OR/Prabhupada 0088 - ଯେଉଁ ଛାତ୍ରମାନେ ଆମ ସହିତ ଯୋଗ ଦେଇଛନ୍ତି, ସେମାନେ ଶ୍ରବଣ କରିଛନ୍ତି, ଶୁଣିବା ଦ୍ଵାରା



Lecture on BG 7.1 -- San Diego, July 1, 1972

ବ୍ରହ୍ମା କୁହଁନ୍ତି । ବ୍ରହ୍ମାଙ୍କ ଅନୁଭୁତି...ସେ ଏହି ବ୍ରହ୍ମାଣ୍ତର ସର୍ବୋଚ୍ଚ ପ୍ରାଣୀ ଅଟନ୍ତି । ସେ କୁହଁନ୍ତି ଯେ "ଯେତେବେଳେ ଜଣେ କଳ୍ପନା କରିବାର ଏହି ନିରର୍ଥକ ଅଭ୍ୟାସ ଛାଡ଼ିଦେବ..." ଜ୍ଞାନେ ପ୍ରୟାସମ୍ ଉଦପାସ୍ୟ । ସେ ବିନମ୍ର ହେବା ଉଚିତ୍ । ଜଣକୁ ଏପରି ଦେଖେଇବା ଉଚିତ୍ ନୁହେଁ ଯେ ସେ କିଛି ଜାଣିଛି, ସେ କିଛି କଳ୍ପନା କରିପାରେ, ସେ କିଛି ଆବିଷ୍କାର କରିପାରେ । ଯେପରିକି ତଥା କଥିତ ବୈଜ୍ଞାନିକମାନେ, ସେମାନେ କେବଳ କଳ୍ପନା କରୁଛନ୍ତି ଏବଂ ବୃଥା ପରିଶ୍ରମ କରୁଛନ୍ତି । ତୁମ ଦ୍ଵାରା କିଛି ହୋଇପାରିବ ନାହିଁ । ସବୁକିଛି ପୂର୍ବରୁ ବ୍ୟବସ୍ଥିତ ହୋଇଅଛି । ତୁମେ ପରିବର୍ତ୍ତନ କରିପାରିବ ନାହିଁ । ତୁମେ କେବଳ ଦେଖିପାରିବ ଆଇନ୍ କିପରି କାମ କରୁଛି; ତୁମେ ଏତିକି କରିପାରିବ । କିନ୍ତୁ ତୁମେ ଆଇନ୍ ପରିବର୍ତ୍ତନ କରିପାରିବ ନାହିଁ, ନା ତୁମେ ଆଇନ୍ ପାଇଁ ଭଲ ବ୍ୟବସ୍ଥା କରିପାରିବ । ନା । ତୁମେ ତାହା କରିପାରିବ ନାହିଁ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରାତ୍ୟୟା (BG 7.14) । ଦିରାତ୍ୟୟା ଅର୍ଥାତ୍ ଅତ୍ୟନ୍ତ କଷ୍ଟକର । ତେଣୁ ଚୈତନ୍ୟ ମହାପ୍ରଭୁ, ଯେତେବେଳେ ତାଙ୍କୁ ବ୍ରହ୍ମାଙ୍କର ଏହି ମନ୍ତବ୍ୟ ବିଷୟରେ କୁହାଗଲା, ଯେ ଜଣକୁ କଳ୍ପନା କରିଵା ଛାଡ଼ିଦେବା ଉଚିତ୍, ଯେ ସେ କିଛି ସୃଷ୍ଟି କରିପାରିବ... ଏହି ନିରର୍ଥକ ଅଭ୍ୟାସ ଛାଡ଼ିଦେବା ଉଚିତ୍ । ସେ ଅତ୍ୟନ୍ତ ବିନମ୍ର ହେବା ଉଚିତ୍ । ଘାସଠାରୁ ମଧ୍ୟ ଅଧିକ ବିନମ୍ର । ଯେପରି ଆମେ ଘାସକୁ ପାଦରେ ଦଳୁଛୁ; ଏହା କୌଣସି ପ୍ରତିବାଦ କରୁନାହିଁ । "ଠିକ୍ ଅଛି, ମହାଶୟ, ଆପଣ ଯାଇପାରିବେ ।" ସେହି ପ୍ରକାରର ବିନମ୍ରତା । ତୃଣଦ୍ ଅପି ସୁନିଚେନ ତରୋର୍ ଅପି ସହିଷ୍ନୁନା । ତରୁ ଅର୍ଥାତ୍ ବୃକ୍ଷ । ବୃକ୍ଷ ଅତ୍ୟନ୍ତ ସହନଶୀଳ ଅଟେ ।

ତେଣୁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଜ୍ଞାନେ ପ୍ରୟାସମ୍ ଉଦପାସ୍ୟ ନମନ୍ତ ଏବ... "କିମ୍ଵା ତାପରେ ମୁଁ, ମୁଁ କଳ୍ପନା କରିବା ପ୍ରକ୍ରିୟା ଛାଡ଼ିଦେବି ଏବଂ ବିନମ୍ର ହୋଇଯିବି, ଯେପରି ଆପଣ ଉପଦେଶ ଦେବା । ତେବେ ମୋର ପରବର୍ତ୍ତୀ କର୍ତ୍ତବ୍ୟ କ'ଣ?" ପରବର୍ତ୍ତୀ କର୍ତ୍ତବ୍ୟ ହେଉଛି: ନମନ୍ତ ଏବ, ବିନମ୍ର ହେବା, ସନ୍-ମୁଖରିତାଂ ଭବଦୀୟ-ବାର୍ତାଂ, ତୁମେ ଏକ ବ୍ୟକ୍ତି ସହିତ ସମ୍ପର୍କ କରିବା ଉଚିତ୍ ଯେ ଭକ୍ତ ଅଟେ , ଏବଂ ତୁମେ ତାଠାରୁ ଶୁଣିବା ଉଚିତ୍ । ସ୍ଥାନେ ସ୍ଥିତାଃ । ତୁମେ ତୁମ ସ୍ଥାନରେ ରୁହ । ତୁମେ ଆମେରିକୀୟ ହୋଇ ରୁହ । ତୁମେ ଭାରତୀୟ ହୋଇରୁହ । ତୁମେ ଖ୍ରୀଷ୍ଟିୟାନ୍ ହୋଇରୁହ । ତୁମେ ହିନ୍ଦୁ ହୋଇରୁହ । ତୁମେ କଳା ହୋଇରୁହ । ତୁମେ ଗୋରା ହୋଇରୁହ । ତୁମେ ସ୍ତ୍ରୀ ହୋଇରୁହ, ପୁରୁଷ, ଯାହା କିଛି ତୁମେ ଅଟ । ତୁମେ କେବଳ ଆତ୍ମସିଦ୍ଧି ବ୍ୟକ୍ତିମାନଙ୍କ ଦ୍ଵାରା ଦିଆଯାଉଥିବା ପ୍ରବଚନ ଶୁଣ । ତାହା ସୁପାରିଶ୍ କାରାଯାଇଛି । ଏବଂ ତୁମେ ଯେତେବେଳେ ଶୁଣିବ, ତାପରେ ତୁମେ ଅନୁଧ୍ୟାନ ମଧ୍ୟ କର । ଯେପରିକି ତୁମେ ମୋତେ ଶୁଣୁଛ । ଯଦି ତୁମେ ଅନୁଧ୍ୟାନ କରିବ ଯେ "ସ୍ଵାମୀଜୀ କ'ଣ କହିଲେ...?" ସ୍ଥାନେ ସ୍ଥିତାଃ ଶ୍ରୁତି-ଗତାଂ ତନୁ-ବାନ୍ ମନୋବିଃ ଶ୍ରୁତି ଗତାଂ । ଶ୍ରୁତି ଅର୍ଥାତ୍ କାନ ଦ୍ଵାରା ଶୁଣିବା । ଯଦି ତୁମେ ଅନୁଧ୍ୟାନ କରିବ ଏବଂ ଶରୀର, ମନ, ଦ୍ଵାରା ବୁଝିବାକୁ ଚେଷ୍ଟା କରିବ, ତେବେ ଧିରେ ଧିରେ ତୁମେ... କାରଣ ତୁମର ଲକ୍ଷ୍ୟ ହେଉଛି ଆତ୍ମସିଦ୍ଧି ହେବା । ତେଣୁ ସ୍ଵୟଂ ଅର୍ଥାତ୍ ପରମାତ୍ମା । ପରମ ଭଗବାନ, ସେ ହେଉଛନ୍ତି ପରମାତ୍ମା । ଆମେ ଅଂଶ ବିଶେଷ ଅଟୁ । ତେଣୁ ଏହି ପ୍ରକ୍ରିୟା ଦ୍ଵାରା ଚୈତନ୍ୟ ମହାପ୍ରଭୁ କୁହଁନ୍ତି, ଭଗବାନ, ଅଜିତ, ଯାହା ଉପରେ କେହି ବିଜୟ ପ୍ରାପ୍ତ କରିପାରିବେ ନାହିଁ ...ଯଦି ତୁମେ... ଆହ୍ଵାନ ଦେଇ, ତୁମେ ଯଦି ଭଗବାନଙ୍କୁ ଜାଣିବାକୁ ଚାହୁଁଛ, ତୁମେ କେବେ ବୁଝିପାରିବ ନାହିଁ । ଭଗବାନ କଦାପି ଆହ୍ଵାନ ସ୍ଵୀକାର କରନ୍ତି ନାହିଁ । କାରଣ ଭଗବାନ ମାହାନ ଅଟନ୍ତି, ସେ କାହିଁକି ତୁମର ଆହ୍ଵାନ ସ୍ଵୀକାର କରିବେ? ଯଦି ତୁମେ କହିବ, "ଓ, ମୋର ପ୍ରିୟ ଭଗବାନ, ଦୟାକରି ଏଠାକୁ ଆସ । ମୁଁ ଅପଣଙ୍କୁ ଦେଖିବି," ତେଣୁ ଭଗବାନ ସେପରି ନୁହଁନ୍ତି, ଯେ ସେ ତୁମର ଆଦେଶ ବହନ କରିବେ । ତୁମେ ତାଙ୍କର ଆଦେଶ ବହନ କରିବା ଉଚିତ୍ । ତେବେ ଏହା ଭଗବାନ ପ୍ରାପ୍ତି ଅଟେ । ଭଗବାନ କୁହଁନ୍ତି: "ତୁମେ ଆତ୍ମସମର୍ପଣ କର," ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଏହି ପ୍ରକ୍ରିୟା ଦ୍ଵାରା, ତୁମେ ଭଗବାନଙ୍କୁ ଜାଣିପାରିବ । ନାକି "ଓ, ମୁଁ ଭଗବାନଙ୍କୁ ଜାଣିବା ଉଚିତ୍ । ମୋର ଭଲ ବୁଦ୍ଧି ଅଛି, କଳ୍ପନା କରିପାରିବି ।" ନା ।

ତେଣୁ ଏହି ଶୁଣିବା...ଆମେ ଶୁଣିବା ବିଷୟରେ କଥା ହେଉଛୁ । ଶୁଣିବା ପ୍ରକ୍ରିୟା ଅତି ମହତ୍ତ୍ଵପୂର୍ଣ୍ଣ ଅଟେ । ଆମର ସମସ୍ତ, ଏହି ଅନୁଷ୍ଠାନ, କୃଷ୍ଣ ଚେତନା ଆନ୍ଦୋଳନ, ପ୍ରସାରିତ ହୋଇଛି, କାରଣ ଯେଉଁ ଛାତ୍ରମାନେ ଆମ ସହିତ ଯୋଗ ଦେଇଛନ୍ତି, ସେମାନେ ଶ୍ରବଣ କରିଛନ୍ତି, ଶୁଣିବା ଦ୍ଵାରା । ଶୁଣିବା, ସବୁକିଛି ତାଙ୍କ ଭିତରେ ପରିବର୍ତ୍ତନ ହୋଇଯାଇଛି ଏବଂ ସେମାନେ ପୂର୍ଣ୍ଣତା, ସଂପୂର୍ଣ୍ଣ ପ୍ରଫୁଲିତ ହୋଇ ଯୋଗଦାନ କରିଛନ୍ତି, ଏବଂ...ଚାଲିଛି । ତେଣୁ ଶୁଣିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଆମେମାନେ ଅନେକ କେନ୍ଦ୍ର କେବଳ ଲୋକମାନଙ୍କୁ ଦିବ୍ୟ ସଂନ୍ଦେଶ ଶୁଣିବା ପାଇଁ ସୁଯୋଗ ଦେବା ପାଇଁ ଖୋଲିଛୁ । ତେଣୁ ତୁମେ ସୁଯୋଗ ନିଅ, ତୁମେ ନିଅ, ମୁଁ କହିବାର ଅର୍ଥ ହେଲା, ଏହି ଶୁଣିବା ପ୍ରକ୍ରିୟାର ଲାଭ ଉଠାଅ ।