OR/700504b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କେବଳ ଏପରି ଜିନିଷ ଖାଇ ପାରିବା ଯାହା ବିଗ୍ରହ, କୃଷ୍ଣଙ୍କୁ ଦିଆଯାଏ । ତାହା ହେଉଛି ଯଜ୍ଞଶିଷ୍ଟାଶିନଃ (ଭ.ଗୀ. ୩.୧୩) । ଯଦିଓ ଆମେ କିଛି ପାପ କରିଛୁ, ଏହି ପ୍ରସାଦ ଖାଇବା ଦ୍ୱାରା ଆମେ ଏହାକୁ ପ୍ରତିରୋଧ କରିଥାଉ । ମୁଚ୍ୟନ୍ତେ ସର୍ବ କିଲ୍ ବିଷୈଃ । ଯଜ୍ଞଶିଷ୍ଟ... ଅଶିଷ୍ଟ ଅର୍ଥାତ୍ ଯଜ୍ଞରେ ଅର୍ପଣ କରିବା ପରେ ଖାଦ୍ୟ ସାମଗ୍ରୀର ଅବଶିଷ୍ଟାଂଶ । ଯଦି ଜଣେ ଖାଏ, ତେବେ ମୁଚ୍ୟନ୍ତେ ସର୍ବ କିଲ୍ ବିଷୈଃ । କାରଣ ଆମ ଜୀବନ ପାପପୂର୍ଣ୍ଣ, ତେଣୁ ଆମେ ପାପପୂର୍ଣ୍ଣ କାର୍ଯ୍ୟରୁ ମୁକ୍ତି ପାଇଥାଉ । ଏହା କିପରି? ଭଗବଦ୍-ଗୀତାରେ ଏହା ମଧ୍ୟ କୁହାଯାଇଛି ଯେ ଅହଂ ତ୍ୱା ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି (ଭ.ଗୀ. ୧୮.୬୬): 'ଯଦି ତୁମେ ମୋ ନିକଟରେ ଆତ୍ମସମର୍ପଣ କର, ତେବେ ମୁଁ ତୁମକୁ ସମସ୍ତ ପାପପୂର୍ଣ୍ଣ ପ୍ରତିକ୍ରିୟାଠାରୁ ସୁରକ୍ଷା ଦେବି ' । ତେଣୁ ଯଦି ତୁମେ ଶପଥ କର ଯେ “ମୁଁ କୌଣସି ଜିନିଷ ଖାଇବି ନାହିଁ, ଯାହା କୃଷ୍ଣଙ୍କୁ ଦିଆଯାଇ ନାହିଁ”, ଏହାର ଅର୍ଥ ହେଉଛି, ଏହା ଏକ ଆତ୍ମସମର୍ପଣ । ତୁମେ କୃଷ୍ଣଙ୍କ ଠାରେ ଆତ୍ମସମର୍ପଣ କର, ଯେ 'ମୋର ପ୍ରିୟ ପ୍ରଭୁ, ମୁଁ ତୁମକୁ ଦିଆଯାଇ ନଥିବା କିଛି ଖାଇବି ନାହିଁ ' । ତାହା ହେଉଛି ଶପଥ । ସେହି ଶପଥ ଆତ୍ମସମର୍ପଣ । ଏବଂ ଆତ୍ମସମର୍ପଣ ହେତୁ ତୁମେ ପାପପୂର୍ଣ୍ଣ ପ୍ରତିକ୍ରିୟାରୁ ରକ୍ଷା ପାଉଛ। "
700504 - ପ୍ରବଚନ ISO 01 - ଲସ ଆ଼ଞ୍ଜେଲ୍ସ