OR/Prabhupada 0026 - ପ୍ରଥମେ ତୁମକୁ ସ୍ଥାନାନ୍ତରିତ କାରାଯିବ ସେହି ବ୍ରହ୍ମାଣ୍ତକୁ ଯେଉଁ ଠାରେ କୃଷ୍ଣ ବର୍ତ୍ତମାନ ଅଛନ୍ତି



Morning Walk -- October 5, 1975, Mauritius

ଭାରତୀୟ ବ୍ୟକ୍ତି: ସ୍ଵାମୀଜୀ, ଏହା କୁହାଯାଇଛି ଆମେ ଯେପରି କର୍ମ କରୁ...ଆମ କର୍ମ ଅନୁସାରେ ଆମେ ଜନ୍ମ ଗ୍ରହଣ କରୁ । ତେଣୁ ଯଦି ଆମେ କିଛି କରିଛୁ ତେବେ ଭଗବାନଙ୍କର ନିୟମ ଅନୁସାରେ ଆମକୁ ଜନ୍ମ ଗ୍ରହଣ କରିବାକୁ ହେବ ।

ପ୍ରଭୁପାଦ: ତୁମକୁ ଜନ୍ମ ଗ୍ରହଣ କରିବାକୁ ପଡ଼ିବ । ଏହା ହିଁ ତଥ୍ୟ । ତୁମେ ଏହାକୁ ପରିବର୍ଜନ କରିପାରିବ ନାହିଁ । କିନ୍ତୁ ତୁମ କର୍ମ ଅନୁସାରେ ତୁମକୁ ଜନ୍ମ ନେବାକୁ ପଡ଼ିବ।

ଭାରତୀୟ ବ୍ୟକ୍ତି: କିନ୍ତୁ ସେଥିପାଇଁ...ଅର୍ଥାତ୍ ତୁମେ ଯାହା ଲେଖିଛ ତାହା ତୁମକୁ ଭୋଗିବାକୁ ପଡ଼ିବ । ହଁ, ସେଥିପାଇଁ ଆପଣ ଭାବୁଛନ୍ତି କି...

ପ୍ରଭୁପାଦ: ମାନେ ତୁମର ଏହି ସାର୍ଟ ଚିରିଗଲେ, ତୁମକୁ ଅନ୍ୟ ଏକ ସାର୍ଟ କିଣିବାକୁ ପଡ଼ିବ । ବର୍ତ୍ତମାନ, ସେହି ସାର୍ଟ ତୁମେ ତୁମର ମୂଲ୍ୟ ହିସାବରେ କିଣିବ । ଯଦି ତୁମେ ଭଲ ମୂଲ୍ୟ ଦେବ, ତେବେ ତୁମକୁ ଭଲ ସାର୍ଟ ମିଳିବ । ଯଦି ତୁମ ପାଖରେ କିଛି ଟଙ୍କା ନାହିଁ, ତେବେ ତୁମକୁ ଖରାପ ସାର୍ଟ ମିଳିବ । ବାସ୍ ।

ଭାରତୀୟ ବ୍ୟକ୍ତି: ମୁଁ ଏହା କହିବାକୁ ଚାହୁଁଛି ସ୍ଵାମୀଜୀ ଯେ, ନର୍କ ମଧ୍ୟ ଏହି ଦୁନିଆରେ ହିଁ ଅବସ୍ଥିତ, କାରଣ ଆପଣଙ୍କ ବିଚାରରେ ଆମେ କେଉଁଠି ଆମର ଋଣ ପରିଷୋଧ କରିପାରିବୁ? ପାପ, ଆମ ପାପର ଋଣ । ଆପଣଙ୍କ ବିଚାରରେ ଆମେ କେଉଁଠି ଏହା ପରିଷୋଧ କରିପାରିବୁ? ନର୍କରେ, ଯାହା ନାହିଁ...

ପ୍ରଭୁପାଦ: ନର୍କ ତୁମକୁ ଦଣ୍ତ ଦେବାର ସ୍ଥାନ ।

ଭାରତୀୟ ବ୍ୟକ୍ତି: ସେଥିପାଇଁ ଏହା ପୃଥିବୀରେ ହିଁ ଅଛି ।

ପ୍ରଭୁପାଦ: ପୃଥିବୀ କାହିଁକି?

ଭାରତୀୟ ବ୍ୟକ୍ତି: ପୃଥିବୀ ଗ୍ରହରେ,ନାହିଁ?

ପ୍ରଭୁପାଦ: ନା, ଏହା ହୋଇପାରେ...

ଭାରତୀୟ ବ୍ୟକ୍ତି: କୌଣସି ବି ଗ୍ରହରେ?

ପ୍ରଭୁପାଦ:...କେତେ ଲକ୍ଷ ମାଇଲ୍ ଦୂରରେ ।

ଭାରତୀୟ ବ୍ୟକ୍ତି: କିନ୍ତୁ ଏହାର ସ୍ଥିତି ନାହିଁ...କେବଳ ନର୍କ ହିଁ ଏକ ସ୍ଥାନରେ ସ୍ଥିତ କିମ୍ଵା ଏକ ପ୍ରଦା(?) ଅନ୍ୟ ଏକ ସ୍ଥାନରେ ସ୍ଥିତ? ଆପଣ ଏହିପରି ଭାବୁଛନ୍ତି କି, ସ୍ଵାମୀଜୀ?

ପ୍ରଭୁପାଦ: ହଁ, ବିଭିନ୍ନ ଗ୍ରହ ଅଛନ୍ତି ।

ଭାରତୀୟ ବ୍ୟକ୍ତି: ଏହି ଦୁନିଆରେ ହିଁ ଅନେକ ପୀଡ଼ିତ ଲୋକ ଅଛନ୍ତି ।

ପ୍ରଭୁପାଦ: ତେଣୁ ସେମାନଙ୍କୁ ପ୍ରଥମେ ନର୍କରେ ତାଲିମ୍ ଦିଆଯାଏ ଏବଂ ପରେ ସେମାନେ ଏଠାକୁ ସେହିପରି ପୀଡ଼ା ସହିବାକୁ ଆସନ୍ତି ।

ଭାରତୀୟ ବ୍ୟକ୍ତି:ଯେତେବେଳେ ଆତ୍ମା ଆମ ଶରୀରରୁ ବାହାରିଯାଏ, ଏହା ନର୍କକୁ ଯାଏ କିମ୍ଵା... ପ୍ରଭୁପାଦ: ନର୍କ ଲୋକ ।

ଭାରତୀୟ ବ୍ୟକ୍ତି:...ଗୋଲାର୍ଦ୍ଧ କିମ୍ଵା ଏହାପରେ ତୁରନ୍ତ ଜନ୍ମ ଗ୍ରହଣ କରେ?

ପ୍ରଭୁପାଦ: ହଁ, ଯେଉଁମାନେ ପାପୀ, ସେମାନେ ତୁରନ୍ତ ଜନ୍ମ ଗ୍ରହଣ କରନ୍ତି ନାହିଁ । ସେମାନଙ୍କୁ ପ୍ରଥମେ ନର୍କରେ ତାଲିମ୍ ଦିଆଯାଏ କିପରି ପୀଡ଼ା ସହିବେ ଆଦି ଅଭ୍ୟସ୍ତ ହେବା ପାଇଁ ଏବଂ ପରେ ସେମାନେ ଜନ୍ମ ଗ୍ରହଣ କରନ୍ତି, ପୀଡ଼ିତ ହୁଅନ୍ତି । ଯେପରି ତୁମେ ଆ.ଇ.ଏସ୍. ପାସ କର । ତେବେ ତୁମେ ମାଜିଷ୍ଟ୍ରେଟଙ୍କର ସାହାର୍ଯ୍ୟକାରୀ ହେବ । ତୁମେ ଶିକ୍ଷିବ । ପରେ ତୁମକୁ ମାଜିଷ୍ଟ୍ରେଟ ପଦବୀରେ ନିଯୁକ୍ତି କରାଯାଏ । ଏପରିକି ତୁମେ ଘରକୁ, ଭଗବଦ୍ ଧାମକୁ ଫେରିବାକୁ ଯୋଗ୍ୟ ହେଲେ ବି, ତୁମକୁ ପ୍ରଥମେ ସ୍ଥାନାନ୍ତରିତ କାରାଯିବ ସେହି ବ୍ରହ୍ମାଣ୍ତକୁ ଯେଉଁଠାରେ କୃଷ୍ଣ ବର୍ତ୍ତମାନ ଉପସ୍ଥିତ ଅଛନ୍ତି, ଏବଂ ସେଠାରେ ତୁମେ ଅଭ୍ୟସ୍ତ ହୁଅ । ତାପରେ ତୁମେ ପ୍ରକୃତ ବୃନ୍ଦାବନକୁ ଯିବ ।

ଭାରତୀୟ ବ୍ୟକ୍ତି:ସେଥିପାଇଁ ଆମର ମୃତ୍ୟୁ ପରେ...

ପ୍ରଭୁପାଦ:ଭଗବାନଙ୍କ ଦ୍ଵାରା କରାଯାଇଥିଵା ସମସ୍ତ ବ୍ୟବସ୍ଥା ପୂର୍ଣ୍ଣ ଅଟେ । ପୂର୍ଣ୍ଣ । ପୂର୍ଣ୍ଣ ଅଦଃ ପୂର୍ଣ୍ଣ ଇଦଂ ପୂର୍ଣ୍ଣାତ୍ ପୂର୍ଣ୍ଣ ...(ଇସୋପନିଷଦ, ମଙ୍ଗଳାଚରଣ) । ଯାହା ଭଗବାନଙ୍କ ଦ୍ଵାରା ସୃଷ୍ଟି ହୋଇଛି, ତାହା ପୂର୍ଣ୍ଣ ଅଟେ ।