OR/Prabhupada 0069 - ମୁଁ ମରିବି ନାହିଁ



Conversation Pieces -- May 27, 1977, Vrndavana

କୀର୍ତନାନନ୍ଦ: ଆମେ ଖୁସୀ ରହିପାରିବୁ ନାହିଁ ଯଦି ଆପଣଙ୍କ ଦେହ ଭଲ ନ ରହିବ ।

ପ୍ରଭୁପାଦ: ମୋ ଦେହ ସବୁବେଳେ ଭଲ ରହେ ।

କୀର୍ତନାନନ୍ଦ: କାହିଁକି ଆପଣ ଅମକୁ ଆପଣଙ୍କର ବୃଦ୍ଧାବସ୍ଥା ଦେଇ ଦେଉନାହାଁନ୍ତି?

ପ୍ରଭୁପାଦ: ଯେତେବେଳେ ମୁଁ ଦେଖୁଛି ସବୁକିଛି ଭଲରେ ଚାଲିଛି, ମୁଁ ପ୍ରସନ୍ନ ହୁଏ । ଏହି ଶରୀରରେ କ'ଣ ଅଛି? ଶରୀର ତ ଶରୀର ଅଟେ । ଆମେ ଶରୀର ନାହୁଁ ।

କୀର୍ତନାନନ୍ଦ: ସେ ପୁରୁଦାସ ଥିଲା କି ଯିଏ ତାର ପିତାକୁ ନିଜର ଯୌବନ ଦେଇଥିଲା?

ପ୍ରଭୁପାଦ: ହଁ?

ରାମେଶ୍ଵର: ଯଯାତି । ରାଜା ଯଯାତି ତାଙ୍କର ବୃଦ୍ଧାବସ୍ଥା ବଦଳା ବଦଳି କରିଥିଲେ ।

କୀର୍ତନାନନ୍ଦ: ତାଙ୍କ ପୁତ୍ର ସହିତ । ଆପଣ ତାହା କିରିପାରିବେ ।

ପ୍ରଭୁପାଦ: କିଏ କରିଥିଲା?

ରାମେଶ୍ଵର: ରାଜା ଯଯାତି ।

ପ୍ରଭୁପାଦ: ଅହ । ଯଯାତି । ନା, କାହିଁକି? ତୁମେ ମୋ ଶରୀର ଅଟ । ତେଣୁ ତୁମେ ଜୀବିତ ରୁହ । ସେଥିରେ କୌଣସି ଅନ୍ତର ନାହିଁ । ଯେପରି ମୁଁ କାମ କରୁଛି, ତେଣୁ ମୋ ଗୁରୁ ମାହାରାଜ୍ ଭକ୍ତିସିଦ୍ଧାନ୍ତ ସରସ୍ଵତୀ, ସେଥିରେ ଅଛନ୍ତି । ଶାରୀରିକ ରୂପରେ ସେ ରହି ନ ପାରନ୍ତି, କିନ୍ତୁ ସବୁ କାର୍ଯ୍ୟରେ ସେ ଅଛନ୍ତି । ମୋତେ ଲାଗୁଛି ମୁଁ ତାହା ଲେଖିଛି ।

ତମାଳ କୃଷ୍ଣ: ହଁ, ଏହା ଭାଗବତମ୍ ରେ ଅଛି, ଯେ "ଯିଏ ତାଙ୍କ ସହିତ ରୁହେ, ସେ ଶାଶ୍ଵତ ଅଟେ ।" ଯିଏ ତାଙ୍କ ଶଦ୍ଦଗୁଡ଼ିକୁ ମନେ ରଖେ ସେ ଶାଶ୍ଵତ ଅଟେ ।"

ପ୍ରଭୁପାଦ: ତେଣୁ ମୁଁ ମରିବି ନାହିଁ । କୀର୍ତିର ଯସ୍ୟ ଜୀବତିଃ: "ଯେଉଁ ବ୍ୟକ୍ତି କିଛି ମୂଲ୍ୟବାନ କାମ କରିଛି, ସେ ଚିରଦିନ ପାଇଁ ଜୀବିତ ରହେ ।" ସେ ମରେ ନାହିଁ । ଏପରିକି ଆମର ବ୍ୟବହାରିକ ଜୀବନରେ... ଅବଶ୍ୟ, ଏହା ଭୌତିକ, କର୍ମ-ଫଳ । ଜଣକୁ ନିଜ କର୍ମ ଅନୁସାରେ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼େ । କିନ୍ତୁ ଭକ୍ତମାନଙ୍କ ପାଇଁ ସେପରି କିଛି କଥା ନାହିଁ । ସେ ସର୍ବଦା କୃଷ୍ଣଙ୍କର ସେବା କରିବା ପାଇଁ ଏକ ଶରୀର ଗ୍ରହଣ କରେ । ତେଣୁ କିଛି କର୍ମ-ଫଳ ନାହିଁ ।