OR/701217 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଆନ୍ଦୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ। ସମସ୍ତେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଅଧ୍ୟୟନ କରିବା ଏବଂ କାର୍ଯ୍ୟକାରୀ କରିବା ଉଚିତ୍। ଭୌତିକ ଅସ୍ତିତ୍ୱର ଭ୍ରମାତ୍ମକ ଚିନ୍ତାଧାରା ଦ୍ୱାରା ଭାସି ଯାଅ ନାହିଁ। ସର୍ଵୋପାଧି-ବିନିର୍ମୁକ୍ତମ୍ (ଚ.ଚ. ମଧ୍ୟ ୧୯.୧୭୦)। ଏହା ଅତ୍ୟନ୍ତ ସହଜ। ଯଦି ଆପଣ ଏହି ହରେ କୃଷ୍ଣ ମନ୍ତ୍ର ଜପ କରନ୍ତି, ତେବେ ଚୈତନ୍ୟ ମହାପ୍ରଭୂ କହିଛନ୍ତି, ଚେତୋ-ଦର୍ପଣ-ମାର୍ଜନମ୍ ( ଚ.ଚ. ଅନ୍ତ୍ୟ ୨୦.୧୨) - ତୁରନ୍ତ ତୁମର ହୃଦୟରେ ଥିବା ସମସ୍ତ ଭୁଲ ଧାରଣା ସଫା ହୋଇଯିବ । ଏହା ଏକ ଭୁଲ ଧାରଣା: "ମୁଁ ଏହି ଶରୀର ଅଟେ" । "ମୁଁ ଆମେରିକୀୟ," "ମୁଁ ଭାରତୀୟ," "ମୁଁ ବ୍ରାହ୍ମଣ," ମୁଁ ଗୁଜୁରାଟୀ, "ମୁଁ ବଙ୍ଗାଳୀ" । ଏସବୁ ଭୁଲ ଧାରଣା। ତୁମେ ଭଗବାନଙ୍କ ଅଂଶ ବିଶେଷ, କୃଷ୍ଣଙ୍କର। ତାହା ହେଉଛି ତୁମର ପରିଚୟ। "
701217 - ପ୍ରବଚନ SB 06.01.32-33 - ସୁରତ