OR/720423 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ପରିସ୍ଥିତି, ଭୌତିକତା ସହିତ ଆମର ସମ୍ପର୍କ, ସ୍ୱପ୍ନ ଭଳି ଅଟେ । ବାସ୍ତବରେ ଆମେ ପତିତ ହୋଇ ନାହୁଁ । ତେଣୁ, ଆମେ ପତିତ ହୋଇନଥିବାରୁ, ଯେକୌଣସି ମୁହୂର୍ତ୍ତରେ ଆମେ ଆମର କୃଷ୍ଣ ଚେତନାକୁ ପୁନର୍ଜୀବିତ କରିପାରିବା । ଯେତେ ଶୀଘ୍ର ଆମେ ବୁଝିବା ଯେ 'ମୋର କିଛି କରିବାର ନାହିଁ । ମୁଁ କେବଳ କୃଷ୍ଣଙ୍କର ସେବକ, ଚିର ସେବକ । କେବଳ ସେତିକି', ତୁରନ୍ତ ସେ ମୁକ୍ତ ହୋଇଯାଏ । ଠିକ୍ ସେହିପରି: ତୁମେ ଯେତେ ଶୀଘ୍ର ... ବେଳେବେଳେ ଆମେ ତାହା କରିଥାଉ । ଯେତେବେଳେ ଭୟଭୀତ ସ୍ୱପ୍ନ ଅତ୍ୟଧିକ ଅସହିଷ୍ଣୁ ହୋଇଯାଏ, ଆମେ ସ୍ୱପ୍ନକୁ ଭାଙ୍ଗିବା । ଆମେ ସ୍ୱପ୍ନକୁ ଭାଙ୍ଗୁ; ନଚେତ୍ ଏହା ଅସହିଷ୍ଣୁ ହୋଇଯାଏ । ସେହିପରି ଭାବରେ, ଆମେ କୃଷ୍ଣ ଚେତନା ସ୍ଥଳରେ ପହଞ୍ଚିବା ମାତ୍ରେ ଏହି ଭୌତିକ ସଂଯୋଗକୁ ଭାଙ୍ଗି ପାରିବା: 'ଓଃ, କୃଷ୍ଣ ମୋର ଚିର ମାଲିକ । ମୁଁ ତାଙ୍କର ସେବକ' । ଖାଲି ଏତିକି। ଏହା ହେଉଛି ଉପାୟ । ବାସ୍ତବରେ ଆମେ ପତିତ ନୁହଁ । କାହାର ପତନ ହୋଇପାରିବ ନାହିଁ । ସମାନ ଉଦାହରଣ: ପ୍ରକୃତରେ କୌଣସି ବାଘ ନାହିଁ; ଏହା ସ୍ୱପ୍ନ । ସେହିଭଳି, ଆମର ପତିତ ଅବସ୍ଥା ମଧ୍ୟ ସ୍ୱପ୍ନ । ଆମେ ପଡ଼ି ନାହୁଁ । ଆମେ ଯେକୌଣସି ମୁହୂର୍ତ୍ତରେ ସେହି ଭ୍ରମାତ୍ମକ ଅବସ୍ଥାକୁ ତ୍ୟାଗ କରିପାରିବା ।"
720423 - ପ୍ରବଚନ SB 02.09.01 - ଟୋକିଓ