OR/710803 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲଣ୍ଡନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

From Vanipedia

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଜଣେ ଏହି ପ୍ରକ୍ରିୟାକୁ ଗ୍ରହଣ କରେ, ସେ ଶୁଦ୍ଧ ହୋଇଯାଏ। ତାହା ହେଉଛି ଆମର ପ୍ରଚାର। ଆମେ ତାଙ୍କର ଅତୀତର କାର୍ଯ୍ୟକୁ ହିସାବ କରୁନାହୁଁ। କାଳୀ-ଯୁଗରେ ସମସ୍ତଙ୍କର ଅତୀତର କାର୍ଯ୍ୟ ଅତ୍ୟନ୍ତ ଖୁସି ନୁହେଁ। ତେଣୁ ଆମେ ଅତୀତର କାର୍ଯ୍ୟ ବିଷୟରେ ବିଚାର କରୁନାହୁଁ। ଆମେ କେବଳ ଅନୁରୋଧ କରୁଛୁ ଯେ ଆପଣ କୃଷ୍ଣ ଭାବାନାମୃତକୁ ଗ୍ରହଣ କରନ୍ତୁ ଏବଂ କୃଷ୍ଣ ମଧ୍ୟ ଏହା କୁହନ୍ତି,
ସର୍ୱଧର୍ମାନ୍ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ୱା ସର୍ୱପାପେଭ୍ୟୋ...
( ଭ.ଗୀ. ୧୮.୬୬)

ହୁଏତ ମୁଁ ମୋର ଅତୀତ ଜୀବନରେ ଅତ୍ୟଧିକ ପାପୀ ଥିଲି, କିନ୍ତୁ ଯେତେବେଳେ ମୁଁ କୃଷ୍ଣଙ୍କ ନିକଟରେ ଆତ୍ମସମର୍ପଣ କରେ, ସେ ମୋତେ ଆଶ୍ରୟ ଦିଅନ୍ତି ଏବଂ ମୁଁ ମୁକ୍ତ ହୋଇଯାଏ । ତାହା ହେଉଛି ଆମର ପ୍ରକ୍ରିୟା । ଅତୀତର କାର୍ଯ୍ୟ ବିଷୟରେ ଆମେ ବିଚାର କରୁନାହୁଁ । ତାଙ୍କର ଅତୀତର କାର୍ଯ୍ୟରେ ସମସ୍ତେ ପାପୀ ହୋଇପାରନ୍ତି । ସେଥିରେ କିଛି ଫରକ ପଡ଼େ ନାହିଁ । କିନ୍ତୁ ଯଦି ସେ କୃଷ୍ଣଙ୍କର ଆଶ୍ରୟ ନିଅନ୍ତି, ଯେପରି କୃଷ୍ଣ କହୁଛନ୍ତି, ତେବେ କୃଷ୍ଣ ଆମକୁ ସୁରକ୍ଷା ଦେବ । ତାହା ହେଉଛି ଆମର ପ୍ରଚାର। "

710803 - ପ୍ରବଚନ SB 06.01.15 - ଲଣ୍ଡନ