OR/700801 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଶୁକଦେବ ଗୋସ୍ୱାମୀ ତାଙ୍କର ବିଚାର ପ୍ରଦାନ କରିଛନ୍ତି। ନୃପ, "ମୋର ପ୍ରିୟ ରାଜା, ଏହି ସମସ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ", ନିର୍ଣିତଂ, "ଏହା ପୂର୍ବରୁ ସ୍ଥିର ହୋଇସାରିଛି"। ଏହା ହେଉଛି ବୈଦିକ ସିଦ୍ଧାନ୍ତ। ଆପଣଙ୍କୁ ଖୋଜିବାକୁ ପଡିବ ନାହିଁ। ଆପଣଙ୍କୁ ଅଧିକାରୀଙ୍କ ଠାରୁ ସୂଚନା ନେବାକୁ ପଡିବ। ତେଣୁ ଏଠାରେ ଶୁକଦେବ ଗୋସ୍ୱାମୀ ହେଉଛନ୍ତି ଅଧିକାରୀ, ଯେ "ଏହି ସମସ୍ତ ଶ୍ରେଣୀର ଲୋକମାନଙ୍କ ପାଇଁ, ଏହା ଏକ ନିର୍ଦ୍ଦିଷ୍ଟ ଭାବରେ ସ୍ଥିର ହୋଇଛି " । ତାହା କ’ଣ? ହରେର ନାମାନୁକୀର୍ତ୍ତନମ (Vanisource:SB 2.1.11।ଭା. ୨.୧.୧୧): ହରେ କୃଷ୍ଣ ଜପ କରନ୍ତୁ । ହୁଏତ ଆପଣ ଜ୍ଞାନୀ, ହୁଏତ ଆପଣ ଯୋଗୀ, ହୁଏତ ଆପଣ କର୍ମୀ, ଆପଣ କିଛି ଚାହୁଁଛନ୍ତି କିମ୍ବା କିଛି ଚାହୁଁ ନାହାଁନ୍ତି, କିନ୍ତୁ ଆପଣ ଆପଣଙ୍କର ଉଦ୍ଦେଶ୍ୟ ପାଇଛନ୍ତି, ଜୀବନର ସିଦ୍ଧତା । ତେଣୁ ଯଦି ଆପଣ ଏହା ଚାହାଁନ୍ତି, ତେବେ ହରେ କୃଷ୍ଣ ଜପ କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ / ହରେ ରାମ ହରେ ରାମ ରାମ ରାମ ହରେ ହରେ। "
700801 - ପ୍ରବଚନ SB 02.01.11 - ଲସ ଆ଼ଞ୍ଜେଲ୍ସ