OR/720222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ହିନ୍ଦୁ ଧର୍ମ କିମ୍ବା ଖ୍ରୀଷ୍ଟିଆନ ଧର୍ମ କିମ୍ବା ମୁସଲମାନ ଧର୍ମ। ଏହାର ମୂଳ ଲକ୍ଷ୍ୟ କ’ଣ? ଭଗବାନଙ୍କ ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ମଧ୍ୟ କିପରି ଭଗବାନଙ୍କୁ ପ୍ରେମ କରିବା ତାହା ପ୍ରଚାର କରିଥିଲେ। ମହମ୍ମଦ ଧର୍ମ ମଧ୍ୟ ସର୍ବୋଚ୍ଚ ପ୍ରଭୁ ଆଲ୍ଲାହା-ଉ-ଆକବରଙ୍କୁ ହୃଦୟଙ୍ଗମ କରିବାକୁ ପ୍ରଚାର କରେ। ବୁଦ୍ଧ ଧର୍ମରେ ସେମାନେ ମୁଖ୍ୟତଃ ନାସ୍ତିକ ଅଟନ୍ତି କିନ୍ତୁ ଭଗବାନ ବୁଦ୍ଧ କୃଷ୍ଣଙ୍କର ଅବତାର ଅଟନ୍ତି ତେଣୁ ଶ୍ରୀମଦ୍-ଭାଗବତମ୍ ରେ କୁହାଯାଇଛି ଯେ ଭଗବାନ, କୃଷ୍ଣ, ନାସ୍ତିକମାନଙ୍କୁ ଠକିବା ପାଇଁ ଭଗବାନ ବୁଦ୍ଧ ଭାବରେ ଦେଖାଦେଲେ । ନାସ୍ତିକ ଶ୍ରେଣୀ ସେମାନେ ଭଗବାନଙ୍କୁ ବିଶ୍ଵାସ କରୁନଥିଲେ କିନ୍ତୁ ଭଗବାନ ବୁଦ୍ଧ ସେମାନଙ୍କ ଆଗରେ ଆସିଥିଲେ ସେ କହିଥିଲେ, 'ହଁ ଭଗବାନ ନାହାଁନ୍ତି, ଏହା ଠିକ୍ କିନ୍ତୁ ମୁଁ ଯାହା କହୁଛି ତୁମେ ତାହାକୁ ଗ୍ରହଣ କର' । ତେଣୁ ନାସ୍ତିକ ଶ୍ରେଣୀ ଏହାକୁ ନେଇଗଲା, 'ହଁ ତୁମେ ଯାହା କହିବ ଆମେ ତାହା ଗ୍ରହଣ କରିବୁ' । କିନ୍ତୁ ନାସ୍ତିକ ଜାଣି ନଥିଲେ ଯେ ସେ ହେଉଛନ୍ତି ଭଗବାନଙ୍କ ଅବତାର। "
720222 - ପ୍ରବଚନ to Railway Workers - ବିଶାଖାପାଟନମ୍