OR/Prabhupada 0095 - ଆମର କାମ ହେଉଛି ଆତ୍ମସମର୍ପଣ କରିବା



Lecture on BG 4.7 -- Bombay, March 27, 1974

ଆମେ ଅତ୍ମସମର୍ପଣ କରୁଛୁ, କିନ୍ତୁ ଆମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରୁନାହୁଁ । ଏହା ହେଉଛି ରୋଗ । ଏହା ହେଉଛି ରୋଗ । ଏବଂ କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ଏହି ରୋଗର ଚିକିତ୍ସା କରିବା । ଏହି ରୋଗର ଚିକିତ୍ସା କର । କୃଷ୍ଣ ମଧ୍ୟ ଆସିଥିଲେ । ସେ କୁହଁନ୍ତି, ଯଦା ଯଦା ହି ଧର୍ମସ୍ୟ (BG 4.7) । ଧର୍ମସ୍ୟ ଗ୍ଳାନି, ଧର୍ମ ପାଳନରେ ପତନ, ଯେତେବେଳେ ପତନ ହୁଏ, କୃଷ୍ଣ କୁହଁନ୍ତି, ତଦାତ୍ମାନଂ ସୃଜାମ୍ୟହମ୍ । ଏବଂ ଅଭ୍ୟୁତ୍ଥାନମଧର୍ମସ୍ୟ । ଦୁଇଟି କଥା ଅଛି । ଯେତେବେଳେ ଲୋକମାନେ କୃଷ୍ଣଙ୍କୁ ଆତ୍ମସମର୍ପଣ କରନ୍ତି ନାହିଁ, ସେମାନେ ଅନେକ "କୃଷ୍ଣ" ନିର୍ମାଣ କରନ୍ତି, ଅନେକ ଦୁର୍ଜନମାନେ, ଆତ୍ମସମର୍ପଣ କରିବା ପାଇଁ । ଏହା ଅଧର୍ମସ୍ୟ ଅଟେ । ଧର୍ମ ଅର୍ଥାତ୍ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା, କିନ୍ତୁ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ପରିବର୍ତ୍ତେ, ସେମାନେ ବିଲେଇ, କୁକୁର, ଅାକୁ, ତାକୁ, ଅନେକ ଜିନିଷକୁ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି । ଏହା ଅଧର୍ମ ଅଟେ ।

କୃଷ୍ଣ ତଥା କଥିତ ହିନ୍ଦୁ ଧର୍ମ, କିମ୍ଵା ମୁସଲମାନ ଧର୍ମ, କିମ୍ଵା ଖ୍ରୀଷ୍ଟିୟାନ ଧର୍ମ ସ୍ଥାପନ କରିବାକୁ ଆସି ନ ଥିଲେ । ନା । ସେ ବାସ୍ତବ ଧର୍ମ ସ୍ଥାପନ କରିବାକୁ ଆସିଥିଲେ । ବାସ୍ତବ ଧର୍ମ ଅର୍ଥାତ୍ ଆମକୁ ଆତ୍ମସମର୍ପଣ କରିବାକୁ ହେବ, ପ୍ରକୃତ ବ୍ୟକ୍ତିକୁ । ତାହା ବାସ୍ତବ ଧର୍ମ ଅଟେ । ଆମେ ଆତ୍ମସମର୍ପଣ କରୁଛୁ । ସମସ୍ତଙ୍କର କିଛି ଧାରଣା ଅଛି । ସେ ସେଠାରେ ଅତ୍ମସମର୍ପଣ କରିଲା । ରାଜନିତୀକ, ସାମାଜିକ, ଆର୍ଥିକ, ଧାର୍ମିକ କିଛି ବି ହୋଇପାରେ । ସମସ୍ତଙ୍କର କିଛି ଧାରଣା ଅଛି । ଏବଂ ଏହି ଧାରଣାର ଏକ ନେତା ମଧ୍ୟ ଅଛି । ତେଣୁ ଆମର କାମ ହେଉଛି ଆତ୍ମସମର୍ପଣ କରିବା । ତାହା ହେଉଛି ତଥ୍ୟ । କିନ୍ତୁ ଆମେ ଜାଣି ନାହୁଁ କେଉଁଠାରେ ଆତ୍ମସମର୍ପଣ କରିବାକୁ ହେବ । ତାହା ହେଉଛି ଅସୁବିଧା । ଏବଂ କାରଣ ଆତ୍ମସମର୍ପଣ ଭୁଲରେ କିମ୍ଵା ଭୁଲ ଜାଗାରେ ନିଆଯାଇଛି, ସେଥିପାଇଁ ସମଗ୍ର ଦୁନିଆ ବିଶୃଙ୍ଖଳ ଅବସ୍ଥାରେ ଅଛି ।

ଆମେ ଏହି ଆତ୍ମସମର୍ପଣକୁ ସେହି ଆତ୍ମସମର୍ପଣରେ ବଦଳଉଛୁ । କୌଣସି କଂଗ୍ରେସ ପାର୍ଟି ନାହିଁ । ବର୍ତ୍ତମାନ ସମାଜବାଦୀ ପାର୍ଟି । ପୁଣିଥରେ, "କୌଣସି ସମାଜବାଦୀ ପାର୍ଟି ନାହିଁ । ଏହି ପାର୍ଟି, ସେହି ପାର୍ଟି ।" ପାର୍ଟି ବଦଳେଇଲେ କ'ଣ ହେବ? କାରଣ ଏହି ପାର୍ଟି କିମ୍ଵା ସେହି ପାର୍ଟି, ସେମାନେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିନାହାଁନ୍ତି । ତେଣୁ ଯେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବା ସ୍ଥିତି ପର୍ଯ୍ୟନ୍ତ ପହଁଞ୍ଚି ନାହଁ, ସେପର୍ଯ୍ୟନ୍ତ ଶାନ୍ତି ମିଳିବ ନାହିଁ । ତାହା ତଥ୍ୟ ଅଟେ । କେବଳ କଢ଼େଇରୁ ବାହାରିକି ଅଗ୍ନିରେ ଡ଼େଇଁ ପଡିଲେ ତୁମେ ସୁରକ୍ଷିତ ହୋଇଯିବନି । ସେଥିପାଇଁ କୃଷ୍ଣଙ୍କର ଅନ୍ତିମ ଉପଦେଶ ହେଉଛି

ସର୍ବଧର୍ମାନ୍ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ
ଅହଂ ତ୍ଵାଂ ସର୍ବପାପେଭ୍ୟୋ
ମୋକ୍ଷୟିଷ୍ୟାମି ମା ଶୁଚିଃ
(BG 18.66)

ତେଣୁ ଧର୍ମ ପତନର ଅର୍ଥ ହେଉଛି...ଏହା ମଧ୍ୟ ଶ୍ରୀମଦ୍ ଭାଗବତମ୍ ରେ ବର୍ଣ୍ଣନା କରାଯାଇଛି । ସ ବୈ ପୁମ୍ସାଂ ପରୋ ଧର୍ମୋ । ପ୍ରଥମ ଶ୍ରେଣୀ କିମ୍ଵା ସର୍ବୋଚ୍ଚ ଧର୍ମ । ପରୋ ଅର୍ଥାତ୍ ସର୍ବୋଚ୍ଚ, ଦିବ୍ୟ । ସ ବୈ ପୁମ୍ସାଂ ପରୋ ଧର୍ମୋ ଯତୋ ଭକ୍ତିର୍ ଅଧୋକ୍ଷଜେ (SB 1.2.6) । ଅମେମାେନ ଯେତେବେଳେ ଅଧୋକ୍ଷଜୋକୁ ଆତ୍ମସମର୍ପଣ କରୁ... ଅଧୋକ୍ଷଜୋ ଅର୍ଥାତ୍ ପରମ ଦିବ୍ୟ, କିମ୍ଵା କୃଷ୍ଣ । କୃଷ୍ଣଙ୍କର ଅନ୍ୟ ନାମ ହେଉଛି ଅଧୋକ୍ଷଜୋ । ଅହେତୁକି ଅପ୍ରତିହତା । ଅହେତୁକି ଅର୍ଥାତ୍ କୌଣସି କାରଣ ବିନା । କୌଣସି କାରଣ ବିନା । ତାହା ନୁହେଁ "କୃଷ୍ଣ ଏପରି ଅଟନ୍ତି ସେଥିପାଇଁ ମୁଁ ଆତ୍ମସମର୍ପଣ କରିବି ।" ନା । କୌଣସି କାରଣ ବିନା । ଅହେତୁକି ଅପ୍ରତିହତା । ଏବଂ ଏହାକୁ ରୋକା ଯାଇପାରିବ ନାହିଁ । କେହି ରୋକି ପାରିବେ ନାହିଁ । ଯଦି ତୁମେ କୃଷ୍ଣଙ୍କୁ ଆତ୍ମସମର୍ପଣ କରିବାକୁ ଚାହୁଁଛ, ସେଥିରେ କୌଣସି ପ୍ରତିବନ୍ଧ ନାହିଁ, କୌଣସି ବାଧା ନାହିଁ । ତୁମେ ଏହାକୁ ଯେକୌଣସି ସ୍ଥିତିରେ କରିପାରିବ । ତୁମେ ଏହା କରିପାରିବ । ଅହେତୁକି ଅପ୍ରତିହତା ଯଯାତ୍ମା ସୁପ୍ରସୀଦତି । ତେବେ ତୁମେ, ଆତ୍ମା, ତୁମର ଆତ୍ମା, ତୁମର ମନ, ତୁମର ଶରୀର, ସନ୍ତୁଷ୍ଟ ହୋଇଯିବେ । ଏହା ହେଉଛି ପ୍ରକ୍ରିୟା ।