OR/710217d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଗୋରଖପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା କେବଳ ହୃଦୟଙ୍ଗମ କରିବାର ପ୍ରକ୍ରିୟା ଯେ, କେହି ଜଣେ ପରମ ସତ୍ୟକୁ ନିରାକାର ଭାବରେ ହୃଦୟଙ୍ଗମ କରୁଛନ୍ତି ଏବଂ କେହି କେହି ପରମ ସତ୍ୟକୁ ସର୍ବତ୍ର ବିଦ୍ୟମାନ ପରମାତ୍ମା, ଅନ୍ତର୍ଯ୍ୟାମୀ ଭାବରେ ହୃଦୟଙ୍ଗମ କରୁଛନ୍ତି ଏବଂ କିଛି ବ୍ୟକ୍ତି ପରମ ସତ୍ୟକୁ ପରମ ପୁରୁଷ ଭଗବାନ କୃଷ୍ଣ ଭାବରେ ଅନୁଭବ କରୁଛନ୍ତି। ସେଗୁଡ଼ିକ ଅଦବୟ ଜ୍ଞାନ, ସମାନ, ସେଇ ସମାନ ଜିନିଷ । ଏହା କେବଳ ଆମର ଧାରଣାର ଶକ୍ତି ଯାହା ପାର୍ଥକ୍ୟ ସୃଷ୍ଟି କରେ । ବସ୍ତୁ ସମାନ ଅଟେ । ଏହା ଶ୍ରୀମଦ୍-ଭାଗବତମ୍ ରେ ଦର୍ଶାଯାଇଛି । "
710217 - ପ୍ରବଚନ CC Adi 07.119 - ଗୋରଖପୁର