OR/Prabhupada 0090 - ବ୍ୟବସ୍ଥିତ ପ୍ରବନ୍ଧ - ଅନ୍ୟଥା ଇସ୍କନ୍ କିପରି ଚାଲିବ



Morning Walk -- December 5, 1973, Los Angeles

ପ୍ରଭୁପାଦ: ସମସ୍ତେ କୃଷ୍ଣଙ୍କର ପରିବାର ର ଅନ୍ତର୍ଗତ, କିନ୍ତୁ ଆମେ ଦେଖିବା ଉଚିତ୍ ସେ କୃଷ୍ଣଙ୍କ ପାଇଁ କ'ଣ କରୁଛି । ଯେପରିକି ସମସ୍ତେ ରାଜ୍ୟର ନାଗରିକ ଅଟନ୍ତି । କାହିଁକି ଜଣେ ବ୍ୟକ୍ତିକୁ ଉଚ୍ଚ ସ୍ଥିତି ଏବଂ ବଡ଼ ଶିରୋନାମ ଦିଆଯାଉଛି?

ପ୍ରଭୁପାଦ: କାହିଁକି? କାରଣ ସେ ମାନ୍ୟତା ପ୍ରାପ୍ତ ଅଟେ ।

ସୁଦାମା: ଠିକ୍ କଥା ।

ପ୍ରଭୁପାଦ: ତେଣୁ ଜଣକୁ ସେବା ଦେବା ଉଚିତ୍ । କେବଳ ଅନୁଭବ କରିବା, "ମୁଁ କୃଷ୍ଣଙ୍କ ପରିବାର ଅନ୍ତର୍ଗତ," ଏବଂ କୃଷ୍ଣଙ୍କ ପାଇଁ କିଛି ନ କରିବା, ତାହା ନୁହେଁ...

ସୁଦାମା: ତାହା ଭଲ ନୁହେଁ ।

ପ୍ରଭୁପାଦ: ତାହା ଭଲ ନୁହେଁ । ତାହା ମାନେ ସେ...ଅତି ଶୀଘ୍ର କୃଷ୍ଣଙ୍କୁ ପୁଣିଥରେ ଭୁଲିଯିବ । ସେ ପୁଣି ଥରେ ଭୁଲିଯିବ ।

ସୁଦାମା: ବାସ୍ତବରେ, ଅନ୍ୟ ଭାଗ ଅତ୍ୟନ୍ତ ଶକ୍ତିଶାଳୀ ଅଟେ । ଏହି ଲୋକମାନେ ଏଠାରେ, କାରଣ, ଯଦିଓ ସେମାନେ କୃଷ୍ଣଙ୍କର ପରିବାର ର ଅଂଶ ଅଟନ୍ତି, କିନ୍ତୁ କାରଣ ସେମାନେ ଭୁଲିଯାଇଛନ୍ତି, ତେବେ ଆମେମାନେ ସେମାନଙ୍କର ଭୁଲିଯିବା ସ୍ଥିତି ଦ୍ଵାରା ପ୍ରଭାବିତ ହେଉ ।

ପ୍ରଭୁପାଦ: ହଁ । ଭୁଲିଯିବା ଅର୍ଥାତ୍ ମାୟା ।

ସୁଦାମା: ହଁ ।

ପ୍ରଭୁପାଦ: ମାୟା କିଛି ନୁହେଁ । ଏହା ଏକ ବିସ୍ମରଣ ଅଟେ । ବାସ୍ । ଏହାର କୌଣସି ଅସ୍ତିତ୍ଵ ନାହିଁ । ବିସ୍ମରଣ, ଏହାର କୌଣସି ଅସ୍ତିତ୍ଵ ନାହିଁ । କିନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଛି, ଏହା ଅତ୍ୟନ୍ତ ଉପଦ୍ରବକାରୀ ଅଟେ ।

ସୁଦାମା: ବେଳେ ବେଳେ କିଛି ଭକ୍ତ ମୋତେ ପ୍ରଶ୍ନ କରନ୍ତି ଯେ ସେମାନେ ଖୁସୀ ନାହାଁନ୍ତି । ସେମାନେ ଦୁଃଖୀ ଥିଲେ ମଧ୍ୟ, ମାନସିକତା ରୂପରେ ସେମାନଙ୍କୁ କୃଷ୍ଣ ଚେତନା ଜାରି ରଖିବା ଉଚିତ୍ । ମୁଁ ସେମାନଙ୍କୁ କୁହେ, ଜଣେ ଦୁଃଖି ହେଲେ ମଧ୍ୟ...

ପ୍ରଭୁପାଦ: କିନ୍ତୁ ତୁମେ ସେମାନଙ୍କୁ ଉଦାହରଣ ଦେବା ଉଚିତ୍ । ଯଦି ତୁମେ ସେମାନଙ୍କୁ ଭିନ୍ନ ପ୍ରକାରରେ ଉଦାହରଣ ଦେବ, ସେମାନେ ତୁମକୁ କିପରି ଅନୁସରଣ କରିବେ? ଉଦାହରଣ ଉପଦେଶ ଠାରୁ ଭଲ ଅଟେ । ତୁମେ ବାହରେ କାହିଁକି ରହୁଛ?

ସୁଦାମା: ମୁଁ...

ପ୍ରଭୁପାଦ:...ଗତଥର ମୋର ସ୍ଵାସ୍ଥ୍ୟ ଏତେ ଖରାପ ହୋଇଯାଇଥିଲା ଯେ, ମୋତେ ଏହି ଜାଗା ଛାଡ଼ିବାକୁ ପଡ଼ିଲା । ଏହାର ମାନେ ନୁହେଁ ଯେ ମୁଁ ସଂଘ ଛାଡ଼ିଦେବି । ମୁଁ ଭାରତକୁ ଯାଇଥିଲି ଏବଂ ରୋଗମୁକ୍ତ ହେଲି । କିମ୍ଵା ଲଣ୍ତନକୁ ଆସିଲି । ବାସ୍ ସେତିକି । ତେଣୁ ସ୍ଵାସ୍ଥ୍ୟ ବେଳେ ବେଳେ...କିନ୍ତୁ ତାହା ମାନେ ନାହିଁ ଯେ ଆମେ ସଂଘ ଛାଡ଼ିଦେବା । ଯଦି ମୋର ସ୍ଵାସ୍ଥ୍ୟ ଏଠାରେ ଅନୁପଯୁକ୍ତ ରହେ, ମୁଁ ଯିବି...ମୋର ଶହେଟି କେନ୍ଦ୍ର ଅଛି । ଏବଂ ତୁମେ ତୁମର ସ୍ଵାସ୍ଥ୍ୟ ଭଲରଖିବା ପାଇଁ ବ୍ରହ୍ମାଣ୍ତ ବାହାରକୁ ତ ଯିବ ନାହିଁ । ତୁମକୁ ଏହି ବ୍ରହ୍ମାଣ୍ତରେ ହିଁ ରହିବାକୁ ପଡ଼ିବ । ତେବେ ତୁମେ ସଂଘ ବାହାରକୁ କାହିଁକି ଯାଉଛ? ...ଶ୍ରୀ ନରୋତ୍ତମ ଦାସ ଠାକୁର । ଆମେ ଭକ୍ତମାନଙ୍କ ସହିତ ରହିବା ଉଚିତ୍ । ମୁଁ କାହିଁକି ମୋ ପରିବାର ଛାଡ଼ିଲି? କାରଣ ସେମାନେ ଭକ୍ତ ନ ଥିଲେ? ସେଥିପାଇଁ ମୁଁ ଚାଲିଆସିଲି... ଅନ୍ୟଥା, ବୃଦ୍ଧାବସ୍ଥାରେ, ମୁଁ ଆରାମରେ ରହିଥାନ୍ତି । ନା । ଆମେମାନେ ଅଭକ୍ତମାନଙ୍କ ସହିତ ରହିବା ଉଚିତ୍ ନୁହେଁ, ପରିବାର ଲୋକ ହୁଅନ୍ତୁ କିମ୍ଵା ଅନ୍ୟ କେହି । ଯେପରିକି ମାହାରାଜା ବିଭୀଷଣ । କାରଣ ତାଙ୍କର ଭାଇ ଭକ୍ତ ନ ଥିଲେ, ସେ ତାଙ୍କୁ ଛାଡ଼ିଦେଲେ । ସେ ରାମଚନ୍ଦ୍ରଙ୍କ ପାଖକୁ ଆସିଲେ । ବିଭୀଷଣ । ତୁମେ ଜାଣିଛ?

ସୁଦାମା: ହଁ ।

ହୃଦୟାନନ୍ଦ: ତେଣୁ ପ୍ରଭୁପାଦ, ଏହା କୁହାଯାଇଛି ଯେ ଜଣେ ସନ୍ୟାସୀ ଏକୁଟିଆ ରହିବା ଉଚିତ୍, ତାହାର ଅର୍ଥ, କେବଳ ଭକ୍ତମାନଙ୍କ ସହିତ ।

ପ୍ରଭୁପାଦ: କିଏ...! କେଉଁଠାରେ ଏହା କୁହାଯାଇଛି ଯେ ସନ୍ୟାସୀମାନେ ଏକା ରହିବା ଉଚିତ୍?

ହୃଦୟାନନ୍ଦ: ମୋ କହିବାର ଅର୍ଥ, ବେଳେ ବେଳେ ଆପଣଙ୍କର ପୁସ୍ତକମାନଙ୍କରେ ।

ପ୍ରଭୁପାଦ: କ'ଣ?

ହୃଦୟାନନ୍ଦ: ବେଳେ ବେଳେ ଆପଣଙ୍କର ପୁସ୍ତକମାନଙ୍କରେ । ତେବେ ତାହାର ଅର୍ଥ ଭକ୍ତମାନଙ୍କ ସହିତ?

ପ୍ରଭୁପାଦ: ସାଧାରଣତଃ, ସନ୍ୟାସୀ ଏକୁଟିଆ ରହିପାରେ । କିନ୍ତୁ ସନ୍ୟାସୀର କର୍ତ୍ତବ୍ୟ ହେଲା ପ୍ରଚାର କରିବା ।

ସୁଦାମା: ତାହା କେବେ ମୁଁ ବନ୍ଦ କରିବାକୁ ଚାହୁଁନାହିଁ ।

ପ୍ରଭୁପାଦ: କ'ଣ?

ସୁଦାମା: ମୁଁ କେବେ ଉପଦେଶ ଦେବା ବନ୍ଦ କରିବାକୁ ଚାହୁଁନାହିଁ ।

ପ୍ରଭୁପାଦ: ଉପଦେଶ, ତୁମେ ଉପଦେଶ ନିର୍ମାଣ କରିପାରିବ ନାହିଁ । ତୁମେ ତୁମ ଆଧ୍ୟାତ୍ମିକ ଗୁରୁଙ୍କ ଦ୍ଵାରା ଦିଆଯାଇଥିବା ସିଦ୍ଧାନ୍ତ ଅନୁସାରେ ଉପଦେଶ ଦେବା ଉଚିତ୍ । ତୁମେ ତୁମ ହିସାବରେ ଉପଦେଶ ନିର୍ମାଣ କରିପାରିବ ନାହିଁ । ଏହା ଆବଶ୍ୟକ । ଏକ ନେତା ରହିବା ଉଚିତ୍ । ନେତୃତ୍ଵ ଅଧିନରେ । ଯସ୍ୟ ପ୍ରସାଦାଦ୍ ଭଗବତ...ଏହା କାହିଁକି କୁହାଯାଇଛି? ସର୍ବତ୍ର, କାର୍ଯ୍ୟଳୟରେ, ଏକ ତତ୍ କ୍ଷଣାତ୍ ମାଲିକ ଥାଏ । ତେଣୁ ତୁମେ ତାଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ତାହା ସେବା ଅଟେ । ମନେକର କାର୍ଯ୍ୟାଳୟରେ, ଏକ ବିଭାଗରେ କାର୍ଯ୍ୟାଳୟ ପରିଚାଳକ ଅଛନ୍ତି । ଏବଂ ଯଦି ତୁମେ ତୁମ ହିସାବରେ କାମ କରିବ, "ହଁ, ମୁଁ ମୋ କାମ କରୁଛି," ଏବଂ କାର୍ଯ୍ୟାଳୟ ପରିଚାଳକ ସନ୍ତୁଷ୍ଟ ନ ହେଲେ, ତୁମେ ଭାବୁଛକି ଏହିପରି ସେବା ଭଲ ଅଟେ? ସେହିପରି, ସବୁଜାଗାରେ ଆମେ ପାଇବା, ସବୁଜାଗାରେ ଆମେ ତତ୍ କ୍ଷଣାତ୍ ମାଲିକ ପାଇବା । ତେଣୁ ଆମେ କାମ କରିବା ଉଚିତ୍ । ତାହା ବ୍ୟବସ୍ଥିତ ଅଟେ । ଯଦି ସମସ୍ତେ ନିର୍ମାଣ କରିବେ, ଜୀବନ ନିଜ ହିସାବରେ ଆବିଷ୍କାର କରିବେ, ତେବେ ବିଶୃଙ୍ଖଳା ହେବ ।

ସୁଦାମା: ହଁ, ତାହା ସତ୍ୟ ଅଟେ ।

ପ୍ରଭୁପାଦ: ହଁ । ବର୍ତ୍ତମାନ ଆମେ ବିଶ୍ଵ ସଂଗଠନ ଅଟୁ । ଆଧ୍ୟାତ୍ମିକ ପାର୍ଶ୍ଵ ଅଛି, ଏବଂ ଭୌତିକ ପାର୍ଶ୍ଵ ମଧ୍ୟ ଅଛି । ତାହା ଭୌତିକ ପାର୍ଶ୍ଵ ନୁହେଁ । ତାହା ମଧ୍ୟ ଆଧ୍ୟାତ୍ମିକ ପାର୍ଶ୍ଵ ଅଟେ, ଅର୍ଥାତ୍ ବ୍ୟବସ୍ଥିତ ପ୍ରବନ୍ଧ । ଅନ୍ୟଥା, ଏହା କିପରି କରା ଯିବ? ଯେପରିକି ଗୁରୁଦାସ ଘର ବିକିଦେଲା, ଏବଂ ଟଙ୍କାର କୌଣସି ଚିହ୍ନ ନାହିଁ । ଏହା କ'ଣ? ସେ କାହାକୁ ମଧ୍ୟ ପଚାରି ନ ଥିଲା । ସେ ଘର ବିକି ଦେଲା, ଏବଂ ଟଙ୍କା କାହିଁ, କୌଣସି ଚିହ୍ନ ନାହିଁ ।