OR/Prabhupada 0103 - ଆମର ସୁସ୍ଥ ଜୀବନ ହେଉଛି ଶାଶ୍ଵତ ଜୀବନକୁ ଉପଭୋଗ କରିବା



Lecture on CC Adi-lila 7.91-2 -- Vrndavana, March 13, 1974

ନରୋତ୍ତମ ଦାସ ଠାକୁର କହିଥିଲେ ଯେ "ଜନ୍ମ ପରେ ଜନ୍ମ ।" କାରଣ ଏକ ଭକ୍ତ, ଘରକୁ ଯିବା ପାଇଁ, ଭଗବଦ୍ ଧାମକୁ ଯିବା ପାଇଁ ଇଛା କରେ ନାହିଁ । ନା । କୌଣସି ସ୍ଥାନ, ଏହା କିଛି ଫରକ୍ ପକାଏ ନାହିଁ । ସେ କେବଳ ପରମ ଭଗବାନଙ୍କର ଗୁଣ ଗାନ କରିବାକୁ ଚାହେଁ । ତାହା ହେଉଛି ଭକ୍ତର କର୍ତ୍ତବ୍ୟ । ଏହା ଭକ୍ତର କାମ ନୁହେଁ ଯେ ସେ ଜପ କରିବ ଏବଂ ନୃତ୍ୟ କରିବ ଏବଂ ବୈକୁଣ୍ଠ କିମ୍ଵା ଗୋଲକ ବୃନ୍ଦାବନ ଯିବା ପାଇଁ ଭକ୍ତି ସେବା କରିବ । ତାହା କୃଷ୍ଣଙ୍କର ଇଛା । "ଯଦି ସେ ଚାହିଁବେ, ସେ ମୋତେ ନେବେ । ଯେପରି ଭକ୍ତିବିନୋଦ ଠାକୁର ମଧ୍ୟ: ଇଛା ଯଦି ତୋର । ଜନ୍ମଓବି ଯଦି ମୋର ଇଛା ଯଦି ତୋର, ଭକ୍ତ-ଗ୍ରିହତେ ଜନ୍ମ ହଉପା ମୋର । ଏକ ଭକ୍ତ କେବଳ ତାହା ପ୍ରାର୍ଥନା କରେ ଯେ... ସେ କୃଷ୍ଣଙ୍କୁ ଅନୁରୋଧ କରେ ନାହିଁ ଯେ "ଦୟାକରି ମୋତେ ବୈକୁଣ୍ଠକୁ କିମ୍ଵା ଗୋଲକ ବୃନ୍ଦାବନକୁ ଫେରେଇ ନିଅ ।" ନା । "ଯଦି ତୁମେ ଭାବ ଯେ ମୁଁ ପୁଣି ଥରେ ଜନ୍ମ ଗ୍ରହଣ କରିବା କଥା, ତାହା ଠିକ୍ ଅଛି । କିନ୍ତୁ ମୋର କେବଳ ଏହି ଅନୁରୋଧ ଯେ ଏକ ଭକ୍ତ ଘରେ ମୋତେ ଜନ୍ମ ଦିଅ । ବାସ୍ । ଯେପରିକି ମୁଁ ଆପଣଙ୍କୁ ଭୁଲି ପାରିବି ନାହିଁ । କେବଳ ଏହା ଭକ୍ତର ପ୍ରାର୍ଥନା ଅଟେ । କାରଣ...ଯେପରି ଏହି ଶିଶୁ । ସେ ବୈଷ୍ଣବ ପିତା ଏବଂ ମାତାଙ୍କ ଠାରୁ ଜନ୍ମ ଗ୍ରହଣ କରିଛି । ତେଣୁ ସେ ତାର ପୂର୍ବ ଜନ୍ମରେ ଏକ ବୈଷ୍ଣବି କିମ୍ଵା ବୈଷ୍ଣବ ହୋଇଥିବ । କାରଣ ଏହା ଏକ ସୁଯୋଗ... ଆମର ସମସ୍ତ ଶିଶୁ, ଯେଉଁମାନେ ବୈଷ୍ଣବ ପିତା ଏବଂ ମାତାଙ୍କ ଠାରୁ ଜନ୍ମ ଗ୍ରହଣ କରିଛନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ । ଜୀବନର ପ୍ରାରମ୍ଭରୁ, ସେମାନେ ହରେ କୃଷ୍ଣ ମାହାମନ୍ତ୍ର ଶୁଣୁଛନ୍ତି । ସେମାନେ ବୈଷ୍ଣବମାନଙ୍କ ସହିତ ମିଶୁଛନ୍ତି, ଜପ କରୁଛନ୍ତି, ନୃତ୍ୟ କରୁଛନ୍ତି, ନକଲ କିମ୍ଵା ତଥ୍ୟ, ତାହା ଫରକ୍ ପକାଏ ନାହିଁ । ତେଣୁ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ଶିଶୁ ଅଟନ୍ତି । ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗଭ୍ରଷ୍ଟୋଽଭିଜାୟତେ (BG 6.41) । ତେଣୁ ସେମାନେ ସାଧାରଣ ଶିଶୁ ନୁହଁନ୍ତି । ସେମାନେ...ଏହି ଶିଶୁମାନେ, ସର୍ବଦା ଭକ୍ତମାନଙ୍କ ସହିତ ମିଶିବା ପାଇଁ ଉତ୍କଣ୍ଠିତ, ଜପ କରିବା, ଆମ ପାଖକୁ ଆସିବା । ତେଣୁ ସେମାନେ ସାଧାରଣ ଶିଶୁ ନୁହଁନ୍ତି । ଭକ୍ତି-ସଙ୍ଗେ-ବାସ । ଏହା ଭାରି ଭଲ ସୁଯୋଗ, ଭକ୍ତି-ସଙ୍ଗେ-ବାସ ।

ତେଣୁ ଆମର କୃଷ୍ଣ ଚେତନା ସମାଜ ଭକ୍ତ-ସଙ୍ଗ ଅଟେ, ଭକ୍ତମାନଙ୍କର ଏକ ସମାଜ ଅଟେ । କଦପି ଛାଡ଼ି ଯିବା ପାଇଁ ଚେଷ୍ଟା କର ନାହିଁ । କଦପି ଛାଡ଼ି ଯିବା ପାଇଁ ଚେଷ୍ଟା କର ନାହିଁ । ସେଠାରେ ଭିନ୍ନତା ଥାଇ ପାରେ । ତୁମକୁ ଖାପ ଖୁଆଇ ଚଳିବାକୁ ହେବ । ଏବଂ ଭକ୍ତ ସମାଜ ମଧ୍ୟରେ ଜପ କରିବା ଏବଂ ନୃତ୍ୟ କରିବା, ଅତ୍ୟନ୍ତ ଲାଭଜନକ ଅଟେ । ଏଠାରେ ଏହା ଦୃଢ଼ୀକୃତ କରାଯାଇଛି, ଏବଂ ସମସ୍ତ ବୈଷ୍ଣବମାନେ ଏହାକୁ ଦୃଢ଼ୀକୃତ କରିଛନ୍ତି ।

ତାଦେର ଚରଣ-ସେବି-ଭକ୍ତ-ସନେ ବାସ
ଜନମେ ଜନମେ ମୋର ଏହି ଅଭିଳାସ

ଜନମେ ଜନମେ ମୋର ଅର୍ଥାତ୍ ସେ ଫେରି ଯିବା ପାଇଁ ଚାହେଁ ନାହିଁ । ଏହା ତାଙ୍କର ଇଛା ନୁହେଁ । "ଯେତେବେଳେ କୃଷ୍ଣ ଇଛା କରିବେ, କୃଷ୍ଣ ମୋତେ ଅନୁମତି ଦେବେ । ତାହା ଭିନ୍ନ କଥା । ଅନ୍ୟଥା, ମୋତେ ଏହି ରାସ୍ତାରେ ଯିବାକୁ ଦିଅ, ଭକ୍ତମାନଙ୍କ ସମାଜରେ ଜୀବନ ଯାପନ କରିବା ଏବଂ ଜପ କରିବା ଏବଂ ନୃତ୍ୟ କରିବା ମୋର କାମ ଅଟେ ।" ଏହା ଆବଶ୍ୟକ । ଅନ୍ୟ କିଛି ନୁହେଁ । ଅନ୍ୟ କିଛି, ଅନ୍ୟ ଇଛା, ତାହା ହେଉଛି ଅନ୍ୟାଭିଳାସ । ଅନ୍ୟାଭିଳାସିତ-ଶୂନ୍ୟମ୍ (Brs. 1.1.11) । ଏକ ଭକ୍ତ ଏହା ବ୍ୟତୀତ ଅନ୍ୟ କୌଣସି ଇଛା କରିବା ଉଚିତ୍ ନୁହେଁ, ଯେ "ମୋତେ ଭକ୍ତମାନଙ୍କ ସମାଜରେ ରହିବାକୁ ଏବଂ ହରେ କୃଷ୍ଣ ମହାମନ୍ତ୍ର ଜପ କରିବାକୁ ଦିଅ । ଏହା ଆମର ଜୀବନ । ବହୁତ ବହୁତ ଧନ୍ୟବାଦ ।