OR/Prabhupada 0055 - ଶ୍ରବଣ ଦ୍ଵାରା କୃଷ୍ଣଙ୍କୁ ସ୍ପର୍ଶ କରିବା



Lecture on BG 2.18 -- Hyderabad, November 23, 1972

ଚୈତନ୍ୟ ମହାପ୍ରଭୁଙ୍କର ଭବିଷ୍ୟବାଣୀ: " ଯେତେ ସହର ଏବଂ ଗାଁ ପୃଥିବୀର ପୃଷ୍ଠଭୂମିରେ ଅଛି, ପ୍ରତ୍ୟେକ ସ୍ଥାନରେ ଏହି ହରେ କୃଷ୍ଣ ମନ୍ତ୍ର, କିମ୍ଵା ଭଗବାନ ଚୈତନ୍ୟଙ୍କ ନାମ ଗାନ କରାଯିବ ।" ଏହା କରାଯାଉଛି । ସମଗ୍ର ବିଶ୍ଵରେ ଏହି ହରେ କୃଷ୍ଣ ଧର୍ମ ପଦ୍ଧତି ଆରମ୍ଭ କରିବା ପାଇଁ ବିଶାଳ କ୍ଷେତ୍ର ଅଛି । ତାହା ବ୍ୟାବହାରିକ ଅଟେ । ଦୁର୍ଭାଗ୍ୟବଶତଃ, ଯଦିଓ ଚୈତନ୍ୟ ମହାପ୍ରଭୁ ଏହି ଦାୟିତ୍ଵ ସମସ୍ତ ଭାରତୀୟଙ୍କୁ ଦେଇଥିଲେ... କେବଳ ବଙ୍ଗାଳୀ ଲୋକଙ୍କୁ ନୁହେଁ, ଯେହେତୁ ସେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ସେ କେବେ ବଙ୍ଗାଳୀଙ୍କ ପାଇଁ କହିନଥିଲେ । ସେ କହିଥିଲେ, ଭାରତ-ଭୂମିତେ ମନୁଷ୍ୟ-ଜନ୍ମ ହଇଲ ଯାର (CC Adi 9.41) । "ଏହି ପବିତ୍ର ଭାରତରେ, ଯିଏ କେହି ମନୁଷ୍ୟ ରୂପରେ ଜନ୍ମ ନେଇଛନ୍ତି, ସେ ତାର ଜୀବନ ସାର୍ଥକ କରିବା ଉଚିତ ।" ଜନ୍ମ ସାର୍ଥକ କରି । ନିଜ ଜୀବନ ପ୍ରଥମେ ଦୋଷମୁକ୍ତ ନ କରିକି ତୁମେ ପ୍ରଚାର କରିପାରିବ ନାହିଁ । ଯଦି ମୁଁ ଦୋଷଯୁକ୍ତ ଥିବି, ମୁଁ ପ୍ରଚାର କରିପାରିବି ନାହିଁ । ଆମେ ଦୋଷମୁକ୍ତ ହେବା ଉଚିତ୍ । ତାହା ଅତି କଷ୍ଟକର ନୁହେଁ । ଆମକୁ ମହାନ୍ ସାଧୁ ଏବଂ ସନ୍ଥ ମାନଙ୍କ ଠାରୁ ଏବଂ ଭଗବାନ୍ ଶ୍ରୀ କୃଷ୍ଣ ସ୍ଵୟଂଙ୍କ ଠାରୁ ନିର୍ଦେଶ ମିଳିଛି ।

ତେଣୁ ଆମ ଜୀବନକୁ ଦୋଷମୁକ୍ତ କରିବା ଅସମ୍ଭବ ନୁହେଁ । ଆମେ ତାହାକୁ ଅବହେଳା କରୁଛୁ । ତାହା ହେଉଛି ଆମର ଦୁର୍ଭାଗ୍ୟ । ମଂନ୍ଦାଃ ସୁମନ୍ଦ-ମତୟୋ ମନ୍ଦ ଭାଗ୍ୟାଃ (SB 1.1.10) । କାରଣ ଆମେ ହେଉଛୁ ମନ୍ଦ, ମନ୍ଦା-ମତଃ, ଆମେ ଫର୍ଜି ତର୍କ, ଫର୍ଜି "ବାଦ" ଗ୍ରହଣ କରିଛୁ, ଏବଂ ଆମର ସମୟ ନଷ୍ଟ କରୁଛୁ । ଆମେ ଶାସ୍ତ୍ରରୁ ବାସ୍ତବିକ ପଥ ଗ୍ରହଣ କରିବା ଉଚିତ୍ । ତେବେ ଆମେ ବିଜ୍ଞ ହେଇପାରିବା । ସୁ-ମେଧସଃ । ଯଜ୍ଞୈଃ ସଂକୀର୍ତନ-ପ୍ରାୟୈର୍ ୟଜନ୍ତି ହି ସୁ-ମେଧସଃ (SB 11.5.32) । ସୁଗମ ମାର୍ଗ ବିଧି । ବୁଦ୍ଧିମାନ ଶ୍ରେଣୀର ଲୋକମାନେ ଜୀବନରେ ଆଧ୍ୟାତ୍ମିକ ଉନ୍ନତି ପାଇଁ ଏହି ସଂକୀର୍ତନ ଆନ୍ଦୋଳନକୁ ଗ୍ରହଣ କରନ୍ତି । ଏହା ହେଉଛି ତଥ୍ୟ, ଏହା ବୌଜ୍ଞାନିକ ଅଟେ, ଏହା ସ୍ଵୀକୃତ ଅଟେ, ତେଣୁ ଅବହେଳା କରନାହିଁ । ଏହି ହରେ କୃଷ୍ଣ ମନ୍ତ୍ର ଜପକୁ ନିଜର ସର୍ବସ୍ଵ ରୂପେ ଗ୍ରହଣ କର, ସର୍ବତ୍ର... ନିୟମିତଃ ସ୍ମରନେ ନ କାଳଃ । କୌଣସି ନିୟମ କାନୁନ ନାହିଁ, ଯେ "ତୁମେ ଏହାକୁ ନିର୍ଦ୍ଦିଷ୍ଟ ସମୟରେ ବା ନିର୍ଦ୍ଦିଷ୍ଟ ସ୍ଥାନରେ, ଏହି ଅବସ୍ଥାରେ ବା ସେ ଅବସ୍ଥାରେ ।" ନାହିଁ । କାରଣ ଏହା ବିଶେଷକରି ବଦ୍ଧଜୀବିଙ୍କ ପାଇଁ, ଏଥିରେ କୌଣସି କଡ଼ା ନିୟମ ନାହିଁ । ନାମ୍ନାମ୍ ଅକାରି ବହୁଦା ନିଜ-ସର୍ବ ଶକ୍ତିସ୍ ତତ୍ରାର୍ପିତ ନିୟମିତଃ ସ୍ମରନେ ନ କାଳଃ । ଏହି ହରିନାମ, କୃଷ୍ଣଙ୍କର ପବିତ୍ରନାମ କୃଷ୍ଣଙ୍କ ଭଳି ଶକ୍ତିଶାଳୀ । କୃଷ୍ଣ ଏବଂ ତାଙ୍କ ନାମରେ କୌଣସି ପାର୍ଥକ୍ୟ ନାହିଁ, କୃଷ୍ଣ ହେଉଛନ୍ତି ପରବ୍ରହ୍ମ । ସେଥିପାଇଁ କୃଷ୍ଣଙ୍କ ନାମ ଏବଂ କୃଷ୍ଣଙ୍କ ରୂପରେ କୌଣସି ଭେଦ ନାହିଁ , କୃଷ୍ଣଙ୍କ ଗୁଣ, କୃଷ୍ଣଙ୍କର ସହଚରବର୍ଗ, କୃଷ୍ଣଙ୍କ ଲୀଳା, କୃଷ୍ଣଙ୍କ ଠାରୁ । ସବୁ କିଛି କୃଷ୍ଣ ଅଟନ୍ତି । ତୁମେ ଯଦି କୃଷ୍ଣଙ୍କ ବିଶୟରେ ଶୁଣ, ତେବେ ତୁମେ ଜାଣିବା ଦରକାର ଯେ ତୁମେ ଶ୍ରବଣ ଦ୍ଵାରା କୃଷ୍ଣଙ୍କୁ ସ୍ପର୍ଶ କରୁଛ । ଯଦି ତୁମେ କୃଷ୍ଣଙ୍କ ବିଗ୍ରହ ରୂପକୁ ଦେଖ, ତାହା ମାନେ ଯେ ତୁମେ ସ୍ଵୟଂ କୃଷ୍ଣଙ୍କୁ ଦେଖୁଛ । କାରଣ ସେ ହେଉଛନ୍ତି ପରବ୍ରହ୍ମ । ସେ ତୁମର ସେବା ଗ୍ରହଣ କରନ୍ତି, କୌଣସି ପ୍ରକାରେ । କାରଣ ସେ ହେଉଛନ୍ତି ସବୁକିଛି । ଈଶାବାସ୍ୟମ୍ ଇଦଂ ସର୍ବ (ISO 1) । ତାଙ୍କ ଶକ୍ତି । ପରସ୍ୟ ବ୍ରମ୍ହଣଃ ଶକ୍ତିତସ୍ ତଥେଦମ୍ ଅଖିଳଂ ଜଗତ୍ । ସବୁକିଛି କୃଷ୍ଣଙ୍କ ଶକ୍ତି ଅଟେ । ତେଣୁ ଯଦି ଆମେ କୃଷ୍ଣଙ୍କ ଶକ୍ତି ସଂସ୍ପର୍ଶରେ ରହିବା, ଅଳ୍ପ ଜ୍ଞାନ ସହିତ, ଆମେ ପ୍ରତ୍ୟକ୍ଷ ଭାବେ କୃଷ୍ଣଙ୍କ ସଂସ୍ପର୍ଶରେ ରହିବା । ଏହା ହେଉଛି ପ୍ରକ୍ରିୟା । ଯେପରି ତୁମେ ନିରନ୍ତର ଭାବେ କୃଷ୍ଣଙ୍କ ସହିତ ସଂସ୍ପର୍ଶରେ ରହୁଛ, ତାହା ହେଉଛି କୃଷ୍ଣ ଚେତନା । ତେବେ ତୁମେ ଶୁଦ୍ଧ ହୋଇଯିବ । ଶୁଦ୍ଧ । ଯେପରି ଯଦି ତୁମେ ଏକ ଲୁହା ଛଡ଼ ଅଗ୍ନିରେ ପକାଅ, ଏହା ଗରମ ହୋଇଯାଏ, ଅଧିକ ଗରମ, ଏବଂ ଶେଷରେ ଏହା ଅତ୍ୟଧିକ ଗରମ ହୋଇଯାଏ । ଯେତେବେଳେ ଏହା ଅତ୍ୟଧିକ ଗରମ ହୋଇଯାଏ, ଏହା ଅଗ୍ନି ହୋଇଯାଏ । ଏହା ଆଉ ଲୁହା ଛଡ଼ ହୋଇ ରହେ ନାହିଁ । ସେହିପରି, ତୁମେ ଯଦି ସର୍ବଦା କୃଷ୍ଣ ଚେତନାରେ ରୁହ, ତେବେ ତୁମେ କୃଷ୍ଣାଇଡ୍ ହୋଇଯିବ । ତାହା ହିଁ ପ୍ରକ୍ରିୟା । ତେବେ ସବୁକିଛି ଶୁଦ୍ଧ ହୋଇଯିବ । ତାପରେ ତୁମର ଆଧ୍ୟାତ୍ମିକ ଜୀବନ ସୂସ୍ପଷ୍ଟ ହେବ । ତେବେ ତୁମର ଜୀବନ ସଫଳ ହେବ ।