଣୁ ଆମର ପ୍ରଥମ ବ୍ୟବସାୟ ହେଉଛି ସାଧାରଣ ଜନତାଙ୍କୁ ଜୀବନର ଏହି ଭ୍ରମାତ୍ମକ ଅବସ୍ଥାରୁ ଜାଗ୍ରତ କରିବା । ତେଣୁ ବ୍ୟାକ୍ ଟୁ ଗଡହେଡ୍ ସ୍ଵତନ୍ତ୍ର ଭାବରେ ସେହି ଉଦ୍ଦେଶ୍ୟ ପାଇଁ । ଆମେ ସାଧାରଣ ଜନତାଙ୍କୁ ପ୍ରଥମ ଅବସ୍ଥା, ଜ୍ଞାନର ପ୍ରଥମ ସ୍ଥିତିକୁ ବ୍ୟାକ୍ ଟୁ ଗଡହେଡରେ ଉତ୍ସହୀ କରୁଛୁ ।"
691224 - ବାର୍ତ୍ତାଳାପ A - Bostonn