OR/Prabhupada 0062 - କୃଷ୍ଣଙ୍କୁ ଚବିଶ ଘଣ୍ଟା ଦେଖ



Lecture on SB 1.8.18 -- Chicago, July 4, 1974

ପ୍ରଭୁପାଦ: ଅରାଧିତୋ ଯଦି ହରିସ ତପସା ତତଃ କିଂ । ଯଦି ତୁମେ କୃଷ୍ଣଙ୍କୁ ପୂଜା କରିବାକୁ ସକ୍ଷମ, ତେବେ ଅନ୍ୟ କୌଣସି ତପସ୍ୟାର ଆବଶ୍ୟକତା ନାହିଁ... କାରଣ ସ୍ଵରୂପସିଦ୍ଧି ହେବା ପାଇଁ କିମ୍ଵା ଭଗବାନଙ୍କୁ ଜାଣିବା ପାଇଁ ଅନେକ ପ୍ରକ୍ରିୟା ଅଛି, ତପସ୍ୟା ଅଛି । ବେଳେ ବେଳେ ଆମେ ଜଙ୍ଗଲକୁ ଯାଉ, ଜଙ୍ଗଲକୁ ଯାଉ ଏହା ଦେଖିବା ପାଇଁ ଯେ ଭଗବାନ କେଉଁଠାରେ ଅଛନ୍ତି, କେଉଁଠାରେ... ବିଭିନ୍ନ ପ୍ରକ୍ରିୟା ଅଛି, କିନ୍ତୁ ଶାସ୍ତ୍ର କୁହନ୍ତି ଯେ ଯଦି ତୁମେ ବାସ୍ତବରେ କୃଷ୍ଣଙ୍କୁ ପୂଜା କରୁଛ, ଅରାଧିତୋ ଯଦି ହରିସ ତପସା ତତଃ କିଂ, ତେବେ ତୁମକୁ କଠୋର ତପସ୍ୟା ଦେଇ ଗତି କରିବାର ଆବଶ୍ୟକତା ଆଉ ନାହିଁ । ଏବଂ ନାରାଧିତୋ, ନାରାଧିତୋ ଯଦି ହରିସ ତପସା ତତଃ କିଂ, ଏବଂ ଶେଷରେ କଠୋର ତପସ୍ୟା ଦେଇ ଗତି କରିବା ପରେ, ଯଦି ତୁମେ କୃଷ୍ଣଙ୍କୁ ଜାଣି ନ ପାର, ତେବେ ଫାଇଦା କ'ଣ? ଏହା ବ୍ୟର୍ଥ ଅଟେ । ନାରାଧିତୋ ଯଦି ହରିସ ତପସା ତତଃ କିଂ, ଅଂନ୍ତର ବହିର ଯଦି ହରିସ ତପସା ତତଃ କିଂ । ସେହିପରି, ଯଦି ତୁମେ ଚବିଶ ଘଣ୍ଟା ତୁମ ଅନ୍ତର ଏବଂ ବାହରେ କୃଷ୍ଣଙ୍କୁ ଦେଖିପାରୁଛ, ତେବେ ତାହା ସମସ୍ତ ତପସ୍ୟାର ଅନ୍ତ ଅଟେ । ତେଣୁ କୃଷ୍ଣ ଏଠାରେ ପୁନଃ କହୁଛନ୍ତି, କୁନ୍ତି କହୁଛନ୍ତି, ଯେ, "ଯଦିଓ କୃଷ୍ଣ ଭିତରେ ଏବଂ ବାହାରେ ଅଛନ୍ତି, କାରଣ ତାଙ୍କୁ ଦେଖିବାକୁ ଆମର ଚକ୍ଷୁ ନାହିଁ, "ଅଲକ୍ଷ୍ୟମ୍, "ଦେଖାଯାଆନ୍ତି ନାହିଁ ।" ଯେପରିକି ଏଠାରେ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ ଉପସ୍ଥିତ ଥିଲେ, କେବଳ ପାଞ୍ଚ ପାଣ୍ତବ, ଏବଂ ତାଙ୍କର ମାତା କୁନ୍ତି, ସେମାନେ ବୁଝିପାରୁଥିଲେ ଯେ କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ । ଏବଂ କିଛି ଅନ୍ୟ ବ୍ୟକ୍ତି । ତେଣୁ ଯଦିଓ କୃଷ୍ଣ ଉପସ୍ଥିତ ଥିଲେ, କେହି କେହି ତାଙ୍କୁ ସାଧାରଣ ମନୁଷ୍ୟ ପରି ଦେଖୁଥିଲେ । ଅବଜା...ଅବଜାନ୍ତି ମାଂ ମୂଢ଼ା ମାନୁଷିଂ ତନୁମାଶ୍ରିତମ୍ । କାରଣ ସେ ମାନବ ସମାଜ ପ୍ରତି ଭାରୀ ଦୟାଳୁ ଥିଲେ, ସେ ବ୍ୟକ୍ତିଗତ ରୂପରେ ଆସିଲେ । ତଥାପି, କାରଣ ତାଙ୍କୁ ଦେଖିବା ପାଇଁ ସେମାନଙ୍କର ଚକ୍ଷୁ ନାହିଁ, ସେମାନେ ଦେଖିପାରିବେ ନାହିଁ । ସେଥିପାଇଁ, କୁନ୍ତି କୁହଁନ୍ତି, ଅଲକ୍ଷ୍ୟମ୍, "ଆପଣ ଦେଖାଯାଆନ୍ତି ନାହିଁ ।" ଯଦିଓ ତୁମେ ଅନ୍ତଃ ବହିଃ, ସର୍ବ ଭୂତାନାମ୍ ।" ଏହା ନୁହେଁ ଯେ ଭକ୍ତର ଅନ୍ତଃ ବାହିଃ - ସମସ୍ତଙ୍କର । ସମସ୍ତଙ୍କ ହୃଦୟରେ କୃଷ୍ଣ ଅବସ୍ଥିତ, ଇଶ୍ଵରଃ ସର୍ବଭୂତାନାଂ ହୃଦେଶେ । ଇସାରା କରି, ହୃଦେଶେ, ଏଠାରେ ହୃଦୟରେ, କୃଷ୍ଣ ଅଛନ୍ତି । ବର୍ତ୍ତମାନ, ସେଥିପାଇଁ, ଧ୍ୟାନ, ଯୋଗ ସିଦ୍ଧାନ୍ତ, ଅଛି ଯେ କିପରି ହୃଦୟ ଭିତରେ କୃଷ୍ଣଙ୍କର ଅନୁସନ୍ଧାନ କରିପାରିବ । ତାହକୁ ଧ୍ୟାନ କୁହାଯାଏ । ତେଣୁ କୃଷ୍ଣଙ୍କ ସ୍ଥିତି ସର୍ବଦା ଦିବ୍ୟ ଅଟେ । ଯଦି ଆମେ ଏହି ଦିବ୍ୟ ପ୍ରକ୍ରିୟା , କୃଷ୍ଣ ଚେତନା, ଗ୍ରହଣ କରୁ ନିୟନ୍ତ୍ରଣ ସିଦ୍ଧାନ୍ତ, ଏବଂ ପାପମୟ ଜୀବନରୁ ମୁକ୍ତ ହେବାକୁ ଚେଷ୍ଟା କରୁ । କାରଣ ତୁମେ କୃଷ୍ଣଙ୍କୁ ଦେଖିପାରିବ ନାହିଁ କିମ୍ବା ବୁଝିପାରିବ ନାହିଁ ଯେ ପର୍ଯ୍ୟନ୍ତ ତୁମେ ପାପ କର୍ମରେ ଅଭ୍ୟସ୍ତ ଥିବ । ତେବେ ଏହା ସମ୍ଭବ ନୁହେଁ । ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ । ଯେଉଁମାନେ ଦୁଷ୍କୃତିନ...କୃତି ଅର୍ଥାତ୍ ଯୋଗ୍ୟତା, ଗୁଣବାନ; କିନ୍ତୁ ଦୁଷ୍କୃତି, କିନ୍ତୁ ପାପ କର୍ମ ପାଇଁ ଯୋଗ୍ୟତାର ପ୍ରୟୋଗ କରାଯାଏ । ତେଣୁ, ଆମେ ସେଥିପାଇଁ ଅନୁରୋଧ କରୁଛୁ ଆମର... ଆମେ ଅନୁରୋଧ କରୁନାହୁଁ; ଏହା ଆମର, ମୋ କହିବାର ଅର୍ଥ, ନିୟମ ଏବଂ ନିୟନ୍ତ୍ରଣ, ଯେ ଜଣେ ପାପ କର୍ମରୁ ମୁକ୍ତ ହେବା ଉଚିତ୍ । ପାପ କର୍ମ, ପାପି ଜୀବନର ଚାରୋଟି ସ୍ତମ୍ଭ, ହେଉଛି ଅବୈଧ ଯୌନ ଜୀବନ, ମାଂସ ଆହାର, ନିଶା, ଏବଂ ଜୁଆ । ତେଣୁ ଆମର ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଏ..., ପରାମର୍ଶ ନୁହେଁ, ସେମାନଙ୍କୁ ଆନୁସରଣ କରିବାକୁ ହେବ, ଅନ୍ୟଥା ସେମାନଙ୍କର ପତନ ହେବ । କାରଣ ଜଣେ ପାପି ବ୍ୟକ୍ତି ଭଗବାନଙ୍କୁ ବୁଝିପାରିବ ନାହିଁ । ଏକ ପକ୍ଷରେ ଆମେ ନିୟନ୍ତ୍ରଣ କରିବାର ସିଦ୍ଧାନ୍ତ ଏବଂ ଭକ୍ତି ସେବାର ପ୍ରକ୍ରିୟା ଅଭ୍ୟାସ କରିବା ଉଚିତ୍, ଅନ୍ୟ ପକ୍ଷରେ ଆମେମାନେ ପାପ କର୍ମରୁ ଦୂରରେ ରହିବା ଉଚିତ୍ । ତାପରେ କୃଷ୍ଣ ଉପସ୍ଥିତ ହେବେ, ଏବଂ ତୁମେ କୃଷ୍ଣଙ୍କ ସହିତ କଥା ହୋଇପାରିବ, ଆମେ କୃଷ୍ଣଙ୍କ ସହିତ ରହିପାରିବା । କୃଷ୍ଣ ଭାରୀ ଦୟାଳୁ । ଯେପରି କୁନ୍ତି କୃଷ୍ଣଙ୍କ ସହିତ ତାଙ୍କ ଭଣଜା ପରି କଥା ହୁଅନ୍ତି, ସେହିପରି ତୁମେ କୃଷ୍ଣଙ୍କ ସହିତ ତୁମର ପୁତ୍ର ପରି କଥା ହୋଇପାରିବ, ତୁମର ସ୍ଵାମୀ ପରି, ତୁମର ପ୍ରେମିକ ପରି, ତୁମର ସାଙ୍ଗ ପରି, ତୁମର ମାଲିକ ପରି, ଯେପରି ତୁମର ଇଛା । ତେଣୁ ମୁଁ ଭାରୀ ଆନନ୍ଦିତ ଏହି, ଶିକାଗୋ ମନ୍ଦିର ଦେଖି । ତୁମେମାନେ ବହୁତ ଭଲ କରୁଛ, ଏବଂ ପ୍ରଶସ୍ତ କକ୍ଷ ମଧ୍ୟ ବହୁତ ଭଲ ଅଛି । ତେଣୁ ତୁମର ସେବା ମନୋବୃତ୍ତି ଜାରି ରଖ ଏବଂ କୃଷ୍ଣଙ୍କୁ ଅନୁଭବ କର । ତେବେ ତୁମର ଜୀବନ ସଫଳ ହେବ । ବହୁତ ବହୁତ ଧନ୍ୟବାଦ ।

ଭକ୍ତଗଣ: ଜୟ! ହରିବୋଲ!